ସ୍ନାନଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । କିନ୍ତୁ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ ।
ଚଳିତ ବର୍ଷ ସାଆନ୍ତେଙ୍କ ସ୍ନାନଯାତ୍ରାକୁ ଦେଖିପାରିବେ ଭକ୍ତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଭକ୍ତମାନେ ପୂର୍ବଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ । ସେହିପରି ହାତୀ ବେଶ ପରେ ଭକ୍ତ ସ୍ନାନବେଦୀ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ […]