ଓଡିଶା

ରାଜ୍ୟ ସରକାରଙ୍କ ସମବାୟ ସମିତି ହସ୍ତକ୍ଷେପରେ ଚାଷୀ ହେଉଛନ୍ତି ଉପକୃତ

ସାଲେପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ୭0 ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ମାହାଙ୍ଗା ବ୍ଲକ କୁଣ୍ଡି ସେବା ସମବାୟ ସମିତି ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବା ବେଳେ, ଏହା ଦ୍ୱାରା ଗ୍ରାମାଞ୍ଚଳର ଚାଷୀମାନେ ବେଶ ଉପକୃତ ହୋଇପାରୁଛନ୍ତି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା l […]

ଓଡିଶା କ୍ରୀଡା

ମୁକୁଳା ପାଦ ଦେଖାଇଛି ସଫଳତାର ପଥ…

ସାଲେପୁର : ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଘ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ୪୦୦ ମିଟର ଦୌଡ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦମୟନ୍ତୀ ଜେନା । ଏହା ସହ ସେ ନ୍ୟାସନାଲ ଲେବୁଲରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ମଧ୍ୟ ହୋଇଛନ୍ତି । ଯାହାକୁ ନେଇ ଗର୍ବିତ ହୋଇଛନ୍ତି ଗ୍ରାମବାସୀ । ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ହିଁ କଠିନ କାର୍ଯ୍ୟକୁ […]

ଓଡିଶା

ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚସଙ୍ଗ ବଳରାମପୁରରେ ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାକୁ ସାମ୍ବାଦିକ ବିନୟ କୁମାର ଦାସ ସଂଚାଳନ କରିଥିଲେ l କାର୍ଯ୍ୟକ୍ରମରେ ଶିକ୍ଷାବିତ ବଂଶୀଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ଭଲ ମଣିଷ ତିଆରି କରିବାକୁ ସ୍ବର୍ଗତ ବସନ୍ତରାୟଙ୍କ ଜୀବନବ୍ୟାପି ଉତ୍ସର୍ଗ ବିଷୟରେ କହିଥିଲେ […]

ଓଡିଶା

ଗୁରୁ ହେଵ ତ ଏମିତି… ପ୍ରଧାନଶିକ୍ଷକଙ୍କ ପାଇଁ ରୋଷଣୀ କରି ସମ୍ବର୍ଦ୍ଧନା ଦେଲେ ଏବଂ ଗାଁ ବୁଲାଇଲେ !

କଟକ : ସମାଜ ସର୍ବଦା ଭଲ ମଣିଷ ତଥା ଆଦର୍ଶ ଗୁରୁଙ୍କୁ ପୂଜା କରେ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର l ଏହି ଆପ୍ତ ବାକ୍ୟର ପ୍ରସଙ୍ଗିକତା ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ରଙ୍କ ପାଇଁ ଅବିସ୍ମରଣୀୟ ତଥା ଚିର ଅମଳିନ । ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ କୋଠପଦାରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଏ ଦୃଶ୍ୟ ପ୍ରକୃତରେ ଗୁରୁଙ୍କ ମହାନ ବ୍ୟକ୍ତିତ୍ବକୁ ଏକ ବଳିଷ୍ଠ ପରିଚୟ ପ୍ରଦାନ […]

ଓଡିଶା

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ ମିଶନ 2023 କାର୍ଯ୍ୟକ୍ରମ ଅନୁଷ୍ଠିତ…

ନିଶ୍ଚିନ୍ତକୋଇଲି : ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ ମିଶନ 2023 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ କଳାତ୍ମକ ଗୁଣବତ୍ତା ତଥା ବୌଦ୍ଧିକ ବିକାଶରେ ସହାୟକ […]

