ଓଡିଶା କଳା ସଂସ୍କୃତି

ଶ୍ରୀ ମନ୍ଦିରରେ ଶାକ୍ତ ଗୁଣ୍ଡିଚା । ଅନ୍ୟ ଅର୍ଥରେ ଏହା ଗୁପ୍ତ ଗୁଣ୍ଡିଚା ନାମରେ ପ୍ରସିଦ୍ଧ।

ଶାକ୍ତ ଗୁଣ୍ଡିଚା କହିଲେ ଶ୍ରୀଜଗନ୍ନାଥ ଚେତନାର ଦୁର୍ଗାମାଧବ ଉପାସନାକୁ ବୁଝାଇଥାଏ । ଦୁର୍ଗା ଓ ମାଧବ ଶବ୍ଦ ଦୁଇଟିର ଏକତ୍ର ସମାବେଶ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଦେଖିବାକୁ ମିଳେ ଯାହା ଭାରତୀୟ ସଂସ୍କୃତିକୁ ଏକ ଅପୂର୍ବ ଅବଦାନ ଅଟେ । ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ । ପୂର୍ବେ ପ୍ରତ୍ୟେକ ଓଡ଼ିଆ ଘର ଦ୍ୱାର ମାନଙ୍କରେ ଦୁର୍ଗମାଧବ ପଟିରେ ଜଗନ୍ନାଥ ଓ ବିମଳାଙ୍କ ପ୍ରତିମୂର୍ତ୍ତି ଚତୁର୍ଭୁଜା ଦୁର୍ଗା ଶୋଭା ପାଉଥିଲେ […]