ଓଡିଶା

ଦୀର୍ଘ ୩୪ ବର୍ଷ ପରେ ହିନ୍ଦୋଳକୁ ପୁଣି ମିଳିବ ସୂଚନା କେନ୍ଦ୍ର ଓ ପାଠାଗାରର ସୁବିଧା….

ଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସଦର ମହକୁମାରେ ୧୯୯୦ ମସିହାରେ ସ୍ଥାପିତ ସୂଚନା କେନ୍ଦ୍ର ଓ ପାଠାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ତେବେ ଏହାର ଆବଶ୍ୟକତାକୁ ଗୁରୁତର ସହ ଗ୍ରହଣ କରି ସରକାରଙ୍କ ପକ୍ଷରୁ ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନ ସହାୟତାରେ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେହି ସ୍ଥାନରେ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ହିନ୍ଦୋଳ ବିଧାୟିକା […]

ଓଡିଶା

ରାଜ୍ୟର ଅବହେଳିତ ଡାକ୍ତରଖାନା, ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଶୁଭଦୃଷ୍ଟିକୁ ଅପେକ୍ଷା…

ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନଥିବାରୁ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନାହିଁ । ଫଳରେ ବାଧ୍ୟ ହୋଇ ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ସାଧାରଣ ରୋଗୀ ।  ଦିନ ଥିଲା ବିଭିନ୍ନ ବିଭାଗୀୟ ବିଶେଷଜ୍ଞ ଡାକ୍ତରଙ୍କ ସହିତ ୧୦/୧୨ ଜଣ ଡାକ୍ତରଙ୍କୁ ନେଇ ଏଠାରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା । ଡ଼ାକ୍ତରଖାନା ପରିସରରେ ଗହଳି ଚହଳି ଲାଗି ରହୁଥିଲା […]

ଓଡିଶା

ସଡକ ସୁରକ୍ଷାର ବ୍ୟବସ୍ଥା ନାହିଁ, ଯାହାର ଫଳ ଭୋଗୁଛନ୍ତି ହିନ୍ଦୋଳ ନିର୍ବାଚନ ମଣ୍ଡଳବାସୀ…

ହିନ୍ଦୋଳ, (ଏଫ୍ ଟୁ ଏସ୍ /ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ । ସୂଚନା ଅନୁସାରେ, ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ । ଅନୁଗୁଳ-କଟକ ରାସ୍ତାରେ କଟକ ଆଡକୁ ଯାଉଥିବା ବାଲିମି ଥାନା ଖଜୁରିଆକଟା ଅଞ୍ଚଳର କ୍ଷୀରୋଦ ନନ୍ଦଙ୍କ କାର ନଂ OD19J5015 ଟି ସ୍ଥାନୀୟ ଗୁହାଳୀପାଳ […]

ଓଡିଶା

ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ପ୍ରାର୍ଥୀନୀ…

ହିନ୍ଦୋଳ, ୦୮/୫ : ହିନ୍ଦୋଳରେ ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ପ୍ରାର୍ଥୀନୀ ନିଜ ନିଜର ସମର୍ଥକଙ୍କ ଗହଣରେ ହିନ୍ଦୋଳ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ପ୍ରାର୍ଥୀନୀ ଭାବେ ସୀମାରାଣି ନାୟକ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଦଳୀୟ ସମର୍ଥକ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ଗହଣରେ […]

ଓଡିଶା

ହିନ୍ଦୋଳରେ ବିଜେପିରୁ ସୀମାରାଣୀ ! ମହେଶ ସାହୁଙ୍କୁ ମାତ୍ ଦେବେ କି ସୀମାରାଣୀ !

ହିନ୍ଦୋଳ, ୨୭/୪ : ଢେଙ୍କାନାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ହିନ୍ଦୋଳ ବିଧାନସଭା ନିର୍ବାନମଣ୍ଡଳୀ ଏବେ ଚର୍ଚ୍ଚାରେ । ଏହି ଆସନରୁ ଦୀର୍ଘ ୧୦ ବର୍ଷ ଧରି ବିଧାୟିକା ସୀମାରାଣୀ ନାୟକ ଚଳିତ ଥର ବିଜେଡି ଟିକେଟରୁ ବଞ୍ଚିତ ହୋଇଛନ୍ତି । ଏ ନେଇ ସେ ନିଜର ଦୁଃଖ ପ୍ରକାଶ କରିବା ସହିତ ପଦ୍ମ ଶିବିରରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଯାହାକୁ ନେଇ ଏବେ ହିନ୍ଦୋଳ ରାଜନୀତି ହଟ୍ଟଚମଟ ହୋଇ ଉଠିଛି । ବିଭିନ୍ନ ଅଞ୍ଚଳରେ […]

ଓଡିଶା

ବିଧାୟିକାଙ୍କ ଉଦ୍ୟମରେ ହିନ୍ଦୋଳରେ ଡ଼ାଇଲେସିସ କେନ୍ଦ୍ର ଉଦଘାଟିତ

ଢେଙ୍କାନାଳ, ୨/୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଲକ୍ଷଲକ୍ଷ ଜନସାଧାରଣଙ୍କ ପାଇଁ ବିଧାୟିକା ସୀମାରାଣୀ ନାୟକ ପୁଣିଥରେ ଆଣିଦେଇଛନ୍ତି ଖୁସିର ଉପହାର । ହିନ୍ଦୋଳରେ ଥିବା କିଡନୀ ରୋଗୀମାନେ ଡାଇଲେସିସ ପାଇଁ ଏଠାରୁ ୬୦କିମି କିମ୍ବା ୩୦କିମି ପର୍ଯ୍ୟନ୍ତ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ଯାଆ ଆସ କରୁଥିଲେ । ମାତ୍ର ହିନ୍ଦୋଳ ଜନସାଧାରଣଙ୍କ ପ୍ରଧାନ ସେବିକା ଜନପ୍ରିୟ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ଏହାକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ […]

ଓଡିଶା

ବିରୋଧୀଙ୍କୁ ହଜମ୍ ହେଉନି ସୀମାରାଣୀଙ୍କ ଜନ ସମର୍ଥନ…

ଢେଙ୍କାନାଳ, ୨୫/୧ (ସୁଜିତ୍ କୁମାର ବେହେରା) : ଜଣେ ସଫଳ ଜନନାୟକ ହେଲେ ନିନ୍ଦା, ଅପବାଦର ସମ୍ମୁଖୀନ କରିବାକୁ ପଡେ । ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏନେଇ ଗାଁ ଗାଁରେ ଚାଲିଲାଣି ଜୋରଦାର ପ୍ରଚାର ପ୍ରସାର । ଦଳୀୟ ହାଇକମାଣ୍ଡଙ୍କ ପାଖରେ ନିଜର ପତିଆରା ପ୍ରଦର୍ଶନ କରିବା ପାଇଁ ଅଭିନବ ପ୍ରୟାସରେ କସରତ କରୁଛନ୍ତି ଆଶାୟୀ ପ୍ରାର୍ଥୀ । ଏଥିରୁ ବାଦ୍ ପଡିନି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ । ନିର୍ବାଚନ ଯେତିକି ପାଖେଇ […]

ଓଡିଶା

ବିଜେଡି ବିଧାୟିକାଙ୍କୁ ଗାଦିଚ୍ୟୁତ କରିବାକୁ ବିଜେଡି କର୍ମୀଙ୍କ ସମରଶଯ୍ୟା,

ପୁଣି ବିଧାୟିକାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ ପୁରୁଣା କର୍ମୀଢେଙ୍କନାଳ, ୧୬/୧ (ସୁଜିତ୍ କୁମାର ବେହେରା) : ବଢୁଛି ହିନ୍ଦୋଳ ବିଧାୟିକାଙ୍କ ଅଡୁଆ । ତେଜୁଛି ଜନ ଆନ୍ଦୋଳନ । ଏଥର ନେତୃତ୍ୱରେ ହେବ ପରିବର୍ତନ । ନଚେତ୍ ଦଳକୁ ଭୋଗୁବାକୁ ପଡିବ ଅନେକ ପ୍ରତିଘାତ । ଏଭଳି କିଛି ଭାବନା ନେଇ ହିନ୍ଦୋଳ ବିଧାୟିକାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ପୁରୁଣା କର୍ମୀ । ଦଳ ବନାମ ଦଳ ଭିତରେ ଲାଗିଛି ଦ୍ୱନ୍ଦ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ […]

ଓଡିଶା

ଲଣ୍ଡନ ଛାଡି ରାଜନୀତିରେ ପାଦ ଦେବେ ଯୁବ ସମାଜସେବୀ…

ହିନ୍ଦୋଳ, ୧୯/୧୧ (ସୁଜିତ୍ କୁମାର ବେହେରା) : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳରେ ଆଶାୟୀମାନଙ୍କ ମଧ୍ୟରେ ଛକପଞ୍ଝା ସେତିକି ବଢିବାରେ ଲାଗିଛି । ଆଶାୟୀମାନେ ବିଭିନ୍ନ ଅଞ୍ଚଳରେ ନିଜର ଅଭିନବ ପ୍ରୟାସ ମାଧ୍ୟମରେ ଜନ ସମର୍ଥନ ଯୋଗାଡ କରିବା ସହ ଦଳୀୟ ହାଇକମାଣ୍ଡଙ୍କ ପାଖରେ ନିଜର ପତିଆରା ପ୍ରଦର୍ଶନ କରିବାକୁ ନେଇ ଲାଗିଛି ଜୋରଦାର ପ୍ରସ୍ତୁତି । ସେହିପରି ହିନ୍ଦୋଳ ରାଜନୀତିରେ ଆଉ ଏକ ନୂଆ ମୁଁହ ଦେଖିବାକୁ ମିଳିଛି । ନିଜର […]

ଓଡିଶା

ଉପଖଣ୍ଡସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଘାଟିତ…

ଢେଙ୍କାନାଳ, ୧୫ ନଭେମ୍ବର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ ହୋଇଛି । ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମେଳାରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷ ଅର୍ଚ୍ଚନା ପୁହାଣ, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ, ଏନ୍ଏସି […]