ଓଡିଶା କଳା ସଂସ୍କୃତି

ବିଶ୍ୱାସ ଓ ଆସ୍ଥାର ପ୍ରତୀକ ବାବା ‘ଉନଉନ’ଙ୍କ ସମାଧି ପୀଠ…

ସାଲେପୁର : ବିଶ୍ୱାସ ଓ ଆସ୍ଥାର ପ୍ରତୀକ ବାବା ‘ଉନଉନ’ଙ୍କ ସମାଧି ପୀଠ । ଏଠି ବାବାଙ୍କ ନିକଟରେ ବିଡି ଭୋଗ ଲାଗି ହୁଏ । କୁହାଯାଏ ବିଡି ଯେଉଁଭଳି ନିଜେ ଜଳି ଜଳି ନିଜର କ୍ଷତି କରାଇଥାଏ, ମଣିଷ ମଧ୍ୟ ସତ୍ୟ-ନ୍ୟାୟ-ଧର୍ମର କଣ୍ଟିକତ ପଥ ଆପଣାଇବା ଦରକାର । କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମପଂଚାୟତର ରାମକୃଷ୍ଣପୁର ଗ୍ରାମରେ ଅବସ୍ଥିତ ବାବା “ଉନଉନ”ଙ୍କ ସମାଧି ପୀଠ । ବାବା “ଉନଉନ” ହେଉଛନ୍ତି ଦକ୍ଷିଣ […]

ଓଡିଶା କଳା ସଂସ୍କୃତି

ଶାରଦୀୟ ଆଗମନରେ ଖିଲି ଖିଲି ହୋଇ ନାଚି ଉଠୁଛି କାଶତଣ୍ଡୀ…

ସାଲେପୁର : ନିର୍ମଳ ଆକାଶରେ ଭସା ବାଦଲର ଛାୟାରେ ଖିଲି ଖିଲି ହୋଇ ହସୁଛି କାଶତଣ୍ଡୀ । ଦଦୁଲ୍ୟମାନ ଅବସ୍ଥାରେ କାଶତଣ୍ଡୀ ନାଚି ନାଚି ଶରତ ଋତୁ ସାଙ୍ଗରେ ଶାରଦୀୟ ସମ୍ଭାର ନେଇ ଆସିଛି । ଧରିତ୍ରୀ ମାତାର ବକ୍ଷକୁ ଧୋବଳ ଚାଦରରେ ଢାଙ୍କି ମା ଦଶଭୁଜା ଦୁର୍ଗାଙ୍କୁ ଆମନ୍ତ୍ରଣ କରିଥାଏ କାଶତଣ୍ଡି ରାଣୀ । କାଶତଣ୍ଡୀ ଫୁଲ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି l ଶରତ ଆସିଲେ ରାସ୍ତା କଡ଼ ନଈ ପଠାମାନଙ୍କରେ ଦେଖିବାକୁ ମିଳିଥାଏ […]

ଓଡିଶା

କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ…

ସାଲେପୁର : କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସୁରଭି କାର୍ଯ୍ୟକ୍ରମରେ ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲେଖନୀ, ସଂଗୀତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷକ ଦେବପ୍ରସାଦ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଶ୍ୱଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରା, ଶିକ୍ଷାବିତ ସୃଷ୍ଟିଧର କର, ସିଆରସିସି ଉମେଶ ଚନ୍ଦ୍ର ରାଉତ, ଶିକ୍ଷାବିତ ସୁସ୍ମିତା […]

ଓଡିଶା

ଏଣିକି ବୈଠକ ହେବ ଏବଂ ଲୋକଙ୍କ ସମସ୍ୟାର ସମାଧାନ ହେବ: ବିଧାୟକ

ସାଲେପୁର : କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତ ମିଶନଶକ୍ତି ଗୃହ ପ୍ରାଙ୍ଗଣରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷ କରି ରାସ୍ତାଘାଟ, ପାନୀୟ ଜଳ ପ୍ରକଳ୍ପ, ଭତ୍ତା ବଣ୍ଟନ, ଶିକ୍ଷା, ଜଳସେଚନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥିତ ଜନସାଧାରଣଙ୍କଠାରୁ ଅଭିଯୋଗ ଦରଖାସ୍ତମାନ […]

ଓଡିଶା

ନେମାଳ ମଣ୍ଡଳ ସଭାପତିଙ୍କୁ ମିଳିଲା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ବ…

ସାଲେପୁର : ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ଓ ଦଳୀୟ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ ମଣ୍ଡଳ ସଭାପତି ରଞ୍ଜନ କୁମାର ନନ୍ଦଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରୂପେ ପଦୋନ୍ନତି କରାଯାଇଛି । ସେହିପରି ନେମାଳ ମଣ୍ଡଳର ନୂତନ ସଭାପତି ଭାବେ ଅକ୍ଷୟ ମହାନ୍ତି ନାମ ଜିଲ୍ଲା ସଭାପତି ଘୋଷଣା କରିଛନ୍ତି । ଏ ନେଇ ବିଜେପି ନେତା ଦିଲୀପ ମଲିକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରିପୋର୍ଟ : […]