ଏସ୍ପି ବାଇକରେ ଆସିଲେ ଏବଂ ସେକ୍ସ ରାକେଟର ପର୍ଦ୍ଦାଫାଶ୍ କଲେ
ବ୍ରହ୍ମପୁର ସହରରେ ସେକ୍ସ ରାକେଟ ଠାବ । ଦିନକୁ ଦିନ ବ୍ରହ୍ମପୁର ସହରରେ ସେକ୍ସ ରାକେଟ କାରବାର ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ଏକ ବଡ ଧରଣର ଚଢ଼ାଉ କରି ସଫଳତା ହାସଲ କରିଛି । ସହରର ମଧ୍ୟଭାଗରେ ଥିବା ଟାଟା ବେଞ୍ଜି ଛକରେ ଥିବା ତୁଳସୀ ଗେଷ୍ଟହାଉସରେ ପୋଲିସ ଚଢ଼ାଉ କରି ୧୦ଜଣ ଗ୍ରାହକଙ୍କୁ ଗିରଫ କରିଛି । ଏହା ସହ ଘଟଣାସ୍ଥଳରୁ ୪ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି […]