ନୂଆ ନୀତି ଆୟୋଗ ଉପାଧ୍ୟକ୍ଷ ହେବେ ସୁମନ କେ ବେରୀ, ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାଜୀବ କୁମାର
ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାଜୀବ କୁମାର । ସେ ହଠାତ୍ ଇସ୍ତଫା ଦେବା ପଛର କାରଣ ଜଣାପଡିନାହିଁ । ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ଭାବରେ ଜଣାଶୁଣା ରାଜୀବ କୁମାର ୨୦୧୭ ଅଗଷ୍ଟରେ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ତାଙ୍କ ସ୍ଥାନରେ ଅରବିନ୍ଦ ପାନଗାରିଆ ଥିଲେ । ପାନଗାରିଆ ଏବେ ଏକ ବିଶ୍ୱବିଦ୍ୟାଳୟର କୁଳପତି ରହିଛନ୍ତି । ତେବେ ଶ୍ରୀ କୁମାରଙ୍କ ଏପରି ନିଷ୍ପତ୍ତି ପରେ ସରକାର […]