ଓଡିଶା

ୱାର୍ଡ ସଭ୍ୟସଭ୍ୟାଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବେଗୁନିଆପଡା (ବାପୁନି କୁମାର ମାଲୁ): ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ନିର୍ଦେଶକ୍ରମେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ବିକାଶ’ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବେଗୁନିଆପଡା ସ୍ଥିତ ମା ମଙ୍ଗଳା ଗୋଷ୍ଠୀ ସାଧନ କେନ୍ଦ୍ରରେ ୱାର୍ଡ ସଭ୍ୟସଭ୍ୟାଙ୍କ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରକୁ ଏବିଡ଼ିଓ ନିରଞ୍ଜନ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ତାଲିମଦାତା ଅରୁଣ କୁମାର ଶତପଥୀ, ଏମ୍ ସୁନିତା ରାଓ, ବିକାଶର ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ, […]