ଓଡିଶା

ଭରତପୁର ଆଦର୍ଶ ଥାନାରେ ଲାଗିଲା ସିସିଟିଭି କ୍ୟାମେରା…

ବ୍ୟୁରୋ ରିପୋର୍ଟ : ଭରତପୁର ଥାନାରେ ଲାଗିଲା ସିସିଟିଭି । ମନିଟରରେ ରେକର୍ଡ ହୋଇଛି ଥାନା ଭିତରର ଦୃଶ୍ୟ । ଏଣିକି ଲୋକମାନେ ଥାନାକୁ ଅଭିଯୋଗ ପାଇଁ ଆସିଲେ ପୁଲିସ ସେମାନଙ୍କ ଅଭିଯୋଗ ଶୁଣୁଛି କି ନାହିଁ, ଥାନାରେ ଲୋକମାନେ ନିର୍ଯାତନାର ଶିକାର ହେଉଛନ୍ତି କି ନାହିଁ ସବୁ ସତ ଜଣାପଡ଼ିବ । ଥାନାରେ ୨୫ଟି ସିସିଟିଭି ଲାଗିବା ପାଇଁ ଯୋଜନା ଥିବା ବେଳେ ଏବେ ମାତ୍ର  ୧୬ଟି ସିସିଟିଭି ଲାଗିଛି । ତେବେ ଖୁବଶୀଘ୍ର ଅବଶିଷ୍ଟ ସିସିଟିଭି ଲାଗିବ […]

ଓଡିଶା

ନକଲି ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସର ଚଢ଼ାଉ…

ସାଲେପୁର, (ଏଫ୍ଟୁଏସ୍ / ଅଭୟ ଜେନା) : ସାଲେପୁର ବ୍ଲକ ତଥା ଜଗତପୁର ଥାନା ଆତୋଡ଼ାଠାରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସ ଓ ଫୁଡ୍ ସେଫଟି ବିଭାଗ ମିଳିତ ଚଢାଉ କରିଛି । ଅତୋଡ଼ା ନିକଟ ମହାନଦୀ ପଠାରେ ଜଙ୍ଗଲିଆ ସ୍ଥାନରେ ରୋହିଣୀ ବ୍ରାଣ୍ଡ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଏହି ଚଢ଼ାଉ କରାଯାଇଥିଲା । ଏହି ନକଲି କାରଖାନାରେ ଚଢ଼ାଉ ସମୟରେ ଖାଇବା ସୋଡ଼ା, ବିଭିନ୍ନ କେମିକାଲସ୍, ଦୂଷିତ ଜଳ ଓ ଲୁଣ ମିଶାଯାଇ କ୍ଷୀର […]

ଓଡିଶା

ଢେଙ୍କାନାଳ ଜିଲ୍ଲା “ଜାଗୃତି” ସ୍ବଧାର ଗୃହରୁ ବାରମ୍ବାର ନାବାଳିକା ନିଖୋଜ, ତଦନ୍ତ ଦାବି କଲା ଆପ୍…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜାଗୃତି ସଂସ୍ଥାରୁ ନିଖୋଜ ତିନି ଜଣ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ସ୍ଥାନରେ ରଖିବା ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ତଦନ୍ତ ପରିସର ଭୁକ୍ତ କରି ଦୋଷୀମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବା ପାଇଁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ଢେଙ୍କାନାଳ ଜିଲ୍ଲା […]

ଓଡିଶା

ଓଡିଶାରେ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମଦିନ ପାଳନ । ସୁଭଦ୍ରାକୁ ନେଇ ଉତ୍ସାହିତ ରାଜ୍ୟବାସୀ…

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାଗତ କରିଥିଲେ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଗାଡକଣ ଅଭିମୁଖେ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀଙ୍କୁ କ୍ଷିରୀ ଖାଇବାକୁ ଦେବେ ମହିଳା । ଗାଡ଼କଣ ଗାଁକୁ ଯିବା ଅବସରରେ ତାଙ୍କୁ ଏହି କ୍ଷିରୀ ଖାଇବାକୁ ଦିଆଯିବ । ପିଏମ୍‌ ଆବାସ ଯୋଜନାର […]

