ଆସନ୍ତା ୫ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ତ୍ରାହି । ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ
ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ତତଲା କଡେଇରେ ସିଝୁଛି ସମଗ୍ର ରାଜ୍ୟ । ଦିନ ଗଢିବା ସହ ବଢୁଛି ତାତିର ପ୍ରବାହ । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି । ରାଜ୍ୟରେ ଏବେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ପ୍ରତି ଜିଲ୍ଲାରେ କଲ୍ ସେଣ୍ଟରରୁ ତଥ୍ୟ ସଂଗ୍ରହ କରାଯାଉଛି । ଜିଲ୍ଲାପାଳଙ୍କ ସହାୟତାରେ ଲୋକଙ୍କୁ […]