ଓଡିଶା

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍…

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ ଭର୍ଚୁଆଲ୍ ମୋଡରେ କରିଛନ୍ତି । ଆଜି ଦେଶରେ ମୋଟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୋଦି । ସେଥିମଧ୍ୟରେ ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା, ଟାଟାନଗର-ପାଟନା ଏବଂ ଗୟା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଛି। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, […]

ଓଡିଶା ବ୍ୟବସାୟ

ଦେଶର ଉନ୍ନତି ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ : ମାନ୍ୟବର ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ ସଂଘ (ଓଏଏସ୍‌ଏମ୍ଇ)ର ୩୭ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଉଦଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ରାଜ୍ୟପାଳ, ସଂସ୍କୃତ ଭାଷାରେ ପାଠ କରି ଓଡ଼ିଶାର ଉନ୍ନତି ପାଇଁ ସମସ୍ତ ଉଦ୍ୟୋଗୀଙ୍କୁ ଆହ୍ବାନ କରିଥିଲେ । ତେବେ ଦେଶର ଉନ୍ନତି ପାଇଁ ଏମାନଙ୍କର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ମଧ୍ୟ […]

ଓଡିଶା

ପକ୍ଷୀଙ୍କ ସାଥି ଶୁଭ୍ରାଂଶୁ ଶତପଥି । ପରିବେଶ ସୁରକ୍ଷିତ ରହିଲେ ସମାଜ ସୁରକ୍ଷିତ ରହିବ …

ଖରାଦିନେ ପାଣିପାଇଁ ଡହଳବିକଳ ପକ୍ଷୀଙ୍କ ସେବାରେ ଲାଗିଥାଆନ୍ତି ଢେଙ୍କାନାଳର ଯୁବକ ଶୁଭ୍ରାଂଶୁ ଶତପଥି । ତେଣୁ ତାଙ୍କୁ ତୁଷାର୍ତ୍ତ ପକ୍ଷୀଙ୍କ ସାଥି ବୋଲି କୁହାଯାଏ l ଆଧୁନିକ ଯୁଗରେ ମାଳ ମାଳ କଂକ୍ରିଟ ଜଙ୍ଗଲ ଯୋଗୁଁ  ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ତାତି ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଥିବାବେଳେ ଶୁଭ୍ରାଂଶୁ କିନ୍ତୁ ପକ୍ଷୀମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ପକ୍ଷୀଙ୍କ କଷ୍ଟକୁ ଅନୁଭବ କରି, ନିଜସ୍ବ ଖର୍ଚ୍ଚରେ ଘରର ଛାତ, ଅଗଣା, […]