ଗୁଣ୍ଡୁଚାମନ୍ଦିର ପାଖ ଶରଧାବାଲିରେ ବଡଠାକୁର ଶ୍ରୀବଳଦେବ ଗୋସାଇଁ
ଗୁଣ୍ଡୁଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଛନ୍ତି ବଡବାଡସାମନ୍ତ ବଡଠାକୁର ଶ୍ରୀବଳଦେବ ଗୋସାଇଁ । ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ । ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆସୁଛନ୍ତି ବ୍ରହ୍ମାଣ୍ଡଗୋସାଇଁ କାଳିଆ ସାଆନ୍ତ । ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ ହଳଦୀମୁଖୀ ମା’ ସୁଭଦ୍ରା । ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ମହାପ୍ରଭୁଙ୍କ ୩ ରଥକୁ ଟାଣି ନେଉଛନ୍ତି […]