ଓଡିଶା

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍…

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ ଭର୍ଚୁଆଲ୍ ମୋଡରେ କରିଛନ୍ତି । ଆଜି ଦେଶରେ ମୋଟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୋଦି । ସେଥିମଧ୍ୟରେ ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା, ଟାଟାନଗର-ପାଟନା ଏବଂ ଗୟା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଛି। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, […]

ଓଡିଶା

ଘରେ ଘରେ ପହଞ୍ଚିବ ସୁଭଦ୍ରା ଗାଇଡଲାଇନ୍…ରାଜ୍ୟରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ…

ରାଜ୍ୟରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ । ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଭଦ୍ରା ଯୋଜନା ହେଉଛି ଏକ ଯୁଗାନ୍ତକାରୀ ଯୋଜନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର୍ ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ […]

ଓଡିଶା

ପାରଳାଖେମୁଣ୍ଡିରେ ଥିବା ଶୀତଳ ଭଣ୍ଡାର ଶୀତଳ ଅବସ୍ଥାରେ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ । ରାଜ୍ୟ ସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ସକାଶେ ଘୋଷଣା କରିଥିଲେ ସୁଦ୍ଧା ପାରଳାଖେମୁଣ୍ଡିରେ ଥିବା ଶୀତଳ ଭଣ୍ଡାରଟି ଶୀତଳ ଅବସ୍ଥାରେ ପଡି ରହିଛି । ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ, ଯାହା ଫଳରେ ଚାଷୀ ଓ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଛୁଆ ଜିଲ୍ଲା ଭାବେ ପରିଚିତ ଗଜପତିରେ […]

ଓଡିଶା

ଅହମ୍ମଦବକ୍ସ ହାଇସ୍କୁଲ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ…

ସାଲେପୁର, (ଏଫ୍ଟୁଏସ୍ /ଅଭୟ ଜେନା) : ଅହମ୍ମଦବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ବହୁ […]

ଓଡିଶା

ହେ ସରକାର ! ଆମେ କୁଆଡେ ଯିବୁ…

ଢେଙ୍କାନାଳ, (ଏଫ୍ଟୁଏସ୍) ୦୬/୦୭ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଅନ୍ତର୍ଗତ ଧୁବୋଣିନନ୍ଦର ଗ୍ରାମର ଯୁଧିଷ୍ଠିର ସାହୁ ନାମକ ବ୍ୟକ୍ତିଙ୍କ ଘରକୁ ଗତ ୨୬ ତାରିଖ ବୁଧବାର ଦିନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହିନ୍ଦୋଳ ତହସିଲଦାର ଜେସିପି ଲଗାଇ ଭାଙ୍ଗି ଦେବା ଘଟଣାର ସପ୍ତାହେ ପରେ ବି ବିପନ୍ନ ପରିବାରକୁ ଥଇଥାନ କରିବା ତ ଦୂରର କଥା ତହସିଲଦାର ସରକାରୀସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ଦେଇଥିବା ପ୍ରତିଶ୍ରୁତି ଆସ୍ଫଳନ ପାଲଟିଛି । […]

ଓଡିଶା

ଛିଡୁନି ଅଙ୍କ… ଧର୍ମେନ୍ଦ୍ରଙ୍କୁ ମିଳିପାରେ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ…

କିଏ ହେବ ଓଡିଶାର ମୁଖ୍ୟମନ୍ତ୍ରୀ । ଏ ନେଇ ଛିଡିପାରିନି ଅଙ୍କ । ରାଜ୍ୟରେ ପରିବର୍ତ୍ତନର ସ୍ବର ନିଜର ଫଳାଫଳ ପ୍ରଦାନ କରିସାରିଛି । ଏହାରି ଭିତରେ ରାଜ୍ୟର ପ୍ରଗତିର ଭାର କିଏ ଉଠାଇବ ତାକୁ ନେଇ ଚର୍ଚ୍ଚା । ଜୁନ୍‌ ୧୦ ତାରିଖରେ ରାଜ୍ୟବାସୀ ନୂଆ ମୁଖ୍ୟମନ୍ତ୍ରୀ ପାଇବେ ବୋଲି ଆଶା ବାନ୍ଧିଥିଲେ । ମାତ୍ର ଏହି ଆଶାକୁ ପୂରଣ ହେବାକୁ ଆଉ କିଛି କ୍ଷଣ ଅପେକ୍ଷା କରିବାକୁ ପଡିପାରେ । କାରଣ ଓଡ଼ିଶାର ନୂଆ […]