ଓଡିଶା

ବୌଦ୍ଧ 4 ନମ୍ବର ଜୋନରେ ଇଂ ରାକେଶ ତ୍ରିପାଠୀ ୧୦୯୯ ଭୋଟରେ ଆଗୁଆ

ଦ୍ୱିତୀୟ ରାଉଣ୍ଡ ପର୍ଯ୍ୟନ୍ତ ବୌଦ୍ଧ 4 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବୟନ୍ତୀ ପ୍ରଧାନ ୧୮୯୭ ଭୋଟରେ ଆଗୁଆ ଥିବାବେଳେ, କଂଗ୍ରେସ ପ୍ରାର୍ଥୀ ରଘୁନାଥ ପଲିଆ ୨୨୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତେବେ ଏହି ଜୋନରେ ବିଜେପି ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ୨୯୯୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଇଂ ରାକେଶ ତ୍ରିପାଠୀ ପ୍ରଥମ ରାଉଣ୍ଡରେ ୮୬୨ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ସେ ୧୦୯୯ ଭୋଟରେ ଆଗୁଆ […]

ଓଡିଶା

ସିମୁଳିଆ ବ୍ଲକର ୪୦ ନମ୍ବର ଜୋନରେ ବିଜେପି କରୁଛି ଲିଡ୍

ସିମୁଳିଆ ବ୍ଲକ ୪୦ନମ୍ବର ଜୋନର ୧୦ଟି ପଞ୍ଚାୟତର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଥମ ରାଉଣ୍ଡ ସୁଦ୍ଧା ୨୪ ଖଣ୍ଡ ଭୋଟରେ ଆଗୁଆ ରହିଛି । ଏଠାରେ ବିଜେଡି ପ୍ରାର୍ଥୀ ୧୧୪୫ ଖଣ୍ଡ ଭୋଟରେ ଆଗୁଆ ରହିଥିବାବେଳେ ବିଜେପି ପ୍ରାର୍ଥୀ ୧୧୬୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୩୫ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ବିଏସପି ପ୍ରାର୍ଥୀ ୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସିମୁଳିଆରୁ ସସ୍ମିତା ଖଟୁଆ

ଓଡିଶା

ସୋର ବ୍ଲକର ୪୩ ନମ୍ବର ଜୋନରେ ୯୧୩ ଭୋଟରେ ଆଗୁଆ ରହିଛି ବିଜେଡି

ସୋର ବ୍ଲକର ୪୩ ନମ୍ବର ଜୋନରେ ପ୍ରଥମ ରାଉଣ୍ଡ ସୁଦ୍ଧାବିଜେଡି ପ୍ରାର୍ଥୀ ରେବତୀ ନାୟକ ୧୫୫୨ ଭୋଟରେ ଲିଡ କରୁଥିବାବେଳେ, ବିଜେପି ପ୍ରାର୍ଥୀ ପ୍ରଣତି ନାୟକ ୪୫୨ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ରେବତୀ ଜେନା ୬୩୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସିମୁଳିଆରୁ ସସ୍ମିତା ଖଟୁଆ

ଓଡିଶା

ହିନ୍ଦୋଳ ୧ ନମ୍ବର ଜୋନରେ ୩୮ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେପି

ହିନ୍ଦୋଳ ୧ ନମ୍ବର ଜୋନରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ିର ମାମାଲି ଦାସ ୧୦୨୯ ଖଣ୍ଡ ଭୋଟ ପାଇଥିବାବେଳେ, ବିଜେପିର ସୁନୀତା ନାଥ ୧୦୬୭ଭୋଟ ଏବଂ କଂଗ୍ରେସର ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ୮୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ଏଠାରେ ବିଜେପି ୩୮ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାପଡିଛି । ହିନ୍ଦୋଳରୁ ସୁଜିତ କୁମାର ବେହେରା

ଓଡିଶା

ନିର୍ବାଚନ ଡ୍ୟୁଟିରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ଏଭଳି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୫ଟି ପର୍ଯ୍ୟାୟରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳ ରାଜ୍ୟ ନିର୍ବାଚନ କମିଶନ ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ […]