ଓଡିଶା

ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଟିମ୍…

ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବାରିପଦାରେ ବିଡିଓ ରହିଥିବାବେଳେ ଓଏମବିଏଡିସି ଫଣ୍ଡସରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଛି । ବିଡିଓ ଥିବା ସମୟରେ, ପରୀକ୍ଷିତ ଜେନା ୧ କୋଟି ୧ ଲକ୍ଷ ୩ ହଜାର ୨୧୫  ଟଙ୍କା ଠକେଇ କରିଥିବା ନେଇ ପ୍ରମାଣ ମିଳିବା ପରେ ଚଢ଼ାଉ କରିଛି ଭିଜିଲାନ୍ସ […]

ଓଡିଶା

ବିଦା ହେଲେ କୁବେର ଆଇଆଇସି ସୁଶାନ୍ତ କୁମାର ଶତପଥୀ…

କୋଟପାଡ଼, ୨/୧୨ (ସୁନୀଲ ଦାଶ) : ଚାକିରିରୁ ବହିଷ୍କୃତ ହେଲେ ବୈପାରୀଗୁଡା କୁବେର ଆଇଆଇସି ସୁଶାନ୍ତ କୁମାର ଶତପଥୀ । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଡିଜିପି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଗିରଫ ହୋଇଛନ୍ତି ସୁଶାନ୍ତ । ସୁଶାନ୍ତ ବୈପାରୀଗୁଡ଼ାରୁ ନିଜ କଟକସ୍ଥିତ ସରକାରୀ ବାସଭବନକୁ ଏକ ଘରୋଇ ବସ୍ ଯୋଗେ ଆସୁଥିବା ସମୟରେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ […]

ଓଡିଶା

ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ…

କୋରାପୁଟ, ୨୯/୧୧ (ସୁନୀଲ ଦାଶ) : ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ । ଏକ ଘରୋଇ ରିଲାଏନ୍ସ ନାମକ ବସରେ କଟକ ନିଜ ଘରକୁ ଯାଉଥିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ । ବସରେ ପଇସା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ନଗଦ ଜବତ କରିଛି ଜୟପୁର ଭିଜିଲାନ୍ସ । ଏତେ ପଇସା ସେ କୁଆଡେ ଏବଂ […]

ଓଡିଶା

ଭିଜିଲାନ୍ସ ଜାଲରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ

ବେଗୁନିଆପଡା : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ । ସୂଚନା ଅନୁସାରେ ଏହି ବ୍ଲକର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ ବହୁ ହିତାଧିକାରୀଙ୍କ ଭତ୍ତା କରାଇଦେବା ପାଇଁ ବିଏସ୍ଏସ୍ଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ । ହେଲେ ଏଥିରେ ତାଙ୍କୁ କୌଣସି ସୁଫଳ ମିଳିନଥିଲା । ଏପରିକି ଭତ୍ତା କରାଇଦେବା ଲାଗି ତାଙ୍କୁ ବିଏସ୍ଏସ୍ଓ ଲାଞ୍ଚ […]

ଓଡିଶା

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ ବିଇଓ

ହିନ୍ଦୋଳ : ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ମାଝୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି ପୋଲିସ । ଏହାସହ ଏକକାଳୀନ ଶିକ୍ଷାଧିକାରୀଙ୍କ ୩ଟି ଜାଗାରେ ଚଢ଼ାଉ କରିଛି […]

ଓଡିଶା

୧୧ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତରବାବୁ

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତରବାବୁ । ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ଉମାକାନ୍ତ ଖେଜୁରିଆ, ଏଜେଂଟଙ୍କଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲେ ଭିଜିଲାନ୍ସ ଅଧିକାରୀ । ଡେଥ କ୍ଲେମ ସାର୍ଟିଫିକେଟ ବା ମୃତ୍ୟୁ ପ୍ରମାଣପତ୍ର ଫର୍ମରେ ଏକ କାଉଣ୍ଟର ଦସ୍ତଖତ କରିଦେବା ପାଇଁ ସେ ଆଜି ଲାଞ୍ଚ ନେଇଥିଲେ । କଟକ ଓ ଢେଙ୍କାନାଳର ଭିଜିଲାନ୍ସ ଟିମ୍ ମିଳିତ ଭାବେ କରିଥିଲେ ଏହି ଚଢାଉ । ସୂଚନା ମୁତାବକ, ଢେଙ୍କାନାଳ ସଦର ବ୍ଲକ […]