ଓଡିଶା

ଦୀର୍ଘ ୩୪ ବର୍ଷ ପରେ ହିନ୍ଦୋଳକୁ ପୁଣି ମିଳିବ ସୂଚନା କେନ୍ଦ୍ର ଓ ପାଠାଗାରର ସୁବିଧା….

ଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସଦର ମହକୁମାରେ ୧୯୯୦ ମସିହାରେ ସ୍ଥାପିତ ସୂଚନା କେନ୍ଦ୍ର ଓ ପାଠାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ତେବେ ଏହାର ଆବଶ୍ୟକତାକୁ ଗୁରୁତର ସହ ଗ୍ରହଣ କରି ସରକାରଙ୍କ ପକ୍ଷରୁ ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନ ସହାୟତାରେ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେହି ସ୍ଥାନରେ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ହିନ୍ଦୋଳ ବିଧାୟିକା […]

ଓଡିଶା

ଜାତୀୟ ସାଂସ୍କୃତିକ, ସାହିତି୍ୟକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ ଉଦଘାଟିତ..

• ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ୍• ୨୨ ଟି ରାଜ୍ୟରୁ ୧୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲଭୁବନେଶ୍ୱର, (ଏଫ୍ଟୁଏସ୍) : ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ଯୋଗ ଦେଇ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି […]

ଓଡିଶା

ବିଜେଡ଼ି ଡିଜିଟାଲ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କର୍ମଶାଳା ଶିବିର…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବିଜେଡିର ସ୍ୱତନ୍ତ୍ର ଡିଜିଟାଲ ସଭ୍ୟ ସଂଗ୍ରହ କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ ସଦର ମହକୁମା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୋଲଗଡ଼ ବ୍ଲକର ଛାମୁଆ ବିଜେଡି କର୍ମୀ ଓ […]

ଓଡିଶା କ୍ରୀଡା

ଜାତୀୟ ସ୍ତରୀୟ ପେନଚାକ୍ ସିଲାଟ ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଶୁଭ୍ରାଂଶୁ…

ଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜମ୍ମୁ-କଶ୍ମୀର ଶ୍ରୀନଗର ସହରର ସେର କଶ୍ମୀର ଇଣ୍ଡୋର ସ୍ପୋର୍ଟ କମ୍ପ୍ଲେକ୍ସଠାରେ ସାରା ଭାରତର ବିଭିନ୍ନ ରାଜ୍ୟର କୃତି ଖେଳାଳିମାନଙ୍କୁ ନେଇ ପେନଚାକ୍ ସିଲାଟ ଇଣ୍ଡିଆ ଦ୍ୱାରା ଆୟୋଜିତ ୧୨ତମ ସର୍ବ କନିଷ୍ଠ, କନିଷ୍ଠ ଜାତୀୟ ସ୍ତରୀୟ ପେନଚାକ୍ ସିଲାଟ ପ୍ରତିଯୋଗିତା ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଖେଳ ଇଣ୍ଡିଆନ ଅଲମ୍ପିକ୍ ଆସୋସିଏସନ୍ ଏବଂ ଭାରତ ସରକାରଙ୍କ କ୍ରୀଡ଼ା […]

ଓଡିଶା

ସରକାରଙ୍କ ସ୍ଥାୟୀ ଚାକିରି, ଅନ୍ୟମାନଙ୍କୁ ପଚାରେ କିଏ ?

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : ବାବୁ ଆମର ସରକାରୀ ଚାକିରିଆ । ତେଣୁ କାମ ନ କଲେ ମଧ୍ୟ ଖାତିର ନାହିଁ । ଲୋକଙ୍କ ସମସ୍ୟା ଯାଉ ଚୁଲି ମୁଣ୍ଡକୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ନିୟୋଜିତ ଥିବା ବିଏଲସି ମହୋଦୟଙ୍କ ନିକଟରେ । କାର୍ଯ୍ୟ ସମୟରେ ଲୋକଙ୍କ ସମସ୍ୟାକୁ ଗ୍ରହଣ ନ କରି ମୋବାଇଲରେ ବ୍ୟସ୍ତ ଥିଲେ ସରକାରୀ ବାବୁ । ଏ ନେଇ କାର୍ଯ୍ୟାନୁଷ୍ଠାନ […]

ଓଡିଶା

କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ ?

• ରାସ୍ତା ଉପରେ ନରହି ଲଟା ବୁଦାରେ ଶୋଭା ପାଉଛି ଚେକ୍ ପୋଷ୍ଟ• ନଜର ଦେଉ ନାହାନ୍ତି ପ୍ରଶାସନିକ ଅଧିକାରୀଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ । ଲୋକଙ୍କୁ ସଚେତନ କରିବା ବଦଳରେ ଅବହେଳିତ ଅବସ୍ଥାରେ ବୁଦା ମୂଳେ ପଡିରହିଛି ପୋଲିସ୍ ଚେକ୍ ପୋଷ୍ଟ । ଏ ଦୃଶ୍ୟ ହେଉଛି ହିନ୍ଦୋଳ ଥାନା ଓ ଏନ୍ଏସି ଅଞ୍ଚଳର ବସଷ୍ଟାଣ୍ଡ ଛକଠାରୁ ଜେଲ ରୋଡ ଦେଇ ନରସିଂହପୁର ଅଭିମୁଖେ ଯାଇଥିବା […]

ଓଡିଶା

ଗମ୍ଭାରିଗୁଡ଼ାରେ ଗୋଷ୍ଟାଷ୍ଟମୀ ପୂଜା କଳସ ଯାତ୍ରା ଅନୁଷ୍ଠିତ…

ନୂଆପଡା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରିଗୁଡ଼ାଠାରେ ଗୋଷ୍ଟାଷ୍ଟମୀ ପୂଜାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁ ପୋଖରୀରେ ମୁଖ୍ୟ ପୂଜକ ଅଖିଳ ପୁରୋହିତଙ୍କ ପୂଜାର୍ଚ୍ଚନା ପରେ କଳସରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା । ଉକ୍ତ ପୂଜାରେ କର୍ତ୍ତା ଭାବେ ଚନ୍ଦ୍ରମଣି ବାଗ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତାର ଦାୟିତ୍ଵ ସୂଚାରରୂପେ ପାଳନ କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ଅଖିଳ […]

ଓଡିଶା

୨୪ରେ ଖାତାକୁ ଆସିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ଆସନ୍ତା ୨୪ରେ ଖାତାକୁ ଆସିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହାଦ୍ବାରା ଉପକୃତ ହେବେ । ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ  ରହିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ବିଭିନ୍ନ […]

ଓଡିଶା

ଅସହାୟ ଏବଂ ଅନାଥଙ୍କ ମା ସାଜିଛନ୍ତି କିନ୍ନର ଚିନୁ…

କାକଟପୁର, (ଏଫ୍ଟୁଏସ୍/ ମାନସ ଦିକ୍ଷିତ) : କାକଟପୁର ପଥରପକା ଗ୍ରାମର ଜଣେ ଗରିବ ବ୍ରାହ୍ମଣ ପରିବାରର କିନ୍ନର ବିଦ୍ୟା ମିଶ୍ର (ଚିନୁ କିନ୍ନର) । ବାସ୍ତବିକ ଜୀବନରେ ଜଣେ ସଂଘର୍ଷମୟୀ ବ୍ୟକ୍ତି, ଯିଏ ରେଳ ଷ୍ଟେସନ ବସଷ୍ଟାଣ୍ଡରୁ ଭିକ୍ଷା କରନ୍ତି ଆଉ ନିଜ ଜାଗାରେ ଖୋଲିଛନ୍ତି ଏକ ଅନାଥ ଆଶ୍ରମ । ଆଜି ଅନେକ ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହିତ ବହୁତ ବୃଦ୍ଧବୃଦ୍ଧାଙ୍କୁ ଦେଇଛନ୍ତି ଆଶ୍ରୟ । ଏହି ମହତ୍ କାର୍ଯ୍ୟ ପାଇଁ […]

ଓଡିଶା

ଏସ୍ ଡି ଆଇ ଏବଂ ଡି ଏସ୍ ଜି ଇ ମଧ୍ୟରେ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ରାଜିନାମା ସ୍ୱାକ୍ଷରିତ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭୁବନେଶ୍ୱର ତରାବୋଇ ସ୍ଥିତ ଦକ୍ଷତା ବିକାଶ ସଂସ୍ଥା ପରିଦର୍ଶନ କରି ଅନୁଷ୍ଠାନର ବିଭିନ୍ନ ଭିତ୍ତିଭୂମି ଅନୁଧ୍ୟାନ କରିବାସହ ଅନୁଷ୍ଠାନର ମଧୁସୂଦନ ସମ୍ମିଳନୀ କକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ସଂସ୍ଥା କାର୍ଯ୍ୟକ୍ରମ ସମ୍ବନ୍ଧରେ ପଚାରି ବୁଝିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁଙ୍କ ଉକ୍ତ ଅନୁଷ୍ଠାନ ପରିଦର୍ଶନ ପ୍ରଥମ ଥର ହୋଇଥିବା […]