ଓଡିଶା

ଓଡିଶାରେ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମଦିନ ପାଳନ । ସୁଭଦ୍ରାକୁ ନେଇ ଉତ୍ସାହିତ ରାଜ୍ୟବାସୀ…

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାଗତ କରିଥିଲେ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଗାଡକଣ ଅଭିମୁଖେ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀଙ୍କୁ କ୍ଷିରୀ ଖାଇବାକୁ ଦେବେ ମହିଳା । ଗାଡ଼କଣ ଗାଁକୁ ଯିବା ଅବସରରେ ତାଙ୍କୁ ଏହି କ୍ଷିରୀ ଖାଇବାକୁ ଦିଆଯିବ । ପିଏମ୍‌ ଆବାସ ଯୋଜନାର […]

ଓଡିଶା

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍…

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ ଭର୍ଚୁଆଲ୍ ମୋଡରେ କରିଛନ୍ତି । ଆଜି ଦେଶରେ ମୋଟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୋଦି । ସେଥିମଧ୍ୟରେ ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା, ଟାଟାନଗର-ପାଟନା ଏବଂ ଗୟା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଛି। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, […]

ଓଡିଶା

ଅମୃତ ଭାରତ ଯୋଜନାରେ ୫୦୮ଟି ଷ୍ଟେସନର ପୁର୍ନବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଜଟଣୀ : ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆରମ୍ଭ ହୋଇଥିବା ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ତଥା ସେବା ଯୋଗାଇବା ପାଇଁ ସାରା ଦେଶରେ ରେଳ ଷ୍ଟେସନ ଭିତ୍ତିଭୂମିକୁ ଆଧୁନିକରଣ ତଥା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଅନ୍ତର୍ଗତ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେସନର ନବୀକରଣ ସହ ଆଧୁନିକରଣ ପାଇଁ ଯୋଜନା କରାଯାଇଛି । ଏହି ଯୋଜନାରେ ଓଡିଶାର ୫୭ଟି ଷ୍ଟେସନ ରହିଥିବା ବେଳେ ଖୋର୍ଦ୍ଧାରୋଡ଼ […]

ଟ୍ରେଣ୍ଟିଂ ଦେଶ ବିଦେଶ

ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠ ଛୁଇଁବା ନେଇ ବୈଜ୍ଞାନିକଙ୍କ ଆକଳନ…

ଆନ୍ଧ୍ରପ୍ରଦେଶ : ଇତିହାସ ରଚିଲା ଭାରତ । ଚନ୍ଦ୍ରପୃଷ୍ଠକୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩  । ଇସ୍ରୋର ବହୁ ପ୍ରତୀକ୍ଷିତ ମିଶନ୍ ମୁନ୍ ଆଜି ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-୩ ।  ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବାକୁ ପାଖାପାଖି ମାସେ ସମୟ ଲାଗିବ […]

ଓଡିଶା

ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଗତ ୯ ବର୍ଷରେ ଓଡ଼ିଶାରେ ରେଳର ବିକାଶ ହେଇଛି କହିଲେ ମୋଦି ।

ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ନୂଆଦିଲ୍ଲୀରୁ ଭର୍ଚୁଆଲରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଓଡ଼ିଶାରେ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭର୍ଚୁଆଲ ମୋଡରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ […]

ଦେଶ ବିଦେଶ

ପିଏମ କେୟାର ଫଣ୍ଡର ନୂଆ ଟ୍ରଷ୍ଟି ହେଲେ ରତନ ଟାଟା

ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି ରତନ ଟାଟାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଏଣିକି ପିଏମ କେୟାର ଫଣ୍ଡର ନୂଆ ଟ୍ରଷ୍ଟି ଭାବେ ତାଙ୍କୁ ଦାୟିତ୍ବ ମିଳିଛି । ଏହି ଟ୍ରଷ୍ଟରେ ଟାଟାଙ୍କ ସହିତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ.ଟି ଥୋମାସ୍, ପୂର୍ବତନ ଉପ-ବାଚସ୍ପତି କରିୟା ମୁଣ୍ଡାଙ୍କୁ ସାମିଲ କରାଯାଇଛି । ଏ ସମ୍ପର୍କରେ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏହାବାଦ୍ ଦେଶର ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ପରାମର୍ଶଦାତା ସମୂହ ପାଇଁ […]

ଦେଶ ବିଦେଶ

ଗଙ୍ଗା ଏକ୍ସପ୍ରେସୱେ’ର ଶିଳାନ୍ୟାସ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଶାହାଜାହାନପୁରରେ ୫୯୪ କିମି ଲମ୍ବ ଗଙ୍ଗା ଏକ୍ସପ୍ରେସୱେ’ର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୬ ଥାକିଆ ରାସ୍ତା ପାଇଁ ୩୬ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ଭିତ୍ତିପ୍ରସ୍ତର ଉତ୍ସବରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ସେ କହିଛନ୍ତି ଯେ, ଗଙ୍ଗା ଏକ୍ସପ୍ରେସୱେ ଚାଷୀ ଏବଂ ଯୁବକଙ୍କ ସମେତ ସମସ୍ତଙ୍କ ପାଇଁ ବହୁ ସୁଯୋଗ ଆଣିବ । ଏହି ଏକ୍ସପ୍ରେସୱେ […]

ଦେଶ ବିଦେଶ

ଏଣିକି ୧୮ ବର୍ଷ ନୁହେଁ, ଝିଅଙ୍କ ବିବାହ ବୟସ ସର୍ବନିମ୍ନ ୨୧ ବର୍ଷ ହେବ…

ବଦଳିଲା ଝିଅଙ୍କ ବିବାହ ବୟସ ସୀମା । ଏବେ ୧୮ ବର୍ଷ ପରିବର୍ତ୍ତେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି ହୋଇଛି । ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଥିବା ସୂଚନା ଦେଇଥିଲେ । ଏହାପରେ ଗତବର୍ଷ ଜୁନ ମାସରେ ୧୦ ଜଣିଆ ଟାସ୍କ ଫୋର୍ସ ଗଠିତ ହୋଇଥିଲା । ଏଥିରେ ଟପ୍‌ ବିଶେଷଜ୍ଞ ଡା ଭିକେ ପଲ୍‌, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ […]