ପ୍ରତିଶୋଧ ପରାୟଣ ହେଉଛନ୍ତି ଶିକାରୀ । ଶିକାରୀ ଗୁଳିରେ ପୁଣି ଜଣେ ବନାଧିକାରୀ ମୃତ ।
ମୟୂରଭଞ୍ଜ : ଶିକାରୀ ଗୁଳିରେ ପୁଣି ଆଉ ଜଣେ ବନକର୍ମଚାରୀଙ୍କ ଜୀବନ ଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରାହାକାମୁଡା ରେଞ୍ଜ ଭାରପ୍ରାପ୍ତ ବନାଧିକାରୀ ମାଟି ହାଁସଦା ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହିତ ବନକର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଶିକାରୀଙ୍କ ପକ୍ଷରୁ ଗୁଳି ଫରେଷ୍ଟରଙ୍କ ଶରୀରରେ ବାଜିଥିଲା । ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି […]