ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…
ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚସଙ୍ଗ ବଳରାମପୁରରେ ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାକୁ ସାମ୍ବାଦିକ ବିନୟ କୁମାର ଦାସ ସଂଚାଳନ କରିଥିଲେ l କାର୍ଯ୍ୟକ୍ରମରେ ଶିକ୍ଷାବିତ ବଂଶୀଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ଭଲ ମଣିଷ ତିଆରି କରିବାକୁ ସ୍ବର୍ଗତ ବସନ୍ତରାୟଙ୍କ ଜୀବନବ୍ୟାପି ଉତ୍ସର୍ଗ ବିଷୟରେ କହିଥିଲେ […]