ଓଡିଶା କଳା ସଂସ୍କୃତି

ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଆସିଲା ଫଳଭାର

ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଶୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ଆମ୍ବ, ପଣସ, କଦଳୀ, ସପୁରୀ ଓ ନଡ଼ିଆ ସହ ଭଳିକି ଭଳି ଫଳଭାର ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଚେରମୂଳୀ ମହୋଷଧିଦ୍ୱାରା ସେବା କରାଯାଉଛି । ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ […]

ଓଡିଶା ଦେଶ ବିଦେଶ

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍…

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଅପିଲ କରିଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ କହିଛନ୍ତି । ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ମଙ୍ଗଳବାର ତାଙ୍କ ନାଁ ଘୋଷଣା ହେବାପରେ ଓଡ଼ିଆଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ […]

ଓଡିଶା

ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଅଞ୍ଚଳରେ ଥିବା ରଘୁନାଥ ଜୀଉ ମଠର ମାହାତ୍ମ୍ୟ… ଏଠାରେ ପ୍ରାୟ ଚାରି ଦିନ ଧରି ଲାଗିରହେ ରଜ ପର୍ବ

ମେଘ ଓ ମାଟିର ମହା ମିଳନର ପବିତ୍ର ସଂଯୋଗର ଦିବସଟି ହେଉଛି ଓଡିଶାର ଗଣପର୍ବ ରଜ ପର୍ବ l ଯେଉଁ ଦିନଠୁ ରଜସ୍ୱଳା ଧରା ଶୃଙ୍ଗାର ସଜେଇ ହୋଇ ରଜର ସ୍ପର୍ଶ ପାଇ ମାଟି ମହ ମହ ହୋଇ ମହକେ l ରଜର ସ୍ପର୍ଶ ପାଇ ପୁଣି କୁଆଁରୀ ମନରେ ବୁଣି ଦିଏ ଅସରନ୍ତି ସ୍ୱପ୍ନର ବନ୍ୟା ଆଉ କୃଷକ ମନରେ ସାଉଁଟେ ଶ୍ୟାମଳ ଲହରୀ l ଓଡିଶାର ପ୍ରାୟ କୋଣ ଅନୁକୋଣରେ ପାଳିତ ହୁଏ ରଜ […]

ଓଡିଶା

ପକ୍ଷୀଙ୍କ ସାଥି ଶୁଭ୍ରାଂଶୁ ଶତପଥି । ପରିବେଶ ସୁରକ୍ଷିତ ରହିଲେ ସମାଜ ସୁରକ୍ଷିତ ରହିବ …

ଖରାଦିନେ ପାଣିପାଇଁ ଡହଳବିକଳ ପକ୍ଷୀଙ୍କ ସେବାରେ ଲାଗିଥାଆନ୍ତି ଢେଙ୍କାନାଳର ଯୁବକ ଶୁଭ୍ରାଂଶୁ ଶତପଥି । ତେଣୁ ତାଙ୍କୁ ତୁଷାର୍ତ୍ତ ପକ୍ଷୀଙ୍କ ସାଥି ବୋଲି କୁହାଯାଏ l ଆଧୁନିକ ଯୁଗରେ ମାଳ ମାଳ କଂକ୍ରିଟ ଜଙ୍ଗଲ ଯୋଗୁଁ  ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ତାତି ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଥିବାବେଳେ ଶୁଭ୍ରାଂଶୁ କିନ୍ତୁ ପକ୍ଷୀମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ପକ୍ଷୀଙ୍କ କଷ୍ଟକୁ ଅନୁଭବ କରି, ନିଜସ୍ବ ଖର୍ଚ୍ଚରେ ଘରର ଛାତ, ଅଗଣା, […]

ଓଡିଶା

୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୪ ପ୍ରାର୍ଥୀ ଆସି ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର ୪ ଜଣ ଯାକ ପ୍ରାର୍ଥୀ ବିଜୟୀ ହେବା ଏକପ୍ରକାରର ନିଶ୍ଚିତ ହୋଇଛି । ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ନେତ୍ରୀ ତଥା ମୁଖପାତ୍ର ସୁଲତା ଦେଓ […]

ଓଡିଶା

ସରପଞ୍ଚ ପଦବୀ ପାଇଁ ଜନତାଙ୍କ ପ୍ରଥମ ପସନ୍ଦ ଚିତ୍ରସେନ ଘୋଷ…

ଇଲେକ୍ସନ ଭିତରେ ସିଲେକ୍ସନ, ଚର୍ଚ୍ଚାରେ କଞ୍ଚଣା ପଞ୍ଚାୟତ । ଖଲ୍ଲିକୋଟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ସବୁ ଗାଁ ଓ ପଞ୍ଚାୟତରେ ସରଗରମ ରହିଛି ରାଜନୀତି । ତେବେ ଏଭଳି ଗୋଟିଏ ପଞ୍ଚାୟତ ରହିଛି ଯେଉଁଠି ଭୋଟର ଦୀର୍ଘ ସମୟ ଧରି ଗୋଟିଏ ପରିବାର ଉପରେ ଆସ୍ଥା ପ୍ରକଟ କରି ଆସୁଛନ୍ତି । ଅର୍ଥାତ୍ ଗୋଟିଏ ପରିବାରର ସଦସ୍ୟ ମାନେ ଦୀର୍ଘ ୨୫ ବର୍ଷ ଧରି ଉକ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବୀରେ ରହି […]

ଓଡିଶା

ସିଲ୍ ହେଲା ଭୁବନେଶ୍ୱର ଡିସିପି ଅଫିସ

ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍‌ ହେଲା କଣ୍ଟେନମେଣ୍ଟ ଜୋନ୍ । ଏକାଧିକ ପଜିଟିଭ ଚିହ୍ନଟ ପରେ ଡିସିପି ଅଫିସକୁ ସିଲ୍‌ କରିଛି  ଭୁବନେଶ୍ବର ମହାନଗର ନିଗମ (BMC) ।  ଆଜି ଓ ଆସନ୍ତା କାଲି ୨ ଦିନ ପାଇଁ ଅଫିସକୁ ସିଲ୍‌ କରିଛି ବିଏମ୍‌ସି । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର । ଡିସିପି ଅଫିସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ଏଭଳି ପଦକ୍ଷେପ […]

ଓଡିଶା

କଟକ ଜିଲ୍ଲା ୧୪ ବ୍ଲକରେ ସମିତିସଭ୍ୟ ଓ ସରପଞ୍ଚ ଆସନରେ ସଂରକ୍ଷଣ ଅନିୟମିତତା: ବିଜେପି

କଟକ ଜିଲ୍ଲାରେ ୧୪ଟି ବ୍ଲକ ଓ ୩୭୩ଟି ଗ୍ରାମପଞ୍ଚାୟତ ରହିଛି । ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦଦେଇ ଦ୍ୱିତୀୟ ଦଫାରେ କେବଳ ତଫସିଲଭୁକ୍ତ ଜାତି ଓ ଉପଜାତିଙ୍କୁ ନେଇ ଯେଉଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି, ସେଥିରେ ସଂରକ୍ଷଣ ପ୍ରତିଶତ ହାରରେ ତାଳମେଳ ନ ଥିବା ଦେଖାଦେଇଛି । ନୂତନ ତାଲିକାରେ ସଂରକ୍ଷିତ ବର୍ଗର ଭୋଟର ସଂଖ୍ୟା ଭିତ୍ତିରେ ସମ୍ପୃକ୍ତ ବ୍ଲକ ଓ ପଞ୍ଚାୟତରେ ସଂରକ୍ଷଣ ହେବା ନିୟମ ଥିବାବେଳେ ବାସ୍ତବରେ ସଂରକ୍ଷଣ ସ୍ଥିତିରେ ବହୁତ […]

ଓଡିଶା

ସରକାରଙ୍କ ନୂଆବର୍ଷ ଭେଟି, ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି ସରକାର । ନିଷ୍ପତ୍ତି ଅନୁଯାୟୀ ସେମାନଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ପାଇବ । ତେବେ ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କନିଷ୍ଠ ଶିକ୍ଷକମାନେ ମାସିକ ଦରମା ୯,୨୦୦ ଟଙ୍କା ଥିବାବେଳେ ଏବେ ତାହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଚୁକ୍ତିଭିତ୍ତିକ କନିଷ୍ଠ […]

ଓଡିଶା

୧୫ ରୁ ୧୮ ବର୍ଷର ପିଲାଙ୍କୁ ୬୧ ଟି ସେଣ୍ଟରରେ ଦିଆଯିବ କରୋନା ଟୀକା

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଭାରତ ସରକାର ତତ୍ପର ହୋଇ ୧୫ ରୁ ୧୮ ବର୍ଷର ପିଲାମାନଙ୍କୁ ଟୀକାକରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ୧୫ ବର୍ଷରୁ ୧୮ ବର୍ଷର ବାଳକବାଳିକାଙ୍କୁ କରୋନା ଟୀକାକରଣ କାର୍ୟ୍ୟକ୍ରମର ଶୁଭ ଉଦଘାଟନ ହୋଇଛି । ଏହି କାର୍ୟ୍ୟକ୍ରମକୁ ଜିଲ୍ଲାପାଳ ଡ଼ଃ.କମଳ ଲୋଚନ ମିଶ୍ର ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି କାର୍ୟ୍ୟକ୍ରମ ଜରିଆରେ […]