ଓଡିଶା କଳା ସଂସ୍କୃତି

ଗୁଣ୍ଡୁଚାମନ୍ଦିର ପାଖ ଶରଧାବାଲିରେ ବଡଠାକୁର ଶ୍ରୀବଳଦେବ ଗୋସାଇଁ

ଗୁଣ୍ଡୁଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଛନ୍ତି ବଡବାଡସାମନ୍ତ ବଡଠାକୁର ଶ୍ରୀବଳଦେବ ଗୋସାଇଁ । ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ । ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆସୁଛନ୍ତି ବ୍ରହ୍ମାଣ୍ଡଗୋସାଇଁ କାଳିଆ ସାଆନ୍ତ । ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ ହଳଦୀମୁଖୀ ମା’ ସୁଭଦ୍ରା । ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ମହାପ୍ରଭୁଙ୍କ ୩ ରଥକୁ ଟାଣି ନେଉଛନ୍ତି […]

ଓଡିଶା

ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ…

ସୋମବାର ବନ୍ଦ ରହିବ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ । ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୂର୍ବରୁ ରାଜ୍ୟ ସରକାର ୮ ତାରିଖକୁ ଛୁଟି ଘୋଷଣା କରିଥିଲେ । ଏଥର ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଉଭୟ ୭ ଓ ୮ ତାରିଖରେ ରଥ ଟଣା ହେବ । […]

ଓଡିଶା

ଦୀର୍ଘ ୫୩ ବର୍ଷ ପରେ ବିରଳ ରଥଯାତ୍ର । ରାଜ୍ୟରେ ୨ ଦିନ ଛୁଟି ଘୋଷଣା…

ଚଳିତ ବର୍ଷ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା । ଏଥର ରଥଯାତ୍ରା ଦୁଇ ଦିନ ଧରି ଚାଲିବ । ପୁରୀରେ ସମୀକ୍ଷା ବୈଠକରେ ଏ ନେଇ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫଳରେ ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ଛୁଟି ରହିବ । ରଥ ଯାତ୍ରାର ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୀର୍ଘ ୫୩ ବର୍ଷ […]