ପୁଣି ଶ୍ରୀମନ୍ଦିର ଭିତର ବେଢାରେ ସେଲ୍ଫି, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ
ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋଶିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କଲେ ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ଭକ୍ତ । ସେ ଏହି ଫଟୋକୁ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫଟୋରେ ଦୁଇ ଜଣ ବ୍ୟକ୍ତି ଥିବା ଦେଖିବାକୁ ମିଳିଛି । ଜଣେ ଧଳା ରଙ୍ଗର କୁର୍ତା ପିନ୍ଧିଥିବା ବେଳେ ଅନ୍ୟ ଜଣେ ନାଲି ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଶ୍ରୀମନ୍ଦିର ପରିସରରେ ସେ ୧୦ରୁ ଅଧିକ ଫଟୋ ଉଠାଇଥିବା ବେଳେ […]