ଓଡିଶା କଳା ସଂସ୍କୃତି

ଜନାର୍ଦ୍ଦନପୁରରେ ପ୍ରସିଦ୍ଧ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଯାତ୍ରା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପ୍ରସିଦ୍ଧ ଶନିଶ୍ଚରଙ୍କ ପୀଠରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହେଉଛି । ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ ଓ ଆୟୋଜକଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ଏହି ଦିନରେ ଶନିଶ୍ଚରଙ୍କ ପୀଠକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଭକ୍ତ ନିଜର […]

ଓଡିଶା

ପାଣିରେ ବୁଡି ରହୁଛି ସହସ୍ରାଧିକ ଏକର ଚାଷଜମି: ଉଜୁଡି ଯାଉଛି ବର୍ଷ ବର୍ଷର ଆହାର…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଅନ୍ତର୍ଗତ କଟକସଦର ଓ ସାଲେପୁର ନିର୍ବାଚନ ମଣ୍ଡଳୀର ଅନ୍ୟୁନ ସାତ ଆଠଟି ଗ୍ରାମର ସହସ୍ରାଧିକ ଏକର ଚାଷଜମି ଦୀର୍ଘ ୧୫ ବର୍ଷ ହେବ ପାଣିରେ ବୁଡିରହି କୌଣସି ଫସଲ ହୋଇପାରୁନାହିଁ । ଦ୍ୱିପାଞ୍ଚଳର ମାରଡ଼ା, ବଳରାମପୁର, ତିଳଦା, ସାରଡ଼ା, ବୋଇଲ ଆଦି ମୌଜାର ଉଦବୃତ୍ତ ଜଳରାଶି ମାରଡ଼ା ଗ୍ରାମରେ ଥିବା କଲଭଟ ମଧ୍ୟଦେଇ ଚିତ୍ରୋତ୍ପଳା ନଦୀକୁ ନିଷ୍କାସିତ ହୋଇଥାଏ । ମାତ୍ର କେନାଲ ନିର୍ମାଣ ହେବାଦ୍ୱାରା […]

ଓଡିଶା

୨୦ହଜାର ଟଙ୍କାରେ ନାତିକୁ ବିକ୍ରି ଅଭିଯୋଗ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : କୋଡିଏ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ଶିଶୁ ପୁତ୍ରର ଜେଜେ ରାହସ ବିହାରୀ ସାମଲ । ତଥ୍ୟରୁ ପ୍ରକାଶ ଯେ, କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗ୍ରାମର ରାହସ ବିହାରୀ ସାମଲଙ୍କ ପୁଅ ତପନ ସାମଲ (୨୭) ଗତ ୬ ବର୍ଷ ହେବ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗ୍ରାମର କାଁହୁ ଚରଣ ସାମଲଙ୍କ ଝିଅ ରୁବିନାଙ୍କ ସହିତ […]

ଓଡିଶା

ଭୁଶୁଡି ପଡିଲା ଚିତ୍ରୋତ୍ପଳା କେନାଲ ପୋଲର ଆପ୍ରାଚ ରୋଡ୍ : ଯାତାୟାତ ଠପ୍…

ସାଲେପୁର, (ଏଫ୍ଟୁଏସ୍ / ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ତଥା କଟକ ସଦର ନିର୍ବାଚନ ମଣ୍ଡଳୀର ଜନାର୍ଦ୍ଦନପୁରଠାରେ ଚିତ୍ରୋତ୍ପଳା ଦକ୍ଷିଣ କେନାଲର ବଢ଼େଇ ସାହି କେନାଲ ସେତୁର ମୁଣ୍ଡ ଆପ୍ରାଚ ରାସ୍ତାରେ ପ୍ରାୟ ୧୫ ଫୁଟ ଓସାର ଗର୍ତ୍ତ ହୋଇଯିବାରୁ ଗ୍ରାମବାସୀ ତଥା ସାଧାରଣ ଲୋକଙ୍କ ଯାତାୟାତ ଏକ ପ୍ରକାରର ଠପ୍ ହୋଇଯାଇଛି । ସୂଚନା ଅନୁସାରେ, ଗତ ସୋମବାର ମଧ୍ୟ ରାତ୍ରରେ ହଠାତ୍ ବିକଟାଳ ଶବ୍ଦକରି ରାସ୍ତା ଭୁଶୁଡି ଯାଇଥିଲା । ପୋଲ […]

ଓଡିଶା

ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାରେ ବିପୁଳ ନକଲି ମଦ ଜବତ: ୫ ଗିରଫ

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଧିନସ୍ଥ ଗୋତରା ପଂଚାୟତ ପ୍ରହରାଜପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ପ୍ରକାଶ ଯେ କଟକ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ଖବର ପାଇ ନିଶ୍ଚିନ୍ତକୋଇଲି ଏସ.ଆର. ବାର ଓ ରେଷ୍ଟୁରାଣ୍ଟରେ ଚଢାଉ କରିଥିଲେ । ସ୍ୱତନ୍ତ୍ର ଅବକାରୀ ଟିମ୍ ଖବର ପାଇ ଭଦ୍ରେଶ୍ୱର ଥାନା ପ୍ରହରାଜପୁର ଗ୍ରାମରେ ଏକ ଭଡାଘର ଉପରେ ଚଢାଉ କରି ସେଠାରେ ବିଦେଶୀ […]

ଓଡିଶା

ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ…

ନିଶ୍ଚିନ୍ତକୋଇଲି, (ଏଫ୍ଟୁଏସ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ବ୍ଲକ ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଅନ୍ତର୍ଗତ ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବପ୍ରସାଦ କରଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସେଠୀ ପ୍ରଥମେ ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ସ୍ୱର୍ଗତ ବୀରବର ସାହୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । […]

ଓଡିଶା

ଆଖି ବୁଜିଲେ ଥାନା ସମ୍ମୁଖରେ ଆତ୍ମାହୁତି କରିଥିବା ମହିଳା…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗା ଥାନା ସମୁଖରେ ଆତ୍ମାହୁତି କରିଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଉଛି ରଶ୍ମିତା ଦାସ । ଆତ୍ମାହୁତି ଉଦ୍ୟମ ପରେ ରଶ୍ମିତା ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସାଧନ ଥିଲେ । ଡାକ୍ତରୀ ଟିମର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସେ ପ୍ରାଣ ହରାଇଛନ୍ତି ।  ସୂଚନା ଯୋଗ୍ୟ, ଗତ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢାଳି […]

ଓଡିଶା

ଉତ୍ତରକୁଳ ପଞ୍ଚାୟତରେ ବିଭିନ୍ନ ଉପାଦେୟ ବୃକ୍ଷର ଚାରା ବଣ୍ଟନ କଲେ ମହାବୀର ସେନା…

ନିଶ୍ଚିନ୍ତକୋଇଲି, (ଏଫ୍ଟୁଏସ୍ / ଅଭୟ ଜେନା) : ମହାବୀର ସେନା ପକ୍ଷରୁ ଉତ୍ତରକୁଳ ପଞ୍ଚାୟତରେ ଅନ୍ୟୁନ ୫୦ ରୁ ଉର୍ଦ୍ଧ ମହିଳାଙ୍କୁ ବିଭିନ୍ନ ଦରକାରୀ ବୃକ୍ଷର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥି ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦସ୍ୟ ଦିଲୀପ କୁମାର ମହାନ୍ତି ଓ ତୁଷାରକାନ୍ତ ବେହୁରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧୁସ୍ମିତା ମହାନ୍ତି, ପ୍ରଦୀପ ସ୍ୱାଇଁ, ତପନ ସ୍ୱାଇଁ, ଫଗୁ ସାମଲ, କ୍ଷୀରୋଦ ମହାପାତ୍ର, […]

ଓଡିଶା

ନେମାଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସାମ୍ବାଦିକ ସଂଘର ବନ୍ଧୁମିଳନ ଓ ଆଲୋଚନା ବୈଠକ ମହିମା ଗାଦି ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାରେ ଗ୍ରାମାଞ୍ଚଳରେ କାର୍ଯ୍ୟକରୁଥିବା ସାମ୍ବାଦିକଙ୍କର ବହୁବିଧ ସମସ୍ୟା ଉପରେ ସଦସ୍ୟମାନେ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ସାମ୍ବାଦିକମାନେ ଖବର ସଂଗ୍ରହ ତଥା ଅନ୍ୟ ସମୟରେ ଆକ୍ରୋଶମୂଳକ ଭାବେ ଆକ୍ରମଣ ତଥା ବାଧାସୃଷ୍ଟି […]

ଓଡିଶା

ଶଙ୍ଖ ଶିବିରରେ ଭାଳେଣି…

ବିଜେଡିରୁ ୧୧ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଇସ୍ତଫା ପରେ  ଆଲୋଡନ  ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ସାଧାରଣ ନିର୍ବାଚନକୁ ଦିନ କେଇଟା ନପୁରୁଣୁ, ଉପକୂଳ ଜିଲ୍ଲାରେ ବିଜେଡିକୁ ପୁଣି ଶକ୍ତ ଧକ୍କା ଲାଗିଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିରୁ ୫ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଇସ୍ତଫା ଘୋଷଣା କରିଥିବା ବେଳେ ସେମାନଙ୍କ ସହିତ ଆହୁରି ୬ ଜଣ ସରପଞ୍ଚ ମଧ୍ୟ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି l ଦଳ […]