ଓଡିଶା

ଅପ୍ରାକୃତିକ ଯୌନ ସମ୍ବନ୍ଧ ହିଁ ହତ୍ୟାର କାରଣ, ସୂଚନା ଦେଲେ ଡିସିପି…

ସାଲେପୁର, ୨୬/୧୨ (ଅଭୟ ଜେନା) : ବହୁ ଚର୍ଚ୍ଚିତ କଟକ ଜଗତପୁର ଥାନା ପୂର୍ବକଛ ଗାଁରେ ଘଟିଥିବା ନାବାଳକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି କଟକ କମିସନରେଟ ପୋଲିସ । ଗତ ୧୭ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ଜଗତପୁର ଥାନାରେ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଡିସିପି । ବାବୁଲି ପଣ୍ଡା ନାମକ ଯୁବକ ଯୌନ ଶୋଷଣ କରିଥିବା ସୂଚନା ଦେଇଛନ୍ତି ଡିସିପି । ବାବୁଲିକୁ ପୋଲିସ ସିନ୍ ରି-କ୍ରିଏସନ କରିଛି । ଏହି […]

ଓଡିଶା

କେନ୍ଦ୍ର ସରକାରଙ୍କ ଜନସଚେତନ ରଥରେ ବାଜୁଛି ବିଜେଡି ଗୀତ, ଅଭିଯୋଗ କରି ବିଡିଓଙ୍କୁ ଦାବିପତ୍ର ଦେଲା ବିଜେପି…

ସାଲେପୁର, ୧୩/୧୨ (ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ବିଷୟରେ ପ୍ରଚାର କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକ ପକ୍ଷରୁ ଏହି ରଥ ପରିକ୍ରମା ପାଇଁ ନିଷ୍ପତି ନିଆଯାଇଥିଲା । ଲକ୍ଷ୍ୟ ଥିଲା ପ୍ରତ୍ୟେକ ପଞ୍ଚାୟତରେ ବ୍ଲକ ପ୍ରଶାସନ କିଭଳି ସୁଚାରୁରୂପେ ଏହି ରଥ ବୁଲିବ ଓ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ ସେଥିପ୍ରତି ଦୃଷ୍ଟି ଦେବେ । ଏହାର ଦାୟିତ୍ୱ […]

ଓଡିଶା

ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଥାନା ଘେରିଲେ ବିଜେପି କର୍ମୀ…

ସାଲେପୁର, ୧୩/୧୨ (ଅଭୟ ଜେନା) : କଟକ ସଦର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିତକୋଇଲି ବ୍ଲକ ଅଧିନସ୍ତ ମାଣପୁର ପଞ୍ଚାୟତରେ ଗତ ଦୁଇ ଦିନ ତଳେ ବିକଶିତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଡ଼ମ୍ବନାର ବିଷୟ ଏହି କାର୍ଯ୍ୟକ୍ରମ ବେଳେ ମାଣପୁର ପଞ୍ଚାୟତ ବିଜେଡି ସଭାପତି ମହମ୍ମଦ ରୁସ୍ତମଙ୍କ ଘରେ ରହୁଥିବା ଜନୈକ ମହିଳା ନବିନୀ ବାବୁ ଆମ ଫ୍ରେଣ୍ଡ ଗୀତରେ ନାଚିଥିଲା । ଏହାକୁ ପ୍ରତିବାଦ କରିବା ପାଇଁ କଟକ ସଦର ବିଜେପିର ପଞ୍ଚାୟତ […]

ଓଡିଶା

୩ ଝିଅଙ୍କୁ ଛାଡି ପର ପୁରୁଷ ସହ ମା’ ଫେରାର..

ସାଲେପୁର, ୧୨/୧୨ (ଅଭୟ ଜେନା) : ନିଜର ୩ଟି ନାବାଳିକା କନ୍ୟା ସନ୍ତାନଙ୍କୁ ଛାଡି ମାଆ ଫେରାର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କେଣ୍ଟାଳୋ ଗାଁର ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ଗତ ଗୁରୁବାର ରାତିରେ ଜନୈକ ମହିଳା ବାହାରକୁ ଶୌଚହେବାକୁ ଆସି କେଉଁଆଡ଼େ ଫେରାର ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ଫେରାର ମହିଳାଙ୍କ ସ୍ୱାମୀ । ଫେରାର ମହିଳାଙ୍କ ନାଁ ଲିଲି ପ୍ରଧାନ । ଲିଲିକୁ ସେହି […]

ଓଡିଶା

ବିବେକାନନ୍ଦ ଶିକ୍ଷକେନ୍ଦ୍ରରେ ବିଜ୍ଞାନ ମେଳା ଅନୁଷ୍ଠିତ…

ସାଲେପୁର, ୧୧/୧୨ (ଅଭୟ ଜେନା) : କଟକ ଜିଲ୍ଲା ସାଲେପୁର ବ୍ଲକର ଗୁଜରପୁରଠାରେ ଅବସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ରାଉତ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ କବି ଉଦୟ କେଶରୀ ବର୍ମା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ମେଳାର ତାତ୍ପର୍ଯ୍ୟ ଉପରେ ଉଦବୋଧନ ଦେଇଥିଲେ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର […]

ଓଡିଶା

ବିଳମ୍ବିତ ରାତିରେ ଏନକାଉଂଟର କରି ଅପରାଧିକୁ ଧରିଲା ନିଶ୍ଚିନ୍ତକୋଇଲି ପୋଲିସ…

ସାଲେପୁର, ୪/୧୨ (ଅଭୟ ଜେନା) : ଜଗତସିଂହପୁର ଅଂଚଳର ଜଣେ ଦୁର୍ଦାନ୍ତ ଅପରାଧୀକୁ ଏନକାଉଂଟର କରିଛି ନିଶ୍ଚିନ୍ତକୋଇଲି ଥାନା ପୋଲିସ । ବିଳମ୍ବିତ ରାତ୍ରିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱେର ଖେଳ ପଡିଆ ନିକଟରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଏହି ଦୁର୍ଦାନ୍ତ ଅପରାଧୀକୁ ଏନକାଉଂଟର କରିଛି । ସଂପୃକ୍ତ ଅପରାଧୀକୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଛ । ଉକ୍ତ ଅପରାଧୀ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ […]

ଓଡିଶା କଳା ସଂସ୍କୃତି

ରାସ ଉତ୍ସବର ଅନ୍ତିମ ପର୍ବ ଅବସରରେ ଉତ୍ସବ ମୁଖର ରାଧାମାଧବ ମଠ…

ସାଲେପୁର, ୨୭/୧୧ (ଅଭୟ ଜେନା) : ପବିତ୍ର ପଞ୍ଚକ ବ୍ରତ ଉପଲକ୍ଷେ ସପ୍ତାହ ବ୍ୟାପୀ ରାସ ଉତ୍ସବର ଅନ୍ତିମ ପର୍ବ କାର୍ତ୍ତିକ ପୂର୍ଣ୍ଣିମାରେ ଉତ୍ସବ ମୁଖର ହୋଇଛି ଜନାର୍ଦ୍ଦନପୁର ଓ କଳମିଶ୍ରି ପଞ୍ଚାୟତ । ସ୍ଥାନୀୟ ରାଧାମାଧବ ପୀଠରେ ସପ୍ତାହ ବ୍ୟାପୀ ଶ୍ରୀମଦଭାଗବତ ପରାୟଣ ଓ ଶରଦ ରାସ ଅନୁଷ୍ଠିତ ହୋଇଯାଇଛି । ରାଧାମାଧବ ମଠ ଆନୁକୂଲ୍ୟରେ ମହନ୍ତ ଶ୍ରୀ ବିପ୍ର ଚରଣ ଦାସଙ୍କ ତତ୍ୱାବଧାନରେ ଵିଧି ପୂର୍ବକ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ରାସ ପୂର୍ଣ୍ଣିମା […]

ଓଡିଶା

କୋଠପଦାରେ ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କଲେ ବଦାନ୍ୟ ବ୍ୟକ୍ତି…

ସାଲେପୁର, ୨୬/୧୧ (ଅଭୟ ଜେନା) : କୁହୁଣ୍ଡା ପଂଚାୟତ କୋଠପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟିବା ଫଳରେ ଗ୍ରାମର ପାଣୁ ପୃଷ୍ଟି ଓ ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ନିଆଁ ଲାଗି ଘର ଭିତରେ ଥିବା ସମସ୍ତ ଆସବାପତ୍ର ଜଳି ଯାଇଛି । ତେବେ ଘଟଣାରେ ପରିବାରର ସଦସ୍ୟମାନେ ସୁରକ୍ଷିତ ଥିବା ଜଣା ପଡିଛି । ଏ ନେଇ ମାହାଙ୍ଗା […]

ଓଡିଶା

ଅରିଲୋ ରଘୁନାଥଜୀୟୁ ମନ୍ଦିରରେ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଲେପୁର, ୨୨/୧୧ (ଅଭୟ ଜେନା) : ବିରୂପା-ଗେଙ୍ଗୁଟି ଦ୍ୱିପାଂଚଳ ଅନ୍ତର୍ଗତ ଅରିଲୋ ରଘୁନାଥଜୀୟୁ ମନ୍ଦିର ପ୍ରାଙ୍ଗଣରେ ସପ୍ତାହବ୍ୟାପୀ ରାମଚରିତ ମାନସ ଉତ୍ସବ ଓ ପ୍ରବଚନ ସାଙ୍ଗକୁ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ ଉତ୍ସବରେ ଆଖପାଖ ଅଂଚଳରୁ ଶହଶହ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ପ୍ରଭୁ ଶ୍ରୀରାମଙ୍କ ଅମୃତମୟ ଜୀବନ ଦର୍ଶନର ମହନୀୟ ଗାଥା ଓ ଶ୍ରୀମଦ ଭାଗବତ ଦୁର୍ଲ୍ଲଭ କଥାମୃତକୁ ଶବଚ୍ଚ କରିଥିଲେ । ମନ୍ଦିର ପୂଜକ ପଣ୍ଡିତ ପ୍ରକାଶ ଚନ୍ଦ୍ର କରଙ୍କ […]

ଓଡିଶା କଳା ସଂସ୍କୃତି

ଅସୁରେଶ୍ୱର ଗୋରକ୍ଷଣିର ୮୧ ତମ ବାର୍ଷିକ ଉତ୍ସବ ଓ ଗୋ ପୂଜନ ସମାରୋହ ଅନୁଷ୍ଠିତ…

ସାଲେପୁର, ୨୧/୧୧ (ଅଭୟ ଜେନା) : ପବିତ୍ର ଗୋଷ୍ଠାଷ୍ଟମୀ ତିଥିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱରଠାରେ ରାଜ୍ୟର ସର୍ବ ବୃହତ ଗୋରକ୍ଷଣି ପ୍ରାଙ୍ଗଣରେ ଅନୁଷ୍ଠାନର ୮୧ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଷ୍ଟିଭିକ୍ଷା ଦ୍ୱାରା ପରିଚାଳିତ ଏହି ଗୋରକ୍ଷଣିରେ ଶହଶହ ଅବହେଳିତ, ପଙ୍ଗୁ, ଅସହାୟ ଗୋରୁ ଗାଈମାନଙ୍କ ସେବା ଯନô ନିଆଯାଇ ଆସୁଥିବାବେଳେ, ଏହି ଅନୁଷ୍ଠାନ ହିନ୍ଦୁ-ମୁସଲମାନ୍ ଭାଇଚାରାର ପ୍ରତୀକ ଭାବେ ନିଆରା ପରିଚୟ ସୃଷ୍ଟି କରିଆସିଛି । ଗୋ’ମଙ୍ଗଳ ସମିତି […]