ଓଡିଶା

ନିର୍ମାଣ ହେବ ୪୫୬କୋଟି ଟଙ୍କାର ପ୍ରକଳ୍ପ, ଉପକୃତ ହେବେ ୪ଲକ୍ଷ ୧୬ହଜାର ୮୮୬ ଜନସାଧାରଣ

ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ପାଇଁ ୪୫୬କୋଟି ୫୧ଲକ୍ଷ ଟଙ୍କାର ୫ଟି ବୃହତ ପାନୀୟଜଳ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଫଳରେ ଜିଲ୍ଲାର ୬୩ଟି ପଂଚାୟତର ୩୫୬ଟିରେ ଗ୍ରାମରେ ବସବାସ କରୁଥିବା ପ୍ରାୟ ୪ଲକ୍ଷ ୧୬ହଜାର ୮୮୬ଜଣ ଜନସାଧାରଣ ଉପକୃତ ହୋଇପାରିବେ । ରାଜ୍ୟର ଗ୍ରାମଚଂଳରେ ରହୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ନେଇ ଖୋର୍ଦ୍ଧା ଜିଲ୍ଲାରେ ୪୫୬କୋଟି ୫୧ଲକ୍ଷ ଟଙ୍କା ବ୍ୟୟରେ ୫ଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କରାଯିବା ପାଇଁ […]

ଓଡିଶା କଳା ସଂସ୍କୃତି

ହିନ୍ଦୁ ପଞ୍ଜିକା ଅନୁସାରେ କାର୍ତ୍ତିକ ମାସ ହେଉଛି ଧର୍ମମାସ । ଏହି ମାସର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀ ରାଧା ଦାମୋଦର ।

ହିନ୍ଦୁ ପଞ୍ଜିକା ଅନୁସାରେ କାର୍ତ୍ତିକ ମାସକୁ ଧର୍ମମାସ କୁହାଯାଏ । କାରଣ ଏହିମାସରେ ପ୍ରତ୍ୟେକ ହିନ୍ଦୁ ନରନାରୀ ଧର୍ମୀୟ ଭାବନାରେ ଅନେକ ରୀତି-ନୀତି ପାଳନ କରିଥାନ୍ତି । ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ । ଏହି ମାସର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀରାଧା ଦାମୋଦର ।ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା […]

ଓଡିଶା

ବ୍ରହ୍ମପୁର ଡାକମଣ୍ତଳ ଦ୍ବାରା ପ୍ରଥମଥର ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

କେନ୍ଦ୍ର ସରକାରଙ୍କ “ଆଜାଦୀ କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଆନୁକୁଲ୍ୟରେ “ସ୍ୱଚ୍ଛ ଭାରତ ପକ୍ଷ” ପାଳନ ଅବସରରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବ୍ରହ୍ମପୁରର ଡାକମଣ୍ତଳ କାର୍ଯ୍ୟାଳୟ ତରଫରୁ ଏକ ସ୍ବତନ୍ତ୍ର ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲସ୍ଥିତ ବ୍ଲଡ଼୍ ବ୍ୟାଙ୍କ ଏବଂ ବ୍ରହ୍ମପୁର ଡାକମଣ୍ଡଳର ମିଳିତ ସହଯୋଗରେ ସ୍ଥାନୀୟ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ଶିବିରରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । […]

ଓଡିଶା

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ

ବାରାପାଟ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ । କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ବାରାପାଟରେ ଥିବା ଦୁଇଶହ ହେକ୍ଟରରୁ ଉର୍ଦ୍ଧ ଚାଷ ଜମି ଦୀର୍ଘବର୍ଷ ହେବ ବର୍ଷାଦିନେ ବାରାପାଟର ପାଟ ନାଳୀରୁ ଜଳନିଷ୍କାସନ ହୋଇ ନ ପାରିବାରୁ ଫସଲ ନଷ୍ଟ ହୁଏ । ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କରେ କିନ୍ତୁ ଅମଳ କରିପାରେ ନାହିଁ । ସରକାରଙ୍କ […]

ଓଡିଶା

ରାଇକିଆ ବ୍ଲକର ମାଲାଗୁଡା ଘାଟି ରାସ୍ତାରେ ଭୁସ୍ଖଳନ, ଯାତାୟତ ବାଧାପ୍ରାପ୍ତ

ଲଗାଣ ବର୍ଷା କାରଣରୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଲାଗୁଡା ଘାଟି ରାସ୍ତାରେ ଭୁସ୍ଖଳନ । ଭୂସ୍ଖଳନ ଯୋଗୁଁ ଧସିଲା ମାଟି ଫଳରେ ମାଲାଗୁଡ଼ା ନିକଟରେ ଯାତାୟତ ବାଧାପ୍ରାପ୍ତ । ମାଲାଗୁଡା ଘାଟି ରାସ୍ତାରେ ଭୁସ୍ଖଳନ ହେବାରୁ ରାଇକିଆରୁ କରଡ଼ା, ରଣବା, ଇନ୍ଦ୍ରଗଡ ଓ ବଡବାରବା ଆଦି ୪ଟି ପଞ୍ଚାୟତକୁ ଯିବା ଆସିବା ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛି । ୪ଟି ପଂଚାୟତର ଲାଇଫ ଲାଇନ କୁହାଯାଉଥିବା ମାଲାଗୁଡା ଘାଟି ରାସ୍ତା ଧସେଇ ଯିବାରୁ ଯାତ୍ରୀବାହୀ ବସ୍, ଅଟୋ […]

ଓଡିଶା

ଜଟଣୀ–ପିପିଲି ଅଣ୍ଡରଗ୍ରାଉଣ୍ଡରେ ପାଣିରେ ବୁଡିଲା ମୋ ବସ୍ । ୮ ନମ୍ବର ରୁଟରେ ମୋ ବସ୍ ଚଳାଚଳକୁ ବନ୍ଦ କଲା କ୍ରୁଟ୍

ଜଟଣୀ–ପିପିଲି ଅଣ୍ଡରଗ୍ରାଉଣ୍ଡ ରାସ୍ତାରେ ପାଣି ଜମି ଆଜି ମୋ ବସ୍ ବୁଡିବା ଘଟଣାରେ କ୍ରୁଟ୍ ନେଇଛି ବଡ ନିଷ୍ପତ୍ତି । ୮ ନମ୍ବର ରୁଟରେ ମୋ ବସ୍ ଚଳାଚଳକୁ କ୍ରୁଟ୍ ପକ୍ଷରୁ ବନ୍ଦ କରାଯାଇଛି । ଜଟଣୀରେ ମୋ ବସ ପାଣିରେ ଫସିବା ଯୋଗୁ ଏଭଳି ନିଷ୍ପତି ନିଆଯାଇଛି । ଜଟଣୀ ରୁଟରେ ମୋଟ ୧୧ଟି ବସ୍ ଚଳାଚଳ କରୁଥିଲା । ତେବେ ଆଡି ମାଷ୍ଟର କ୍ୟାଣ୍ଟିନ ଛକରୁ ଜଟଣୀ ଯାଉଥିଲା ବସ୍ । ହେଲେ ଅଣ୍ଡରଗ୍ରାଉଣ୍ଡରେ […]

ଓଡିଶା

ଖତ ଖାଉଛି ୧୮ ଲକ୍ଷ ଟଙ୍କାର ପ୍ରଜୋକ୍ଟ । ପଞ୍ଚାୟତବାସୀଙ୍କ ପ୍ରଶ୍ନ: ନିମ୍ନମାନର କାମ ପାଇଁ ଦାୟୀ କିଏ ?

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଵଦାଳୋ ଗ୍ରାମପଞ୍ଚାୟତରେ 10 ବଖରା ଦୋକାନ ଘର ସାଙ୍ଗକୁ ସିଡ଼ି ଘର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା, ପଞ୍ଚାୟତ ସମିତି ଓଡାପଡା, ଢେଙ୍କାନାଳ ପକ୍ଷରୁ ପଞ୍ଚାୟତବାସୀଙ୍କ ହିତ ପାଇଁ ପ୍ରଥମ ଆର୍ଥିକ ବର୍ଷ 2018-19ରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ପାଇଁ 14th CFC FUNDରୁ 10 ଲକ୍ଷ ଟଙ୍କା ଓ ପରବର୍ତ୍ତୀ ଆର୍ଥିକ […]

ଓଡିଶା

ଷ୍ଟେସନରେ ଯୁବକଙ୍କ ବ୍ୟାଗରୁ ମିଳିଲା ୨୮ ଲକ୍ଷ ଟଙ୍କା !

ରେଳ ଷ୍ଟେସନରେ ଲଗେଜ୍ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଜବତ ହୋଇଛି ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା । ଏହି ଘଟଣାରେ ରେଲୱେ ପୋଲିସ ପକ୍ଷରୁ ଯୁବକଙ୍କୁ ଅଟକ ରଖାଯାଇ ପଚରା ଉଚରା ଜାରି ରହିଛି । ପୁରୀ ରେଳ ଷ୍ଟେସନରେ ଜଣେ ଯାତ୍ରୀଙ୍କ ଲଗେଜ ସ୍କାନରରେ ସ୍କାନିଙ୍ଗ ବେଳେ ଯାତ୍ରୀଙ୍କ ବ୍ୟାଗରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା ସମସ୍ତଙ୍କୁ […]

ଓଡିଶା

ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କଲେ କିଶନନଗର ଥାନା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିବା ବ୍ୟକ୍ତି

କଟକ ଜିଲ୍ଲା କିଶନନଗର ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କରି ଗୁରତର ଭାବେ ପୋଡି ହୋଇଯାଇଥିବା ଈଶାଣି ଵରହମପୁରର ଗୁଣନିଧି ବିଷୋୟୀଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକର ଅଶ୍ୱିନୀ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଜମିବାଡି ବିବାଦକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଗୁଣନିଧି । ତେବେ ବାରମ୍ବାର ଥାନାକୁ ଦୌଡି ହତାଶ ହେବା ପରେ ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହୁତି ଉଦ୍ୟମ କରିଥିଲେ ଗୁଣନିଧି । ସେପଟେ ଏହି ଘଟଣାରେ ଥାନା […]

ଓଡିଶା

ଅବହେଳିତ ଅବସ୍ଥାରେ ଐତିହ୍ୟ ଧରୋହର ଦମୟନ୍ତୀ ସାଗର ।

ଦଳ ଓ ପଙ୍କରେ ପୋତି ହେବାରେ ଲାଗିଲାଣି ଐତିହାସିକ ଦମୟନ୍ତୀ ସାଗର l ଯେଉଁ ସାଗର ନାମରେ ଦିନେ କୋଟପାଡ ସହର ପରିଚିତ ଥିଲା ଆଜି ତାହା ଅବହେଳିତ ଅବସ୍ଥାରେ । କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳରେ ରହିଛି 700 ଏକରରେ ପରିବେଷ୍ଟିତ ଐତିହାସିକ ଦମୟନ୍ତୀ ସାଗର । ରାଜସ୍ବ ବିଭାଗର ROR ଦସ୍ତାବିଜରେ ଦମୟନ୍ତୀ ନଗର ନାମରେ ନଥିପତ୍ର ରହିଛି l ଦମୟନ୍ତୀ ସାଗରର ବୈଶିଷ୍ଟ୍ୟ କଥା ଯଦି ଆମେ ଅନୁଧ୍ୟାନ କରିବା ତାହେଲେ […]