ଦେଶ ବିଦେଶ

ଗୋଆ ମୁଖ୍ୟମନ୍ତ୍ରୀ ଭାବେ କୋଣକଣୀ ଭାଷାରେ ଶପଥ ନେଲେ ପ୍ରମୋଦ ସାୱାନ୍ତ

ଗୋଆର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ କୋଣକଣୀ ଭାଷାରେ ଶପଥ ନେଲେ ପ୍ରମୋଦ ସାୱାନ୍ତ । 48 ବର୍ଷୀୟ ପ୍ରମୋଦଙ୍କ ଉପରେ ପୁଣି ଭରଷା ଦେଖାଇଛି ଭାରତୀୟ ଜନତା ପାର୍ଟି । ଗୋଆର ପାନାଜୀ ସହର ସ୍ଥିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାରେ ଗୋଆର ରାଜ୍ୟପାଳ ପି.ଏସ୍. ଶ୍ରୀଧରନ୍ ପିଲାଇ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । […]