ଓଡିଶା ମନୋରଞ୍ଜନ

‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବଲିଉଡ୍‌ ଫିଲ୍ମ ପ୍ରଯୋଜିକା ଏକତା କପୁର । ରାଜ୍ୟ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘ଦି ସାବରମତୀ ରିପୋର୍ଟ’ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିସହ ରାଜ୍ୟ ସରକାର ‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସତ୍ୟକୁ ସବୁଦିନ ପାଇଁ ଲୁଚାଇ ରଖାଯାଇ ପାରିବ ନାହିଁ । ଗଣମାଧ୍ୟମ ଦେଖାଉଥିବା କଥା ଯେ ସବୁବେଳେ ସତ୍ୟ ତାହା ଯଥାର୍ଥ ନୁହେଁ […]

ଓଡିଶା

କାହା ସ୍ୱାର୍ଥରେ ମନରେଗା ଜନଶୁଣାଣୀ ?

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଭାରତ ସରକାରଙ୍କର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠାଇଛନ୍ତି ଗାଁ ସାଥି ସଂଘ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଜନ ଶୁଣାଣିରେ ଗାଁ ସାଥୀ(ମେଟ୍), ଜବ୍ କାର୍ଡ ଧାରୀମାନଙ୍କୁ ନ ଡାକି ସରକାରୀ ଚାକିରି କରିଥିବା ଗ୍ରାମ ରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ସହକାରୀ କନିଷ୍ଠ ଯନ୍ତ୍ରୀ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା […]

ଓଡିଶା

କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍: ୩ ଆହତ, ୨ଅଟକ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ପଞ୍ଚୁକୋଟ ଗ୍ରାମରେ ସ୍କୁଲ ଛାତ୍ରୀକୁ କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍ । ଫଳରେ ଉଭୟ ପକ୍ଷରୁ ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଦୁଇଟି ବାଇକକୁ ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଉଭୟପକ୍ଷରୁ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଘଟଣାରୁ ପ୍ରକାଶ ଯେ, ପଞ୍ଚୁକୋଟ ଗ୍ରାମର ପଲେଇ ମାର୍ଥାଙ୍କ ଅଷ୍ଟମଶ୍ରେଣୀ ଝିଅକୁ ସେହି ଗ୍ରାମର ପ୍ରଧାନ […]

ଓଡିଶା

ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ବ୍ୟତିକ୍ରମ । ୟୁଟୁବ ଏବଂ ଫେସବୁକ୍ ପ୍ରେମରେ ବାଇ ଉଚ୍ଚ ପଦସ୍ଥ ଅଧିକାରୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୧୧ଟି ବିଭିନ୍ନ ଅଭିଯୋଗପତ୍ର ପଞ୍ଜିକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୦୦ଟି ବ୍ୟକ୍ତିଗତ, ୨ଟି ଗୋଷ୍ଠୀ ସମସ୍ୟା, ୩ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, ୬ଟି ରେଡକ୍ରସ୍ ସମ୍ବନ୍ଧୀୟ ଅଭିଯୋଗ ରହିଥିଲା । ସେଥିମଧ୍ୟରୁ ୨୯ଟି ଅଭିଯୋଗର ଆପୋସ ଫଇସଲା ହୋଇଥିଲା । ରେଡକ୍ରସ୍ ଓ ମୁଖ୍ୟମନ୍ତ୍ରୀ ରିଲିଫି […]

ଓଡିଶା

ସରକାରଙ୍କ ସ୍ଥାୟୀ ଚାକିରି, ଅନ୍ୟମାନଙ୍କୁ ପଚାରେ କିଏ ?

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : ବାବୁ ଆମର ସରକାରୀ ଚାକିରିଆ । ତେଣୁ କାମ ନ କଲେ ମଧ୍ୟ ଖାତିର ନାହିଁ । ଲୋକଙ୍କ ସମସ୍ୟା ଯାଉ ଚୁଲି ମୁଣ୍ଡକୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ନିୟୋଜିତ ଥିବା ବିଏଲସି ମହୋଦୟଙ୍କ ନିକଟରେ । କାର୍ଯ୍ୟ ସମୟରେ ଲୋକଙ୍କ ସମସ୍ୟାକୁ ଗ୍ରହଣ ନ କରି ମୋବାଇଲରେ ବ୍ୟସ୍ତ ଥିଲେ ସରକାରୀ ବାବୁ । ଏ ନେଇ କାର୍ଯ୍ୟାନୁଷ୍ଠାନ […]

ଓଡିଶା

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ସୋସିଆଲ ମିଡିଆ ଏକ୍ସରେ ‌ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଏହି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା ।“ ଏହି ଅବସରରେ ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ […]

ଓଡିଶା

ପ୍ରଥମ ପର୍ଯ୍ୟାୟରେ ପାଇଥିଲେ ୨୫ ଲକ୍ଷ, ଏବେ ପାଇଲେ ୩୫ ଲକ୍ଷ ସୁଭଦ୍ରା ହିତାଧିକାରୀ…

ସନ୍ଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ବାରିପଦାରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ […]

ଓଡିଶା

କଳାକାରଙ୍କୁ ମିଳୁନି ସେମାନଙ୍କର ପ୍ରାପ୍ୟ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି…

ମୁଁ ବି କଳାକାର, ମୋର ଦୁଃଖ ସଂସ୍କୃତି ବିଭାଗ କେବେ ବୁଝିବ ?ବାଲେଶ୍ୱର, (ଏଫ୍ଟୁଏସ୍) : କଳାକାରମାନଙ୍କ ସୁବିଧା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତିଆରି କରିଥିଲା ଅନଲାଇନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ବ୍ୟବସ୍ଥା CTMS । ଏହାଦ୍ୱାରା ସମସ୍ତ ବର୍ଗର କଳାକାର ଘରେ ବସି କାମ ପାଇବାର ସୁଯୋଗ ପାଇବା ସହ କାର୍ଯ୍ୟକ୍ରମ ପରିବେଷଣର ୧୫ ଦିନ ଭିତରେ ସେମାନଙ୍କର ପ୍ରାପ୍ୟ ପାଇବାର ବ୍ୟବସ୍ଥା ରହିଥିଲା । ଏହି ବ୍ୟବସ୍ଥା ଏତେ […]

ଓଡିଶା

ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ମୋହନ ଛାଟ କେବେ ?

ପ୍ରଶ୍ନ କଲେ AICWC ର ରାଜ୍ୟ ଉପସଭାପତିକନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବିଭାଗରେ ଦୀର୍ଘ ବର୍ଷ ଧରି ଗାଦି ମାଡି ବସିଥିବା ଦୁର୍ନୀତିଖୋର ଅଧିକାରୀଙ୍କ ବଦଳି କେବେ ବୋଲି ପ୍ରଶ୍ନ କରିଛନ୍ତି AICWCର ରାଜ୍ୟ ଉପସଭାପତି କୁନା ଦିଗାଲ । କନ୍ଧମାଳ ଜିଲ୍ଲା ହେଉଛି ଏକ ଆଦିବାସୀ ପ୍ରବଣ ଜିଲ୍ଲା । ଦୁର୍ନୀତିଖୋର ଅଧିକାରୀଙ୍କ ପାଦୁର୍ଭାବ ଯୋଗୁଁ ଅନେକ ସମୟରେ ଜିଲ୍ଲାର ବହୁ ଗରିବ ନିରୀହ ଜନ ସାଧାରଣ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ […]

ଓଡିଶା

କୋଦଳା ଏନ୍ଏସି ଅଧ୍ୟକ୍ଷ ଓ ସରକାରୀ ଅଧିକାରୀଙ୍କୁ ବଦନାମ କରୁଛନ୍ତି କାଉନସିଲର !

ସାମ୍ବାଦିକ ସମ୍ମିଳନୀ କରି କାଉନସିଲରଙ୍କ ଉପରେ ବର୍ଷିଲେ ଅଧ୍ୟକ୍ଷ  ବେଗୁନିଆପଡା, (ଏଫ୍ଟୁଏସ୍ / ବାପୁନି କୁମାର ମାଲୁ) : ଦୀର୍ଘ ଦିନ ଧରି କୋଦଳା ଏନଏସିର ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭଗବାନ ପାଢୀ ଉଦ୍ଦେଶ୍ୟମୂଳକ ଭାବେ ଏନ୍ଏସିର ମହିଳା ଯନ୍ତ୍ରୀ, ସରକାରୀ କର୍ମଚାରୀ ଓ ଅଧ୍ୟକ୍ଷଙ୍କୁ ବଦନାମ କରି ଚାଲିଛନ୍ତି । ଦୁର୍ନୀତି ସଂପର୍କରେ କୌଣସି ତଥ୍ୟ ପ୍ରମାଣ ନଥାଇ ସୋସିଆଲ ମିଡିଆରେ ଅଧ୍ୟକ୍ଷ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ମିଥ୍ୟା ଖବର ପରିବେଷଣ କରୁଛନ୍ତି କାଉନସିଲର […]