ଓଡିଶା

ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସିଆରସିସି ସଂଯୋଗ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବନବିହାରୀ ମେହେର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ମାଝୀ, ଅଙ୍କନ ସିଂ ମାଝୀ, ତ୍ରିଲୋଚନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । […]

ଓଡିଶା

ସେବା ଦିବସରେ ସେବାର ପ୍ରକୃତ ଜ୍ଞାନ ଦେଲେ ଶିକ୍ଷକ…

ଗଜପତି : ଗଜପତି ଜିଲ୍ଲା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପାରଳାଖେମୁଣ୍ଡିରେ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ପବିତ୍ର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ମାତୃଭାଷା ଆଚାର୍ଯ୍ୟ ଗୋପାଳକୃଷ୍ଣ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ବନ୍ଧରେ ସମ୍ୟକ ଭାବେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋପବନ୍ଧୁଙ୍କର ନୀତି ଆଦର୍ଶକୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଶିଶୁ ମନ୍ଦିର ପକ୍ଷରୁ ସେବା ଦିବସ ଭାବେ […]

ଓଡିଶା

ସଫା ସ୍ଥାନରେ ଝାଡୁ ଧରି ଚିତ୍ର ଉତ୍ତୋଳନ । କିନ୍ତୁ ପ୍ରକୃତ ଚିତ୍ର ଭିନ୍ନ ।କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଡମ୍ପିଙ୍ଗ ୟାର୍ଡ଼ ପାଲଟିଛି ଜାତୀୟ ରାଜପଥ କଡ଼…

କୋଟପାଡ଼ : କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଡମ୍ପିଙ୍ଗ ୟାର୍ଡ଼ ପାଲଟିଛି ଜାତୀୟ ରାଜପଥ କଡ଼ l ଏକ ନିର୍ଦ୍ଧିଷ୍ଟ ଡମ୍ପିଙ୍ଗ ୟାର୍ଡ଼ ରହିଥିଲେ ସୁଦ୍ଧା ସେଠାରେ ଡମ୍ପ ହଉନି ଆବର୍ଜନା । ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଆବର୍ଜନା । ଏଥିପ୍ରତି NAC କର୍ତୃପକ୍ଷଙ୍କ ନଜର ବି ପଡୁ ନାହିଁ । ସାରା ରାଜ୍ୟରେ ସ୍ବଚ୍ଛତା ଦିବସ ପାଳିତ ହେଉଥିବାବେଳେ କୋଟପାଡ ବିଜ୍ଞାପିତ ଅଞ୍ଚଳର ଏହି ଦୃଶ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ […]

ଓଡିଶା

ବେଗୁନିଆପଡା ବ୍ଲକରେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜିକାଙ୍କୁ ସମ୍ବର୍ଦ୍ଧନା…

ବେଗୁନିଆପଡା : ବିଜୁ ଶ୍ରମିକ ସାମୁଖ୍ୟରେ ସହବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜିକା ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେଥିମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ରହିଛନ୍ତି । ଏ ନେଇ ବେଗୁନିଆପଡା ବ୍ଲକ ସଙ୍ଘ ତରଫରୁ ବ୍ଲକ ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଏଥିରେ ବିଧାୟିକାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା […]

ଓଡିଶା

ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ବିଜେଡି…

ବେଗୁନିଆପଡା : ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଏହି ପରିପ୍ରେକ୍ଷୀରେ ଅକ୍ଟୋବର ଦୁଇ, ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଭଳି ଏକ ବଡ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ପାଳନ କରାଯିବ । ସେହିକ୍ରମରେ ବେଗୁନିଆପଡା ବ୍ଲକର ବେଗୁନିଆପଡା ଓ ଚିଙ୍ଗୁଡ଼ିଖୋଲ […]

ଓଡିଶା ବ୍ୟବସାୟ

ଭୁବନେଶ୍ୱରରେ ତିନି ଦିନିଆ ପର୍ଯ୍ୟଟନ ମେଳା-୨୦୨୩ ଉଦଯାପିତ । ଗୋଟିଏ ଛାତ ତଳେ ମିଳିଲା ଟୁର୍‌, ଟ୍ରାଭେଲ୍ ଏବଂ ହସ୍ପିଟାଲିଟୀର ସୁବିଧା…

ଭୁବନେଶ୍ୱର : ଓଡିଶାର ଭ୍ରମଣ ଉତ୍ସାହୀମାନଙ୍କ ମଧ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଭାରତରେ ପର୍ଯ୍ୟଟନ ପ୍ରୋତ୍ସାହନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ତିନି ଦିନିଆ ଜାତୀୟ “ପର୍ଯ୍ୟଟନ ମେଳା ୨୦୨୩” ଆୟୋଜିତ ହୋଇଯାଇଛି । ଏଥିରେ ମଧ୍ୟପ୍ରଦେଶ ପର୍ଯ୍ୟଟନ, ଗୁଜୁରାଟ ପର୍ଯ୍ୟଟନ, ରାଜସ୍ଥାନ ପର୍ଯ୍ୟଟନ, ହିମାଚଳ ପ୍ରଦେଶ ପର୍ଯ୍ୟଟନ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟଙ୍କ ଦ୍ୱାରା ସମର୍ଥିତ ବିଭିନ୍ନ ପ୍ରଦର୍ଶନୀ ହୋଇଥିଲା । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ […]

ଓଡିଶା

କେନାଲରେ ପଶିଲା କାର । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ…

କୋରାପୁଟ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା କାର । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ୫ ଜଣ ସାଙ୍ଗ ପିକ୍‌ନିକ୍ କରିବା ପାଇଁ ନୂଆପଡ଼ାରୁ କୋରାପୁଟର ଦେଓମାଳି ଅଭିମୁଖେ ଏକ ସୁଇଫ୍ଟ ଡ଼ିଜାୟର କାର ଯୋଗେ ଯାଉଥିଲେ । ଜୟନ୍ତଗିରି ଜାତୀୟ ରାଜପଥ ୨୬ ନମ୍ବର କେନାଲ ନିକଟରେ ରାସ୍ତାରେ ବଡ଼ ବଡ଼ ଖାଲ ଯୋଗୁଁ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଥିଲା । ତେବେ କେନାଲରେ ଜଳସ୍ତର କମ୍ ଥିବା […]

ଓଡିଶା

୨୩ ବର୍ଷର ସ୍ଥାୟୀ ସରକାରଙ୍କୁ ପ୍ରଶ୍ନ କରୁଛି ମାଟିଘର !

ଢେଙ୍କାନାଳ : ୨୩ ବର୍ଷର ସ୍ଥାୟୀ ସରକାର । ଗରିବ ହିତାଧିକାରୀଙ୍କ ପାଇଁ ପ୍ରଣୟନ ହୋଇଛି ଅନେକ ଯୋଜନା । ହେଲେ ଏଠି କାନ୍ଥ ବି ନିଜ ଦୁଃଖ ବଖାଣୁଛି । ୨୩ ବର୍ଷର ସ୍ଥାୟୀ ସରକାର ତା ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରୁଛି । ଇଂରେଜ ଶାସନ ସମୟରେ ତାର ଯେଉଁ ସ୍ଥିତି ଥିଲା ସ୍ବାଧୀନତାର ଏତେ ବର୍ଷ ପରେ ବି ତାର ସ୍ଥିତି ବଦଳିନି । ସତେ ଯେମିତି ଲାଗୁଛି […]

ଓଡିଶା

ଅଦିନିଆ ବର୍ଷାରେ ଧୋଇଗଲା ସାନ କେଲାର ଗ୍ରାମ ରାସ୍ତାର ପୋଲ…

କୋରାପୁଟ : ଅଦିନିଆ ବର୍ଷାରେ ଧୋଇଗଲା ସାନ କେଲାର ଗ୍ରାମ ରାସ୍ତାର ପୋଲ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମ ପଞ୍ଚାୟତର ସାନ କେଲାର ଗ୍ରାମ ଦେଇଯାଇଥିବା ରାସ୍ତାର ଏକ ପୋଲ ଲଗାତର ବର୍ଷା କାରଣରୁ ଭୁଷୁଡ଼ି ଯାଇଛି । ଫଳରେ ଏହି ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି ।  ଏହି ପୋଲ ଉପରେ ସାନ କେଲାର, ଗୌଡ଼ କେଲାର, ଶୁଣ୍ଢି କେଲାର, ମହୁଲକଣା ଭଳି ପ୍ରାୟ ୨୦ ଟି […]

ଓଡିଶା

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକଙ୍କୁ ସହାୟତା ପ୍ରଦାନ…

ବେଗୁନିଆପଡା : ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୬୦ଟି ବର୍ଗର ଯୋଗ୍ୟ ଶ୍ରମିକ ବିନା ମୂଲ୍ୟରେ ପଞ୍ଜିକୃତ ହୋଇ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କୁ ଏକ ସହାୟତା ଶିବିର କରାଯାଇ ପଞ୍ଜିକୃତ କାର୍ଡ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ବେଗୁନିଆପଡା ବ୍ଲକ ଏସ୍. ଛଚିନାରେ ଆୟୋଜିତ ଶିବିରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା […]