ଓଡିଶା

ରାଜନୈତିକ ପଶାପାଲିରେ ହନ୍ତସନ୍ତ ହିତାଧିକାରୀ…

• ହିନ୍ଦୋଳରେ ପୁଣି ରାସନ ତାତି• ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ରାଜ୍ୟ ସରକାର ଗରିବ ପରିବାରକୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଇ ଦେଉଛନ୍ତି । ସେଥିପାଇଁ ଗ୍ରାମ ଗୁଡିକରେ ରାସନ ସାମଗ୍ରୀ ବିତରଣ କେନ୍ଦ୍ର ଖୋଲାଯାଇ ଲୋକମାନଙ୍କୁ ସୁବିଧାରେ ଚାଉଳ ଯୋଗାଇ ଦିଆଯାଉଅଛି । ତେବେ ହୀନ ରାଜନୀତି କରି ନିଜ ସମର୍ଥକଙ୍କ ଦ୍ୱାରା ଅଭିଯୋଗ କରାଇ ଯୋଗାଣ ବିଭାଗକୁ ହାତବାରିଶୀ କରି ହିନ୍ଦୋଳ ଉପଖଣ୍ଡରେ […]

ଓଡିଶା

ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ପଡିବ: ଉପ-ମୁଖ୍ୟମନ୍ତ୍ରୀ

• ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା• ପୋଷଣ ସମ୍ବନ୍ଧରେ ଓଡ଼ିଶାର କୋଣ ଅନୁକୋଣ ଜନସଚେତନତା ସୃଷ୍ଟି କରିବା ଉପରେ ପ୍ରାଧାନ୍ୟଭୁବନେଶ୍ୱର, (ଫ୍ରିଟୁସ୍ପିକ୍) : ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଶେଷକରି ରାଜ୍ୟକୁ କୁପୋଷଣ ମୁକ୍ତ […]

ଓଡିଶା

ଅସହାୟ ମମତାର ଦୁଃଖ, ଗୁହାରୀ ଶୁଣ ମୋହନ ସରକାର…

ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅସହାୟ ମମତାର ଦୁଃଖଭରା କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯିବ । ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଂଚାୟତର କରାବିରା ଗାଁ ଓ ଅନୁଗୁଳ ବ୍ଲକ ବଡ଼କନ୍ତୋକୂଳ ପଂଚାୟତର ସୀମାନ୍ତବର୍ତ୍ତୀ ଖୋଲ ଗାଁରେ ସାବତ ମା ସହ ବାସ କରନ୍ତି ବାପ-ମା ଛେଉଣ୍ଡ ସ୍ୱର୍ଗତ ନବୀନା ବେହେରାଙ୍କ ଝିଅ ମମତା ବେହେରା (୧୬) । ଦଶବର୍ଷ ତଳୁ ମମତାଙ୍କ ବାପା […]

ଓଡିଶା

ଚଳିତ ମାର୍ଚ୍ଚ ସୁଦ୍ଧା ଢେଙ୍କାନାଳରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୫୦

ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସହର ମଧ୍ୟରେ ବେପରୁଆ ଗାଡ଼ି ଚାଳନା, ସହର ମଧ୍ୟରେ ରାସ୍ତାରେ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି, ମଦ୍ୟପ ଚାଳକମାନଙ୍କ ଯାଞ୍ଚ, ଜାତୀୟ ରାଜପଥରେ ପ୍ରମୁଖ ଛକମାନଙ୍କରେ ସଠିକ ସୂଚନା ଫଳକ ଲଗାଯିବା, ଯାତ୍ରୀ ବାହୀ ବସଗୁଡ଼ିକରେ ପାନୀୟ ଜଳ ଏବଂ […]

ଓଡିଶା

ଅସ୍ମିତାର ସ୍ୱର କେତେ ସଫଳ ? ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀକୁ ଭୁଲିଗଲା ଓଡ଼ାପଡା ବ୍ଲକ ପ୍ରଶାସନଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ପୁରା ଦେଶ ଓଡ଼ିଆ ସ୍ୱଭିମାନର ପ୍ରତୀକ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ପାଳନ କରୁଥିବାବେଳେ ଓଡାପଡା ବ୍ଲକ ପ୍ରଶାସନ ଭୁଲି ଯାଉଛି ମହାପୁରୁଷଙ୍କୁ । ଓଡ଼ିଆ ଅସ୍ମିତା ସରକାରରେ ଏମିତି ହେଉଛି ମହାପୁରୁଷଙ୍କୁ ଅସମ୍ମାନ । ଏପରିକି ବ୍ଲକ ପ୍ରଶାସନକୁ ଫୁଲ ମାଳଟିଏ ବି ମିଳିଲାନି ଓଡ଼ିଆ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କୁ ସମ୍ବୋଧିତ କରିବାକୁ । ସୂଚନା ଥାଉକି […]

ଓଡିଶା

ଚିଟଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ…

ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦୁଇ ଥର ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିବା ନେଇ ପ୍ରକାଶ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୯୯୦ ଓ ୨୦୦୨ ମସିହାରେ ଦୁଇଥର ଚିଟଫଣ୍ଡ୍ ସଂସ୍ଥା ଦ୍ବାରା ଠକେଇର ଶିକାର ହୋଇଥିଲେ । ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥାରେ ଠକେଇରେ ଶିକାର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । […]

ଓଡିଶା

ଅନ୍ଧାର ରାତ୍ରିରେ ଚାଲିଛି ରାସ୍ତା କାମ, ଦୁର୍ନୀତିର ନୂଆ ତରିକା…

ବ୍ୟାପକ ଅନିୟମିତତା ସହ ନିମ୍ନମାନର କାମ, ଅଭିଯୋଗ କଲେ ମିଳୁଛି ଧମକଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ବ୍ୟାପକ ଅନିୟମିତତା ଭିତରେ ଚାଲିଛି ରାସ୍ତାକାମ । କାର୍ଯ୍ୟସ୍ଥଳରେ ରହୁନାହାନ୍ତି ବିଭାଗୀୟ ଅଧିକାରୀ । ସେପଟେ କାମର ସଠିକ ତଦାରଖ ହେଉନଥିବାବେଳେ ସାଧାରଣ ଲୋକଟିଏ ପ୍ରତିବାଦ କଲେ ଦାଦାଗିରି କରି ଲୋକଙ୍କ ମୁହଁକୁ ଚୁପ କରିଦେଉଛି ଠିକା ସଂସ୍ଥା । ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ଢ଼ଳେଇରେ ମିଶାଯାଉଛି କମ୍ପାନୀ ପାଉଁଶ । ଏହାସହ ସିମେଣ୍ଟ ବାଲିର […]

ଓଡିଶା

ମହିଳାଙ୍କୁ ବ୍ଲାକମେଲ୍ କରି ଜେଲ ଗଲେ ପ୍ରତାରକ ଯୁବକ…

ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ଜଣେ ବିବାହିତା ମହିଳାଙ୍କ ସହ ପ୍ରଥମେ ସଂପର୍କ ସ୍ଥାପନା କରିବା ଓ ପରେ ସୋସିଆଲ ମିଡିଆରେ ଫୋଟୋ ଭାଇରାଲ୍ କରି ବ୍ଲାକମେଲ୍ କରିବା ମହଙ୍ଗା ପଡ଼ିଛି ଯୁବକଙ୍କୁ । ଶେଷରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି । ଗିରଫ ଯୁବକ ଜଣଙ୍କ କଟକ ମାହାଙ୍ଗା ଥାନା ମଲ୍ଲିପୁରା ଗ୍ରାମର ଶିବାନନ୍ଦ ସ୍ୱାଇଁ । ଶିବାନନ୍ଦ ସେହି ମାହାଙ୍ଗା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ପ୍ରଥମେ ସଂପର୍କ […]

ଓଡିଶା

ଇଣ୍ଟରନେଟ୍ ଯୁଗରେ ନେଟୱାର୍କ ପାଇଁ ସମସ୍ୟା, ମୌଳିକ ସୁବିଧାରୁ ବଞ୍ଚିତ ବାଗୁଲୀ ଗ୍ରାମବାସୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗୁଲୀ ଗ୍ରାମ । ଏହି ଗ୍ରାମର ଦୂରାବସ୍ଥା ସମ୍ପର୍କରେ ନ କହିବା ଭଲ । ଦିନେ ନଗଡା ସମଗ୍ର ବିଶ୍ୱରେ ଓଡ଼ିଶାର ଛବିକୁ ଏକ ଗରିବ ରାଜ୍ୟର ମାନଦଣ୍ଡ ଉପରେ ଦଣ୍ଡାୟମାନ କରିଥିଲା । ଆମ ରାଜ୍ୟ ଆସନ୍ତା ୨୦୩୬ ବେଳକୁ ବିକଶିତ ରାଜ୍ୟର ଦୌଡରେ ସାମିଲ ହେବାର ସ୍ୱପ୍ନ ଦେଖୁଛି । କିନ୍ତୁ ବାଗୁଲୀ ଗ୍ରାମର […]

ଓଡିଶା

୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଆପଣ ପ୍ୟାକେଟ୍ କ୍ଷୀର କିଣି ଖାଉଛନ୍ତି କି ? ହୁସିଆର ! କ୍ଷୀରରେ ହେଉଛି ଅପମିଶ୍ରଣ । ଏକ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର । ଆଉ ସେଥିରେ ମିଶୁଛି ଏକ୍ସପରୀ ସାକାରିନ୍ । ଆପଣ ଚାହିଁଲେ ବି କୌଣସି ଉପାୟରେ ଜାଣି ପାରିବେ ନାହିଁ, ଏହା ଅସଲି କି ନକଲି । କ୍ଷୀର ପରି ବାସ୍ନା ଏବଂ କ୍ଷୀରର ସ୍ୱାଦ ରହିଥିଲେ ମଧ୍ୟ ତାହା ଯେ କୌଣସି […]