ଓଡିଶା କଳା ସଂସ୍କୃତି

ମା ମରିଚେଇ । ଶ୍ରୀକ୍ଷେତ୍ରର ଅଷ୍ଟଚଣ୍ଡୀମାନଙ୍କ ଭିତରୁ ଅନ୍ୟତମ ମା ମରିଚେଇଙ୍କ ମନ୍ଦିର ।

ଶ୍ରୀମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯିବା ରାସ୍ତାରେ ଆମର ଡାହାଣ ପଟରେ ମରିଚିକୋଟ ର ମରିଚି ଠାକୁରାଣୀ ଙ୍କ ମନ୍ଦିର ଦୃଷ୍ଟିଗୋଚର ହୋଇଥାଏ। ରାସ୍ତା ରୁ ମା ଙ୍କ ଦର୍ଶନ ହୋଇ ପାରୁଥିଲେ ହେଁ ଭିତରକୁ ଯାଇ ମା ଙ୍କୁ ପାଖରୁ ଦର୍ଶନ କରିବାରେ ଅପୂର୍ବ ଆନନ୍ଦ ମିଳିଥାଏ। ମା ଙ୍କ ମନ୍ଦିର ର ପାର୍ଶ୍ୱ ଦେବାଦେବୀ ଭାବରେ ବରାହୀ,ଗଣେଶ ଏବଂନରସିଂହୀ ବିଦ୍ୟମାନ ।ମା ଙ୍କ ମନ୍ଦିର ପରିସର ରେ ନବ ଦୁର୍ଗା, ଦଶ ମହାବିଦ୍ୟା, […]

ଓଡିଶା କଳା ସଂସ୍କୃତି

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ଦେବୀ ଦୁର୍ଗା ଆଜି ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ସିଦ୍ଧିଦାତ୍ରୀ ରୂପରେ ଭକ୍ତମାନେ ଆଜି ମାଆ ଦୁର୍ଗାଙ୍କୁ ଭକ୍ତି ଅର୍ପଣ କରିବେ । ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା କରାଯାଇଛି । ଆଜି ହେଉଛି ପୂଜାର ଅନ୍ତିମ ଦିନ । ୯ବମୀ ତିଥିରେ ଦେବୀ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ଯେହେତୁ ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ୯ ଦିନର ଅନ୍ତିମ ଦିନ ହେଉଛି […]

ଓଡିଶା କଳା ସଂସ୍କୃତି

ଆଜି ନବରାତ୍ର ର ପଞ୍ଚମ ଦିବସ। ଆଜି ସ୍କନ୍ଦମାତା ରୂପେ ପୂଜା ପାଇବେ ଦେବୀ ଦୁର୍ଗା

ଭଗବାନ ସ୍କନ୍ଧ ବା କାର୍ତ୍ତିକଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା ବୋଲି କୁହାଯାଏ। ଏହି ବେଶରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନୋସ୍କାମନା ପୂରଣ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।ମା’ଙ୍କ ଏହି ବେଶ ଦେଖିବା ପାଇଁ ପୀଠ ମାନଙ୍କ ରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳେ। “୯” ସଂଖ୍ୟା ହେଉଛି ଶକ୍ତିବାଚକ ସଂଖ୍ୟା କାରଣ ଆମ ଶରୀର ସହିତ ଏହି ସଂଖ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ମାନବ ଶରୀରରେ […]

ଓଡିଶା କଳା ସଂସ୍କୃତି

ଧୁମଧାମର ସହ ପାଳିତ ହେଉଛି ଶ୍ରୀ ଶ୍ରୀ କନକମଣି ମାଉଲିଙ୍କ ଦଶହରା ପର୍ବ

ଧୁମଧାମର ସହିତ ପାଳିତ ହେଉଛି କୋଟପାଡ଼ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ କନ ମଣି ମାଉଲିଙ୍କ ଦଶହରା ପର୍ବ । ରାଜା ରାଜୁଡା ସମୟରୁ ପାରମ୍ପରିକ ଵିଧି ବିଧାନ ଅନୁସାରେ ବହୁ ଆଡମ୍ବରରେ ପାଳିତ ହୁଏ ମାଆଙ୍କ ପୂଜାବିଧି । କରୋନା କଟକଣା ଯୋଗୁଁ ବିଗତ ବର୍ଷ ଗୁଡ଼ିକରେ ଯାକଜମକର ସହ ପଟୁଆର ଦେଖିବା ବିରଳ ଦୃଶ୍ୟ ହୋଇପଡିଥିଲା l ତେବେ ଚଳିତ ବର୍ଷ ପାରମ୍ପରିକ ବାଜା ପଟୁଆରରେ ପାଳିତ ହେଉଛି ମାଆଙ୍କ ଦଶହରା ପର୍ବ । […]

ଓଡିଶା କଳା ସଂସ୍କୃତି

ମହାଳୟା ଶ୍ରାଦ୍ଧର ବୈଜ୍ଞାନିକ ଓ ଶାସ୍ତ୍ରୀୟ ବିଧାନର କାରଣ

ଶ୍ରାଦ୍ଧନିପୁଷ୍ଟିକାମାଶ୍ଚ ୟେ କରିଷ୍ୟନ୍ତି ମାନବାଃତେଭ୍ୟଃ ପୁଷ୍ଟିଂ ପ୍ରଜାଂଶ୍ଚୈବ ଦାସ୍ୟନ୍ତି ପିତରଃ ସଦା ।ପ୍ରେତାଂପିତୃଶ୍ଚ ନିର୍ଦ୍ଦେଶ୍ୟ ଭୋଜ୍ୟଂ ୟତପ୍ରିୟ ମାତ୍ମନଃଶ୍ରଦ୍ଧୟାଦିୟତେ ୟତ୍ରୟତ ଶ୍ରାଦ୍ଧଂ ପରି କିର୍ତୀତମ ।। ଶାସ୍ତ୍ର ଅନୁଯାୟୀ ଆମ ପିତୃପୁରୁଷଙ୍କୁ ଶ୍ରଦ୍ଧାର ସହିତ ମନେ ପକାଇବା ଏବଂ ପିଣ୍ଡଦାନ କରିବା ହେଉଛି ଶ୍ରାଦ୍ଧ । ଅର୍ଥାତ୍ ଯେଉଁ ବ୍ୟକ୍ତି ଶ୍ରାଦ୍ଧ ଦିଏ ଏବଂ ସେମାନଙ୍କ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରେ ସେହି ବ୍ୟକ୍ତି ପିତୃପୁରୁଷଙ୍କ ଆଶୀର୍ବାଦ ଲାଭ କରେ । ଶ୍ରାଦ୍ଧ ଆମ ହିନ୍ଦୁ ପରମ୍ପରାର ଏକ […]

ଓଡିଶା କଳା ସଂସ୍କୃତି

ପିତୃପୁରୁଷଙ୍କୁ ଶ୍ରାଦ୍ଧ କଲା ପରେ ଗଙ୍ଗା ଦର୍ଶନ ଅନିବାର୍ଯ୍ୟ । ମାତ୍ର ମା’ଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ ତାହା ଗଙ୍ଗା ଦର୍ଶନ ବୋଲି ମଣାଯାଏ

ଆଜି ପବିତ୍ର ମହାଳୟା । ପିତୃ ତର୍ପଣର ଅନ୍ତିମ ଦିବସ । ଏହି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ । ବର୍ଷର ଅନ୍ୟଦିନ ଗୁଡିକରେ ମା’ ସିନ୍ଦୁର ବର୍ଣ୍ଣ ରୂପରେ ଦର୍ଶନ ଦେଉଥିବା ବେଳେ ମହାଳୟାରେ ଶ୍ୱେତବର୍ଣ୍ଣା ବା ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି । ବର୍ଷକରେ ଗୋଟିଏ ଥର ମାଆଙ୍କର ଏହି ବିରଳ ବେଶ ଦର୍ଶନ ପାଇଁ  ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର […]

ଓଡିଶା କଳା ସଂସ୍କୃତି

ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଆସିଲା ଫଳଭାର

ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଶୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ଆମ୍ବ, ପଣସ, କଦଳୀ, ସପୁରୀ ଓ ନଡ଼ିଆ ସହ ଭଳିକି ଭଳି ଫଳଭାର ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଚେରମୂଳୀ ମହୋଷଧିଦ୍ୱାରା ସେବା କରାଯାଉଛି । ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ […]

ଓଡିଶା କଳା ସଂସ୍କୃତି ମନୋରଞ୍ଜନ

ଆସନ୍ତୁ ଜାଣିବା ତାଳଚେର ସ୍ଥିତ ଗୋପାଳପ୍ରସାଦର ମା ହିଙ୍ଗୁଳାଙ୍କ ପୀଠ ସମ୍ପର୍କରେ କିଛି ରୋଚକ ତଥ୍ୟ…

ପୁରାଣବର୍ଣ୍ଣିତ ଭାରତର ୫୧ଟି ଶକ୍ତି ପୀଠ ମଧ୍ୟରୁ ଓଡିଶାର ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଗୋପାଳ ପ୍ରସାଦର ମା ହିଙ୍ଗୁଳାଙ୍କ ପୀଠ ଅନ୍ୟତମ । କଟକ ସମ୍ବଲପୁର ଜାତୀୟ ରାଜପଥ ୫୫ ନମ୍ବରଠାରୁ ଏହା ମାତ୍ର ୨୨ କିଲୋମିଟର ଦୂର ଏବଂ ପୂର୍ବତଟ ରେଳପଥ ତାଳଚେର ରେଲୱେ ଷ୍ଟେସନଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ । ପୁରାଣ କିମ୍ବଦନ୍ତୀ ଅନୁଯାୟୀ ସତ୍ୟ ଯୁଗରେ ଅଗ୍ନିରୁପି ପରମ ବୈଷ୍ଣବି ମା ନାରାୟଣୀ ସୁମ୍ଭ ନିଶୁମ୍ଭଙ୍କୁ ବଧ କରି […]