ଓଡିଶା

ବିକାଶର ସ୍ବପ୍ନ ସତ ନା ପ୍ରହସନ !

କନ୍ଧମାଳ, (ଫ୍ରିଟୁସ୍ପିକ୍/ କୁନା ଦିଗାଲ) : ବିକଶିତ ରାଜ୍ୟ ଗଢିବାର ସ୍ବପ୍ନ ନେଇ ଆଗେଇ ଚାଲିଛନ୍ତି ରାଜ୍ୟ ସରକାର । ମାତ୍ର ଗ୍ରାଉଣ୍ଡ ଜିରୋରେ ରହି ଏହାର ସ୍ବପ୍ନକୁ ପୂରଣ କରିବାର ସମୟ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ । ବିକଶିତ ରାଜ୍ୟର ପ୍ରଥମ ସୋପାନ ହେଉଛି ଉନ୍ନତ ଗମନାଗମନ । କିନ୍ତୁ ଆଜି ବି ରାଜ୍ୟର ଶତକଡା ସଂହଭାଗ ପଞ୍ଚାୟତରେ ଗମନାଗମନ ଅତି ନିମ୍ନ ମାନର । ରାଜ୍ୟ ରାଜକୋଷରୁ ଗମନାଗମନ ନିମନ୍ତେ ବ୍ୟୟ […]

ଓଡିଶା

ଅସହାୟ ମମତାର ଦୁଃଖ, ଗୁହାରୀ ଶୁଣ ମୋହନ ସରକାର…

ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅସହାୟ ମମତାର ଦୁଃଖଭରା କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯିବ । ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଂଚାୟତର କରାବିରା ଗାଁ ଓ ଅନୁଗୁଳ ବ୍ଲକ ବଡ଼କନ୍ତୋକୂଳ ପଂଚାୟତର ସୀମାନ୍ତବର୍ତ୍ତୀ ଖୋଲ ଗାଁରେ ସାବତ ମା ସହ ବାସ କରନ୍ତି ବାପ-ମା ଛେଉଣ୍ଡ ସ୍ୱର୍ଗତ ନବୀନା ବେହେରାଙ୍କ ଝିଅ ମମତା ବେହେରା (୧୬) । ଦଶବର୍ଷ ତଳୁ ମମତାଙ୍କ ବାପା […]

ଓଡିଶା

ଚିଟଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ…

ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦୁଇ ଥର ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିବା ନେଇ ପ୍ରକାଶ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୯୯୦ ଓ ୨୦୦୨ ମସିହାରେ ଦୁଇଥର ଚିଟଫଣ୍ଡ୍ ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଥିଲେ । ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥାରେ ଠକେଇରେ ଶିକାର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । […]

ଓଡିଶା

ଇଣ୍ଟରନେଟ୍ ଯୁଗରେ ନେଟୱାର୍କ ପାଇଁ ସମସ୍ୟା, ମୌଳିକ ସୁବିଧାରୁ ବଞ୍ଚିତ ବାଗୁଲୀ ଗ୍ରାମବାସୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗୁଲୀ ଗ୍ରାମ । ଏହି ଗ୍ରାମର ଦୂରାବସ୍ଥା ସମ୍ପର୍କରେ ନ କହିବା ଭଲ । ଦିନେ ନଗଡା ସମଗ୍ର ବିଶ୍ୱରେ ଓଡ଼ିଶାର ଛବିକୁ ଏକ ଗରିବ ରାଜ୍ୟର ମାନଦଣ୍ଡ ଉପରେ ଦଣ୍ଡାୟମାନ କରିଥିଲା । ଆମ ରାଜ୍ୟ ଆସନ୍ତା ୨୦୩୬ ବେଳକୁ ବିକଶିତ ରାଜ୍ୟର ଦୌଡରେ ସାମିଲ ହେବାର ସ୍ୱପ୍ନ ଦେଖୁଛି । କିନ୍ତୁ ବାଗୁଲୀ ଗ୍ରାମର […]

ଓଡିଶା

କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍: ୩ ଆହତ, ୨ଅଟକ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ପଞ୍ଚୁକୋଟ ଗ୍ରାମରେ ସ୍କୁଲ ଛାତ୍ରୀକୁ କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍ । ଫଳରେ ଉଭୟ ପକ୍ଷରୁ ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଦୁଇଟି ବାଇକକୁ ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଉଭୟପକ୍ଷରୁ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାରୁ ପ୍ରକାଶ ଯେ, ପଞ୍ଚୁକୋଟ ଗ୍ରାମର ପଲେଇ ମାର୍ଥାଙ୍କ ଅଷ୍ଟମଶ୍ରେଣୀ ଝିଅକୁ ସେହି ଗ୍ରାମର ପ୍ରଧାନ […]

ଓଡିଶା

ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ବ୍ୟତିକ୍ରମ । ୟୁଟୁବ ଏବଂ ଫେସବୁକ୍ ପ୍ରେମରେ ବାଇ ଉଚ୍ଚ ପଦସ୍ଥ ଅଧିକାରୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୧୧ଟି ବିଭିନ୍ନ ଅଭିଯୋଗପତ୍ର ପଞ୍ଜିକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୦୦ଟି ବ୍ୟକ୍ତିଗତ, ୨ଟି ଗୋଷ୍ଠୀ ସମସ୍ୟା, ୩ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, ୬ଟି ରେଡକ୍ରସ୍ ସମ୍ବନ୍ଧୀୟ ଅଭିଯୋଗ ରହିଥିଲା । ସେଥିମଧ୍ୟରୁ ୨୯ଟି ଅଭିଯୋଗର ଆପୋସ ଫଇସଲା ହୋଇଥିଲା । ରେଡକ୍ରସ୍ ଓ ମୁଖ୍ୟମନ୍ତ୍ରୀ ରିଲିଫି […]

ଓଡିଶା

ସରକାରଙ୍କ ସ୍ଥାୟୀ ଚାକିରି, ଅନ୍ୟମାନଙ୍କୁ ପଚାରେ କିଏ ?

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : ବାବୁ ଆମର ସରକାରୀ ଚାକିରିଆ । ତେଣୁ କାମ ନ କଲେ ମଧ୍ୟ ଖାତିର ନାହିଁ । ଲୋକଙ୍କ ସମସ୍ୟା ଯାଉ ଚୁଲି ମୁଣ୍ଡକୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ନିୟୋଜିତ ଥିବା ବିଏଲସି ମହୋଦୟଙ୍କ ନିକଟରେ । କାର୍ଯ୍ୟ ସମୟରେ ଲୋକଙ୍କ ସମସ୍ୟାକୁ ଗ୍ରହଣ ନ କରି ମୋବାଇଲରେ ବ୍ୟସ୍ତ ଥିଲେ ସରକାରୀ ବାବୁ । ଏ ନେଇ କାର୍ଯ୍ୟାନୁଷ୍ଠାନ […]

ଓଡିଶା

କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ ?

• ରାସ୍ତା ଉପରେ ନରହି ଲଟା ବୁଦାରେ ଶୋଭା ପାଉଛି ଚେକ୍ ପୋଷ୍ଟ• ନଜର ଦେଉ ନାହାନ୍ତି ପ୍ରଶାସନିକ ଅଧିକାରୀଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ । ଲୋକଙ୍କୁ ସଚେତନ କରିବା ବଦଳରେ ଅବହେଳିତ ଅବସ୍ଥାରେ ବୁଦା ମୂଳେ ପଡିରହିଛି ପୋଲିସ୍ ଚେକ୍ ପୋଷ୍ଟ । ଏ ଦୃଶ୍ୟ ହେଉଛି ହିନ୍ଦୋଳ ଥାନା ଓ ଏନ୍ଏସି ଅଞ୍ଚଳର ବସଷ୍ଟାଣ୍ଡ ଛକଠାରୁ ଜେଲ ରୋଡ ଦେଇ ନରସିଂହପୁର ଅଭିମୁଖେ ଯାଇଥିବା […]

ଓଡିଶା

୨୪ରେ ଖାତାକୁ ଆସିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ଆସନ୍ତା ୨୪ରେ ଖାତାକୁ ଆସିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହାଦ୍ବାରା ଉପକୃତ ହେବେ । ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ  ରହିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ବିଭିନ୍ନ […]

ଓଡିଶା

ଅସହାୟ ଏବଂ ଅନାଥଙ୍କ ମା ସାଜିଛନ୍ତି କିନ୍ନର ଚିନୁ…

କାକଟପୁର, (ଏଫ୍ଟୁଏସ୍/ ମାନସ ଦିକ୍ଷିତ) : କାକଟପୁର ପଥରପକା ଗ୍ରାମର ଜଣେ ଗରିବ ବ୍ରାହ୍ମଣ ପରିବାରର କିନ୍ନର ବିଦ୍ୟା ମିଶ୍ର (ଚିନୁ କିନ୍ନର) । ବାସ୍ତବିକ ଜୀବନରେ ଜଣେ ସଂଘର୍ଷମୟୀ ବ୍ୟକ୍ତି, ଯିଏ ରେଳ ଷ୍ଟେସନ ବସଷ୍ଟାଣ୍ଡରୁ ଭିକ୍ଷା କରନ୍ତି ଆଉ ନିଜ ଜାଗାରେ ଖୋଲିଛନ୍ତି ଏକ ଅନାଥ ଆଶ୍ରମ । ଆଜି ଅନେକ ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହିତ ବହୁତ ବୃଦ୍ଧବୃଦ୍ଧାଙ୍କୁ ଦେଇଛନ୍ତି ଆଶ୍ରୟ । ଏହି ମହତ୍ କାର୍ଯ୍ୟ ପାଇଁ […]