ଓଡିଶା

କାହା ସ୍ୱାର୍ଥରେ ମନରେଗା ଜନଶୁଣାଣୀ ?

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଭାରତ ସରକାରଙ୍କର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠାଇଛନ୍ତି ଗାଁ ସାଥି ସଂଘ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଜନ ଶୁଣାଣିରେ ଗାଁ ସାଥୀ(ମେଟ୍), ଜବ୍ କାର୍ଡ ଧାରୀମାନଙ୍କୁ ନ ଡାକି ସରକାରୀ ଚାକିରି କରିଥିବା ଗ୍ରାମ ରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ସହକାରୀ କନିଷ୍ଠ ଯନ୍ତ୍ରୀ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା […]

ଓଡିଶା

ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକଙ୍କ ବିୟୋଗ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକଙ୍କ ଅକାଳ ବିୟୋଗରେ ସାରା ହିନ୍ଦୋଳ ସ୍ତବ୍ଧ । ଖବରରୁ ପ୍ରକାଶ ଯେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଉଁଶପୋଖରୀ ପୂର୍ବତନ କେନ୍ଦ୍ର ସମବାୟ ସମିତି ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା (୭୦)ଙ୍କର ଅସୁସ୍ଥତା ହେତୁ ନିଜ ବାସଭବନ ନୂଆକୋଟ ଡିହସାହିରେ ପରଲୋକ ହୋଇଯାଇଛି । କ୍ଷିରୋଦ କିଛି ଦିନ ଧରି ସ୍ନାୟୁଗତ ରୋଗରେ ଆକ୍ରାନ୍ତ ହେବାସହ […]

ଓଡିଶା

କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍: ୩ ଆହତ, ୨ଅଟକ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ପଞ୍ଚୁକୋଟ ଗ୍ରାମରେ ସ୍କୁଲ ଛାତ୍ରୀକୁ କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍ । ଫଳରେ ଉଭୟ ପକ୍ଷରୁ ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଦୁଇଟି ବାଇକକୁ ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଉଭୟପକ୍ଷରୁ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାରୁ ପ୍ରକାଶ ଯେ, ପଞ୍ଚୁକୋଟ ଗ୍ରାମର ପଲେଇ ମାର୍ଥାଙ୍କ ଅଷ୍ଟମଶ୍ରେଣୀ ଝିଅକୁ ସେହି ଗ୍ରାମର ପ୍ରଧାନ […]

ଓଡିଶା

ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ବ୍ୟତିକ୍ରମ । ୟୁଟୁବ ଏବଂ ଫେସବୁକ୍ ପ୍ରେମରେ ବାଇ ଉଚ୍ଚ ପଦସ୍ଥ ଅଧିକାରୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୧୧ଟି ବିଭିନ୍ନ ଅଭିଯୋଗପତ୍ର ପଞ୍ଜିକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୦୦ଟି ବ୍ୟକ୍ତିଗତ, ୨ଟି ଗୋଷ୍ଠୀ ସମସ୍ୟା, ୩ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, ୬ଟି ରେଡକ୍ରସ୍ ସମ୍ବନ୍ଧୀୟ ଅଭିଯୋଗ ରହିଥିଲା । ସେଥିମଧ୍ୟରୁ ୨୯ଟି ଅଭିଯୋଗର ଆପୋସ ଫଇସଲା ହୋଇଥିଲା । ରେଡକ୍ରସ୍ ଓ ମୁଖ୍ୟମନ୍ତ୍ରୀ ରିଲିଫି […]

ଓଡିଶା

ବିଧାୟକ ଲିକୁ ସାହୁଙ୍କୁ ଆକ୍ରମଣ, ବନ୍ଧା ହେଲେ ୧୦ ଜଣ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣଙ୍କୁ ବାନ୍ଧିଲା ପୋଲିସ୍‌ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା ପୋଲିସ୍ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଗତକାଲି ସନ୍ଧ୍ୟାରେ ଯାଜପୁର […]

ଓଡିଶା

ଆଉ ନାହାନ୍ତି ଭେଟରାନ୍ ନେତା ସମୀର ଦେ…

ପରପାରିରେ ଭେଟରାନ୍ ନେତା ସମୀର ଦେ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି […]

ଓଡିଶା

ମଙ୍ଗଳା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ମନମାନି ଯୋଗୁଁ ବିପର୍ଯ୍ୟସ୍ତ ଅବସ୍ଥାରେ ଶିକ୍ଷା ବ୍ୟବସ୍ଥା…

କାକଟପୁର, (ଏଫ୍ଟୁଏସ୍/ ମାନସ ଦିକ୍ଷିତ) : ୧୯୭୮ ମସିହାରୁ କାକଟପୁର ସେବକ ସମିତି ଓ କାକଟପୁର ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିବା ପୁରୀ ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ମଙ୍ଗଳା ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଯୋଗୁଁ ଶିକ୍ଷା ଓ ପରିଚାଳନା ଗତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଏପରିକି ଅଧ୍ୟପାକ ଓ ଅଧ୍ୟାପିକାମାନେ ନିୟମିତ ୭ ଘଣ୍ଟା ଅଧ୍ୟାପନା ପାଇଁ ସରକାରଙ୍କ ସ୍ପଷ୍ଟ ନିଦେ୍ର୍ଦଶ ଥିବା ସହ ବାୟୋମେଟ୍ରିକ ଥିଲେ ମଧ୍ୟ ଏଠାରେ ଏହି ନିୟମକୁ […]

ଓଡିଶା

ଫିରିଙ୍ଗିଆ ବ୍ଲକରେ ଜୋର ଧରିଲା ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବି…

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗଲେ ଅଞ୍ଚଳବାସୀ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବେଦନ କଲେ ମଗଡୀଙ୍ଗିଆ ଅଞ୍ଚଳବାସୀ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ନିର୍ଭର କରି ରହିଆସୁଥିଲେ ମଗଡୀଙ୍ଗିଆ ଅଞ୍ଚଳବାସୀ । ଦୀର୍ଘ ୧୦ […]

ଓଡିଶା

ଦୀର୍ଘ ୩୪ ବର୍ଷ ପରେ ହିନ୍ଦୋଳକୁ ପୁଣି ମିଳିବ ସୂଚନା କେନ୍ଦ୍ର ଓ ପାଠାଗାରର ସୁବିଧା….

ଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସଦର ମହକୁମାରେ ୧୯୯୦ ମସିହାରେ ସ୍ଥାପିତ ସୂଚନା କେନ୍ଦ୍ର ଓ ପାଠାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ତେବେ ଏହାର ଆବଶ୍ୟକତାକୁ ଗୁରୁତର ସହ ଗ୍ରହଣ କରି ସରକାରଙ୍କ ପକ୍ଷରୁ ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନ ସହାୟତାରେ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେହି ସ୍ଥାନରେ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ହିନ୍ଦୋଳ ବିଧାୟିକା […]

ଓଡିଶା

ଜାତୀୟ ସାଂସ୍କୃତିକ, ସାହିତି୍ୟକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ ଉଦଘାଟିତ..

• ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ୍• ୨୨ ଟି ରାଜ୍ୟରୁ ୧୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲଭୁବନେଶ୍ୱର, (ଏଫ୍ଟୁଏସ୍) : ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ଯୋଗ ଦେଇ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି […]