ଓଡିଶା

ଓଡିଶାରେ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମଦିନ ପାଳନ । ସୁଭଦ୍ରାକୁ ନେଇ ଉତ୍ସାହିତ ରାଜ୍ୟବାସୀ…

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାଗତ କରିଥିଲେ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଗାଡକଣ ଅଭିମୁଖେ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀଙ୍କୁ କ୍ଷିରୀ ଖାଇବାକୁ ଦେବେ ମହିଳା । ଗାଡ଼କଣ ଗାଁକୁ ଯିବା ଅବସରରେ ତାଙ୍କୁ ଏହି କ୍ଷିରୀ ଖାଇବାକୁ ଦିଆଯିବ । ପିଏମ୍‌ ଆବାସ ଯୋଜନାର […]

ଓଡିଶା

ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଆସନ୍ତା ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖ (ସମସ୍ତ ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସଂପ୍ରତି ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ, ନୂଆଖାଇ ପରିପ୍ରେକ୍ଷୀରେ ସେପ୍ଟେମ୍ବର ୯ ତାରିଖରେ ସ୍ୱତନ୍ତ୍ର ସରକାରୀ ଛୁଟି ଏବଂ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସେପ୍ଟେମ୍ବର ୧୬ ତାରିଖରେ ସରକାରୀ ଛୁଟି ଥିବାରୁ ଉପରୋକ୍ତ ଦିବସମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି […]

ଓଡିଶା

କେନାଲ ପାଣି ଯୋଗାଣରେ ଅବ୍ୟବସ୍ଥା, ସ୍ଥାୟୀ ସମାଧାନ ନ ହେଲେ ଅଫିସ ଘେରାଉ ଚେତାବନୀ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ଚିରସ୍ରୋତା ବହୁମୁଖୀ ଜଳ ପ୍ରପାତ ଉପର ଇନ୍ଦ୍ରାବତୀ ବାମକେନାଲ ବିଭାଗ ଲୋକଙ୍କୁ ଚାଷ ପାଇଁ ଜଳ ଯୋଗାଣ କରିବାର କାଗଜ ପତ୍ରରେ ଦର୍ଶାଇ ଥିବାବେଳେ ଏପଟେ କେନାଲ ପାଣି ନପାଇଁ ଚାଷୀ ଅସୁବିଧାର ସମ୍ଭୁଖିନ ହେଉଥିବା ଯୋଗୁଁ ମୁଖ୍ୟ ଯନ୍ତ୍ରୀଙ୍କଠାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ବାମକେନାଲ ଡିଭିଜନ କୁସୁମଖୁଣ୍ଟିରେ ଠିକାଦାର ପୋଷାନୀତି ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ […]

ଓଡିଶା

ବାର୍ଦ୍ଧକ୍ୟ ଭତ୍ତା ଦାବିରେ ବିଜେଡ଼ିର ଗଣ ଧାରଣା…

ନୀଳଗିରି, (ଏଫ୍ଟୁଏସ୍/ ସତ୍ୟାନନ୍ଦ ପାତ୍ର) : ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବି ନେଇ ବିଜୁ ଜନତା ଦଳ ପକ୍ଷରୁ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଗଣଧାରଣା । ଉକ୍ତ ଗଣଧାରଣାରେ ନୀଳଗିରି ନିର୍ବାଚନ ମଣ୍ଡଳୀର ହଜାରେରୁ ଉର୍ଦ୍ଧ ବିଧବା, ବୃଦ୍ଧ-ବୃଦ୍ଧା ଓ ଦିବ୍ୟାଙ୍ଗ ଭତ୍ତାଧାରୀମାନେ ବିଜୁଜନତା ଦଳ କାର୍ଯ୍ୟାଳୟରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଏଥିରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା […]

ଓଡିଶା

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶଙ୍କ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶ (୨୦୨୧ ବ୍ୟାଚ୍)ଙ୍କ ନିଯୁକ୍ତି ପ୍ରଶିକ୍ଷଣ (ଇଣ୍ଡକ୍ସନ ଟ୍ରେନିଂ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦେଶକ ତଥା ଶ୍ରୀ ଜି.ମାଥିଭାଥନନଙ୍କ ଉପସ୍ଥିତି ତଥା ପରିଚାଳନାରେ ଏହି ପ୍ରଶିକ୍ଷଣର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ […]

ଓଡିଶା

ଡିଜିଟାଲ ଫସଲ ସର୍ଭେ ପାଇଁ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଜପତି (ଏଫ୍ଟୁଏସ୍ / ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଚାଷୀଙ୍କ […]

ଓଡିଶା

ଭତ୍ତା ନ ପାଇ ରାସ୍ତା ଅବରୋଧ କଲେ ବୃଦ୍ଧବୃଦ୍ଧା ସେପଟେ ପଞ୍ଚାୟତରେ ତାଲା ପକାଇ ଛୁ ମାରିଲେ ପିଇଓ ଏବଂ ସରପଞ୍ଚ…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତ ସମ୍ମୁଖରେ ଅସହାୟ ବୃଦ୍ଧବୃଦ୍ଧା ଫୁଲବାଣୀରୁ ଭୁବନେଶ୍ୱର ଯାଇଥିବା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଭତ୍ତା ନ ପାଇବାକୁ ବିରୋଧ କରି ବୃଦ୍ଧାବୃଦ୍ଧା ଏହି ରାସ୍ତାରୋକ କରିଥିଲେ । ସେପଟେ ଘଟଣା ବିଷୟରେ ଜାଣି ପଞ୍ଚାୟତ ଅଫିସରେ ତାଲା ପକାଇ ପିଇଓ ଏବଂ ସରପଞ୍ଚ କୁଆଡେ ପଳାଇଯାଇଥିଲେ । ଯାହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । […]

ଓଡିଶା

ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତା ଏମିତି… ଗ୍ରାମବାସୀ କହିବେ କାହାକୁ ?

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତାର ଅବସ୍ଥା କହିଲେ ନ ସରେ । ଟିକିଏ ବର୍ଷା ହେଲେ ପାଣି କାଦୁଅରେ ପଚପଚ ହୋଇଯାଏ ରାସ୍ତା । ଏହି ରାସ୍ତା ଦେଇ ତିନୋଟି ସାହିର ଲୋକେ ଯାତାୟତ କରନ୍ତି । ମାତ୍ର ଜନପ୍ରତିନିଧିଙ୍କ ଅବହେଳା କାରଣରୁ ଦଶା ଭୋଗୁଛନ୍ତି ଗାଁ ଲୋକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ […]

ଓଡିଶା

ମୋହନ ସରକାରର ପ୍ରଥମ ଚେଞ୍ଜ…ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ

ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ପ୍ରଥମଥର ପାଇଁ ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ମୋଟ୍ ୨୫ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୨୨ଜଣ ଆଇଏଏସ୍, ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ […]

ଓଡିଶା

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ…

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ରାଷ୍ଟ୍ରୀୟ ସମ୍ମାନ ସହ ଜନ୍ମମାଟି କୋରାପୁଟ ପାତ୍ରପୁଟରେ ସମ୍ପନ୍ନ ହୋଇଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ । ସ୍ବର୍ଗତଃ କମଳାଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ୍, ଏସପି ଅଭିନବ ସୋନାକର, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଏସଡିପିଓ ଅଙ୍କିତ ବର୍ମା, ବିଡିଓ ଶକ୍ତିପ୍ରସାଦ ମହାପାତ୍ରଙ୍କ ସହିତ ଅନେକ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ […]