ଇସ୍ରୋର ନୂତନ ଚେୟାରମ୍ୟାନ ହେବେ ରକେଟ ମହାରଥୀ ଡ. ଏସ ସୋମନାଥ
ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ଭାବେ ରକେଟ ମହାରଥୀ ଡ. ଏସ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବତନ ଚେୟାରମ୍ୟାନ କେ ଶିବନଙ୍କ କାର୍ଯ୍ୟକାଳ ଆସନ୍ତା ୧୪ ତାରିଖରେ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସେ ବିକ୍ରମ ସରାଭାଇ ସ୍ପେସ୍ ରିସର୍ଚ ସେଣ୍ଟରର ନିର୍ଦେଶକ ଅଛନ୍ତି । ଆସନ୍ତା ୩ ବର୍ଷ ପାଇଁ ସୋମନାଥଙ୍କୁ ଇସ୍ରୋର ଚେୟାରମ୍ୟାନ ସହିତ ମହାକାଶ ଗବେଷଣା ବିଭାଗର ସଚିବ […]