ପିଲାମାନଙ୍କ ଅନ୍ତର୍ନିହିତ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ବୈଜ୍ଞାନିକ ମେଳାର ଉଦ୍ଦେଶ୍ୟ
ନୀଳଗିରି, ୧୩/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ କାଂଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଉକ୍ତ ମେଳାକୁ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଆନୁଷ୍ଠାନିକ ଭାବେ ବିଇଓଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ନୀଳଗିରି ବ୍ଳକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ସମ୍ମାନୀତ […]