ଶ୍ରମିକ କଂଗ୍ରେସର ତିନୋଟି ଶାଖା କର୍ମକର୍ତ୍ତା ନିର୍ବାଚିତ…
ଜଟଣୀ : ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ବିଜେବି ଇନଷ୍ଟିଚ୍ୟୁଟରେ ଶ୍ରମିକ କଂଗ୍ରେସର ତିନୋଟି ଶାଖାର ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରତ୍ୟେକ ବ୍ରାଞ୍ଚର ସମ୍ପାଦକମାନେ ନିଜ ଦୁଇ ବର୍ଷର କାର୍ଯ୍ୟକାଳ ଉପଲବ୍ଧି ସମ୍ପର୍କରେ ଲିଖିତ ସଂପାଦକୀୟ ପାଠ କରିଥିଲେ । ଏଥିରେ କୋଷାଧ୍ୟକ୍ଷମାନେ ଆୟ ବ୍ୟୟ ହିସାବ ଦେବାପରେ ତାହା ଗୃହରେ ପାରିତ ହୋଇଥିଲା । […]