ଓଡିଶା କଳା ସଂସ୍କୃତି

ଶ୍ରୀମନ୍ଦିରରେ ପାରମ୍ପରିକ ଦେବଦୀପାବଳି ଉତ୍ସବ ପାଳିତ

ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିଠାରୁ ଶୁକ୍ଳ ପ୍ରତିପଦ ତିଥି ପର୍ଯ୍ଯନ୍ତ ତିନିଦିନ ବ୍ଯାପୀ ଦେବତାମାନଙ୍କର ଦୀପାବଳି ବା ଦୀପଦାନ ଉତ୍ସବ ପାଳିତ ହୁଏ। ଏହି ସମୟରେ ଓଡିଶାର ବିଭିନ୍ନ ମନ୍ଦିରଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଏ। ଓଡିଶାର ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏହା ବିଶେଷ ଭାବରେ ପାଳିତ ହୋଇଥାଏ। ସାକ୍ଷୀଗୋପାଳଠାରେ ମଧ୍ଯ ସାକ୍ଷୀଗୋପାଳଙ୍କ ମନ୍ଦିରରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ। ଶ୍ରୀମନ୍ଦିରରେ ଏହିଦୀପାବଳି ଉତ୍ସବ ଶ୍ରୀଜଗନ୍ନାଥ ଙ୍କ ପିତୃଶ୍ରାଦ୍ଧ ପରମ୍ପରାଭାବେ ଏକସ୍ବତନ୍ତ୍ର […]

ଓଡିଶା କଳା ସଂସ୍କୃତି ଟ୍ରେଣ୍ଟିଂ

ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ରାଧା । ଆଜି ହେଉଛି ପବିତ୍ର ଅଁଳା ନବମୀ

ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ଶୁକ୍ଳପକ୍ଷ ଅଁଳା ନବମୀ ତିଥିକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଏହି ପୁଣ୍ୟ ତିଥିରେ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନ କରାଯାଏ । ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭକ୍ତଙ୍କୁ ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା ରାଧା । ଦର୍ଶନ ପାଇଁ ଅନୁମତି ରହିଥିବା ବେଳେ ଭକ୍ତଙ୍କୁ ରାଧା ପାଦ ଛୁଇଁବା ପାଇଁ ପ୍ରଶାସନ ପକ୍ଷରୁ […]

ଓଡିଶା ଟ୍ରେଣ୍ଟିଂ

ଓଡିଶାରେ ସ୍ଥଳଭାବ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ । ବାତ୍ୟା ପ୍ରସ୍ତୁତି ପାଇଁ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଓଡ଼ିଶାରେ ସ୍ଥଳଭାବ ଛୁଇଁବନି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ । ଏ ନେଇ ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ଗତି କରିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରି ବାତ୍ୟା ପଶ୍ଚିମବଙ୍ଗ- ବାଂଲାଦେଶ ଆଡକୁ ମୁହାଁଇବ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପଶ୍ଚିମ […]

ଓଡିଶା କଳା ସଂସ୍କୃତି

ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ପରମ୍ପରା ଗୋଶାଣୀ ମେଳଣ

ଶ୍ରୀକ୍ଷେତ୍ର ପୁରୀରେ ଶାରଦୀୟ ଉତ୍ସବ ପାରମ୍ପରିକ ରୀତିରେ ସମ୍ପର୍ଣ୍ଣ ହୋଇଥାଏ। ଦଶହରା ପରଦିନ ଏଠାରେ ଗୋଶାଣୀ ମେଳଣ ଅନୁଷ୍ଠିତ ହୋଇଥାଏ। ଶାରଦୀୟ ପାର୍ବଣର ଶେଷ ଦିନରେ ସଂଗଠିତ ଏହି ଦିବ୍ୟ ମେଳଣରେ ପ୍ରଦର୍ଶିତ ବିବିଧ ପ୍ରତିମା ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ।ଏଥିରେ ମୁଖ୍ୟତଃ ପ୍ରତିମା ଗଠନରେ ମୂର୍ତ୍ତିକାର, ଚିତ୍ରକାର ଓ ଜଡ଼ଉତ ବା ଅଳଙ୍କରଣ ପାଇଁ ସୋଲ ଶିଳ୍ପୀଙ୍କ ଅବଦାନ ରହିଥାଏ । ଅଧିକାଂଶ ପ୍ରତିମା ଗଠନରେ ମୂର୍ତ୍ତି ଓ ଚିତ୍ରଣ […]

ଓଡିଶା କଳା ସଂସ୍କୃତି

ଶ୍ରୀ ମନ୍ଦିରରେ ଶାକ୍ତ ଗୁଣ୍ଡିଚା । ଅନ୍ୟ ଅର୍ଥରେ ଏହା ଗୁପ୍ତ ଗୁଣ୍ଡିଚା ନାମରେ ପ୍ରସିଦ୍ଧ।

ଶାକ୍ତ ଗୁଣ୍ଡିଚା କହିଲେ ଶ୍ରୀଜଗନ୍ନାଥ ଚେତନାର ଦୁର୍ଗାମାଧବ ଉପାସନାକୁ ବୁଝାଇଥାଏ । ଦୁର୍ଗା ଓ ମାଧବ ଶବ୍ଦ ଦୁଇଟିର ଏକତ୍ର ସମାବେଶ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଦେଖିବାକୁ ମିଳେ ଯାହା ଭାରତୀୟ ସଂସ୍କୃତିକୁ ଏକ ଅପୂର୍ବ ଅବଦାନ ଅଟେ । ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ । ପୂର୍ବେ ପ୍ରତ୍ୟେକ ଓଡ଼ିଆ ଘର ଦ୍ୱାର ମାନଙ୍କରେ ଦୁର୍ଗମାଧବ ପଟିରେ ଜଗନ୍ନାଥ ଓ ବିମଳାଙ୍କ ପ୍ରତିମୂର୍ତ୍ତି ଚତୁର୍ଭୁଜା ଦୁର୍ଗା ଶୋଭା ପାଉଥିଲେ […]

ଓଡିଶା କଳା ସଂସ୍କୃତି

ଆଜି ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ । ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’ । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧା ମୂରତି । ନବଦିନାତ୍ମକ ଯାତ୍ରା ସମୟରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରିଥାନ୍ତି ମା’ ମହାଲକ୍ଷ୍ମୀ । ତେଣୁ ମା’ଙ୍କର ଅଭିମାନକୁ ଭଙ୍ଗ କରିବାକୁ ପାଟ ଶାଢୀ ସହ ରସଗୋଲା ଦେଇ ମାନଭଞ୍ଜନ କରନ୍ତି ମହାପ୍ରଭୁ । ଏହାପରେ ମହାପ୍ରଭୁ ବଡ ଦେଉଲ ଭିତରକୁ […]

ଓଡିଶା କଳା ସଂସ୍କୃତି

ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ

ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ । ମୋଟ ୭୫୨ ଚୁଲିରୁ ୨୦ଟି ଭାଙ୍ଗିଦେଇଥିବା ସୂଚନା । ତେବେ କୋଠ ଭୋଗ ଚୂଲି ଭାଙ୍ଗିନଥିବାରୁ ମହାପ୍ରଭୁଙ୍କ ଆଡପ ଅବଢା ବାହାରିବାରେ ସମସ୍ୟା ହେବନାହିଁ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଚୁଲି ଗୁଡିକର ମରାମତି ଚାଲିଛି । ଆଡପ ଅବଢା ପାଇଁ ୩ଦିନ ପୂର୍ବରୁ ତିଆରି ହୋଇଥିଲା ଚୁଲି । ଆସନ୍ତାକାଲି ଆଡପ ଅବଢା ପାଇଁ ଲକ୍ଷାଧିକ ଭକ୍ତ […]

ଓଡିଶା

ଗୁରବାର ଦିନ ଉଭାଯାତ୍ରା ଥିବାରୁ ସକାଳ ୪ଟାରୁ ସନ୍ଧ୍ୟା ୫ଟା ଯାଏଁ ରହିବ ସର୍ବସାଧାରଣ ଦର୍ଶନ

ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । କୋଭିଡ୍ ଯୋଗୁଁ ଗତ ଦୁଇବର୍ଷ ହେଲା ଭକ୍ତ ଏହି ଦୁଲ୍ଲର୍ଭ ଦର୍ଶନରୁ ବଞ୍ଚିତ ଥିଲେ । ୧୫ଦିନର ଅନବସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ସେଠାରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଅନବସର ଘରେ ନାନାଦି ନୀତି ପରେ ଜ୍ୱରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ […]

ଓଡିଶା

ଷ୍ଟେସନରେ ଯୁବକଙ୍କ ବ୍ୟାଗରୁ ମିଳିଲା ୨୮ ଲକ୍ଷ ଟଙ୍କା !

ରେଳ ଷ୍ଟେସନରେ ଲଗେଜ୍ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଜବତ ହୋଇଛି ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା । ଏହି ଘଟଣାରେ ରେଲୱେ ପୋଲିସ ପକ୍ଷରୁ ଯୁବକଙ୍କୁ ଅଟକ ରଖାଯାଇ ପଚରା ଉଚରା ଜାରି ରହିଛି । ପୁରୀ ରେଳ ଷ୍ଟେସନରେ ଜଣେ ଯାତ୍ରୀଙ୍କ ଲଗେଜ ସ୍କାନରରେ ସ୍କାନିଙ୍ଗ ବେଳେ ଯାତ୍ରୀଙ୍କ ବ୍ୟାଗରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା ସମସ୍ତଙ୍କୁ […]

ଓଡିଶା କଳା ସଂସ୍କୃତି

ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଆସିଲା ଫଳଭାର

ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଶୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ଆମ୍ବ, ପଣସ, କଦଳୀ, ସପୁରୀ ଓ ନଡ଼ିଆ ସହ ଭଳିକି ଭଳି ଫଳଭାର ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଚେରମୂଳୀ ମହୋଷଧିଦ୍ୱାରା ସେବା କରାଯାଉଛି । ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ […]