ଓଡିଶା

ଭତ୍ତା ନ ପାଇ ରାସ୍ତା ଅବରୋଧ କଲେ ବୃଦ୍ଧବୃଦ୍ଧା ସେପଟେ ପଞ୍ଚାୟତରେ ତାଲା ପକାଇ ଛୁ ମାରିଲେ ପିଇଓ ଏବଂ ସରପଞ୍ଚ…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତ ସମ୍ମୁଖରେ ଅସହାୟ ବୃଦ୍ଧବୃଦ୍ଧା ଫୁଲବାଣୀରୁ ଭୁବନେଶ୍ୱର ଯାଇଥିବା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଭତ୍ତା ନ ପାଇବାକୁ ବିରୋଧ କରି ବୃଦ୍ଧାବୃଦ୍ଧା ଏହି ରାସ୍ତାରୋକ କରିଥିଲେ । ସେପଟେ ଘଟଣା ବିଷୟରେ ଜାଣି ପଞ୍ଚାୟତ ଅଫିସରେ ତାଲା ପକାଇ ପିଇଓ ଏବଂ ସରପଞ୍ଚ କୁଆଡେ ପଳାଇଯାଇଥିଲେ । ଯାହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । […]