ଓଡିଶା

ମୃତ୍ୟୁ ପରେ ବି ଅମର ହେଲେ ନରେଶ ପଟ୍ଟନାୟକ, ଅଙ୍ଗଦାନ କରି ଅନ୍ୟକୁ ଦେଲେ ଜୀବନ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଜୀବନ ପରୀକ୍ଷାରେ ସିନା ହାରିଗଲେ, ହେଲେ ମୃତ୍ୟୁ ପରେ ବି ଅମର ହେଲେ ନରେଶ ପଟ୍ଟନାୟକ । ନିଜ ଜୀବନ ଗଲା ପରେ ବି ଅନ୍ୟ କିଛି ଲୋକଙ୍କ ଦେହରେ ଜୀବିତ ହୋଇ ରହିବେ ନରେଶ । କିଏ କହିଲା ମଣିଷର ମୃତ୍ୟୁ ପରେ ତାର ସ୍ଥାନ ସ୍ମଶାନରେ ବୋଲି । ତାହାକୁ ଭୁଲ୍ ପ୍ରମାଣିତ କରି ଅଙ୍ଗଦାନ କରିଛନ୍ତି ନରେଶଙ୍କ ପରିବାର । ଏଥିପାଇଁ ଜଣେ ହୃଦୟବାନ ବ୍ୟକ୍ତି […]

ଓଡିଶା

ଗଜପତିରେ ସଂସ୍କୃତି ଭବନ ନିର୍ମାଣ ହେବ କେବେ ?

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଏକ କଳା ସଂସ୍କୃତିର ସହର । ଏଠାରେ କଳାକାରମାନଙ୍କ ପାଇଁ ସଂସ୍କୃତି ଭବନ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ଜିଲ୍ଲାରେ ସଂସ୍କୃତି ଭବନ ନିର୍ମାଣ ନ ହୋଇ ପାରିବା ଏକ ବିଡ଼ମ୍ବନାର ବିଷୟ ଅଟେ । ଏହା ସଂସ୍କୃତିପ୍ରେମୀଙ୍କ ମନରେ ଏକ ଗଭୀର ଆଘାତ । ଜିଲ୍ଲାର କଳା ସଂସ୍କୃତିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତଥା ବିଶ୍ୱ ଦରବାରରେ ପ୍ରଷ୍ଫୁଟିତ କରିବା […]

ଓଡିଶା

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ…

ପାରଳାଖେମୁଣ୍ଡି, ୨୨/୦୬ : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ରାଜପ୍ରସାଦଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଦିଗପହଣ୍ଡିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ଯେ ୨୦୧୫ ମସିହା ଜୁନ ୨୧ ତାରିଖରୁ ପ୍ରତି ବର୍ଷ ଯୋଗ ଦିବସ ପାଳିତ ହୋଇଆସୁଛି । ଯୋଗ କରିବା ଦ୍ୱାରା- ଶାରୀରିକ, ମାନସିକ ଓ […]

ଓଡିଶା

ଭକ୍ତି ସଙ୍ଗୀତ ସଂସଦ ପରିବାର ପକ୍ଷରୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି…

ପାରଳାଖେମୁଣ୍ଡି, ୫/୪ : ପାରଳାଖେମୁଣ୍ଡିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସ୍ବର୍ଗତା ଶାନ୍ତିଲତା ବାରିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଅନ୍ୟତମ ଅତିଥି ରୂପେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା […]

ଓଡିଶା

ପାରଳାଖେମୁଣ୍ଡି ବନଖଣ୍ଡର ପକ୍ଷୀ ଗଣନା କାର୍ଯ୍ୟକ୍ରମ, ୫୮ ପ୍ରଜାତିର ପକ୍ଷୀ ଚିହ୍ନଟ…

ଗଜପତି, ୧୮/୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ସାତ ଗୋଟି ବନାଂଚଳରେ ଚଳିତ ବର୍ଷ ଗଠିତ ହୋଇଥିବା ୪୨ଟି ପକ୍ଷୀ ଗଣନା ୟୁନିଟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ସରିଯାଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଦେ୍ର୍ଦଶକ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଓ ଶ୍ରୀ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ […]

ଓଡିଶା

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଚତୁର୍ଥ ଦିନରେ ଯୋଗ ଦେଲେ ପାରଳାଖେମୁଣ୍ଡି ବିଧାୟକ …

ଗଜପତି, ୨/୧୨ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ର ଚତୁର୍ଥ ଦିନରେ ଯୋଗ ଦେଲେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳରାମ ସୁବୁଦ୍ଧି, କୃଷି ଅଧିକାରୀ ଇରେନିୟସ ପ୍ରଧାନ, ଜଳଛାୟା ପ୍ରକଳ୍ପ ନିଦେ୍ର୍ଦଶକ ସୁରେଶ ପଟ୍ଟନାୟକ, ପ୍ରଫେସର ଫାର୍ମର ମେକାନୀଯଂମ O.U.T ଭୁବନେଶ୍ୱରର ଡକ୍ଟର ଏସ କେ ନନ୍ଦ, ଏ ରାମ […]

ଓଡିଶା

ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ପାରଳାଖେମଣ୍ଡି, ୨୧/୧୧ (ବିବେକାନନ୍ଦ ବେହେରା) : ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଦେବୀ ମଠର ମହନ୍ତ ସନ୍ଥ ଶ୍ରୀ ରାମାନନ୍ଦ ଦାସଜୀ ଯୋଗ ଦେଇଥିଲେ ଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପରିଚାଳନା ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ […]

ଓଡିଶା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମଣ୍ଡି, ୨୧/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧ ଗ୍ରାମ ପଂଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍.କୁମାର ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତିରୁପତି ରାଓ ପ୍ରମୁଖ ଯୋଗଦାନ କରିଥିଲେ । ଏଥିରେ ଗୋରିବନ୍ଧ ସମେତ […]

ଓଡିଶା

ପାରଳା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ବରେ ଗୋଶାଣି ବ୍ଲକ ଅଫିସ ଘେରାଓ..

ଗଜପତି, ୧୮/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଶାଣି ବ୍ଲକ ଅଫିସ ଆଗରେ ବିଜେପି ପକ୍ଷରୁ ଓଡ଼ିଶାରେ ଚାଲିଥିବା ଦୁର୍ନୀତି ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ପାରଳା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ବରେ ଗୋଶାଣି ବ୍ଲକ ଅଫିସ ଘେରାଓ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଜେପିର ବହୁ କର୍ମୀ ଓ ନେତା ଉପସ୍ଥିତ ରହି ବିଭିନ୍ନ ସ୍ଲୋଗାନ ଦେବା ସହ ରାଜ୍ୟସ୍ତରରୁ ଜିଲ୍ଲାସ୍ତର ଏବଂ ବ୍ଲକଠାରୁ ଆରମ୍ଭ କରି ବିଭିନ୍ନ ଅଫିସରେ […]

ଓଡିଶା କ୍ରୀଡା

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପରେ ଗଜପତି ଜିଲ୍ଲାକୁ ମିଳିଛି ରନର୍ସଅପ୍ ଟ୍ରଫି…

ପାରଳାଖେମୁଣ୍ଡି : ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ୍-୨୦୨୩-୨୪ ପ୍ରତିଯୋଗିତାରେ ଗଜପତି ଜିଲ୍ଲା (୧୭ବର୍ଷରୁ କମ୍ ବାଳକ) ସଫଳତା ହାସଲ କରି ଉପବିଜେତା (ରନର୍ସଅପ୍) ହୋଇଛନ୍ତି। ଏହି ଅବସରରେ ସୁଶାନ୍ତ ପ୍ରଧାନ ଟିମ୍ ମ୍ଯାନେଜର, ଅଜୟ ବିଶ୍ଵାଳ ଓ ରେଖାରାଣୀ ଦେଓ ଟିମ୍ କୋଚ ଭାବରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଖେଳାଳି ମହାରାଜଙ୍କ ବାଳକ ଉଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଶିନଗର,ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ରାମଗିରି, ସରକାରୀ ଉଚ୍ଚ […]