ଓଡିଶା ମନୋରଞ୍ଜନ

ତୃତୀୟ ସପ୍ତାହରେ “ତ୍ରିକନ୍ୟା”…

ଭୁବନେଶ୍ୱର, ୨୨/୩ : ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ନିଦେ୍ର୍ଦଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ତ୍ରିକନ୍ୟା” ବିଶ୍ୱ ମହିଳା ଦିବସ ରେ ମୁକ୍ତିଲାଭ କରିଥିବା ବେଳେ ସଫଳତାର ସହ ୩ ସପ୍ତାହରେ ପହଁଚିସାରିଛି । ନିଦେ୍ର୍ଦଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀକୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି । ତ୍ରିକନ୍ୟାର କାହାଣୀ ସମ୍ପୂର୍ଣ୍ଣ ନିଆରା […]

ଓଡିଶା ମନୋରଞ୍ଜନ

ରିଲିଜ୍ ହେଲା ‘ସିନ୍ଦୂରା’ ର ଟ୍ରେଲର୍….

ଭୁବନେଶ୍ବର : ପିପିଏଲ୍ ଓଡ଼ିଆ ତରଫରୁ ଅୟୋଜିତ ‘ପ୍ରେରଣା-୨୦୨୪’ କାର୍ଯ୍ୟକ୍ରମରେ ରିଲିଜ୍ ହେଲା ସୁପରହିଟ୍ ଓଡ଼ିଆ ସିନେମା ‘ସିନ୍ଦୂରା’ ର ଟ୍ରେଲର୍ । ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ନିଚ୍ଛକ କାହାଣୀ ଦର୍ଶକଙ୍କୁ ଭେଟି ଦେଇ ଅନେକ ପ୍ରଶଂସା ସାଉଁଟିବାକୁ ଯାଉଛି ଚଳଚ୍ଚିତ୍ର ‘ସିନ୍ଦୂରା’ । ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ଦ୍ଵାରା ପ୍ରଯୋଜିତ ଏହି ସିନେମାର ଟ୍ରେଲର ଦେଖି ଫିଲ୍ମ ଦେଖିବା ପାଇଁ ମନ ବଳାଇଛନ୍ତି ଉପସ୍ଥିତ ଥିବା ଦର୍ଶକ ମଣ୍ଡଳୀ । ଚାଷରେ […]

ଓଡିଶା ମନୋରଞ୍ଜନ

ଭାଲେଣ୍ଟାଇନ୍ ୱିକରେ ପରଦାକୁ ଆସିବ “ଆଶିକ୍ ସରେଣ୍ଡର ହେଲା”…

ଭୁବନେଶ୍ୱର, ୨/୨ (ଅଭିଜିତ୍ ସିଂ) : ଭାଲେଂଟାଇନ୍ ୱିକରେ ଓଡିଆ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଦେଇଛି ବିଶ୍ୱାସ ପ୍ରଡକସନ୍ସ । ପ୍ରେମୀ ଯୁଗଳଙ୍କ ଭାଲେଂଟାଇନ୍ ହେବ ଉତ୍ସବ ମୁଖର । ଓଡ଼ିଆ ଫିଲ୍ମ ଆଶିକ୍ ସରେଣ୍ଡର ହେଲା ଖୁବ୍ ଶୀଘ୍ର ପରଦାକୁ ଆସିବ ତାହା ପୁଣି ଭେଂଟାଇନ୍ ୱିକରେ । ସିନେମାର କାହାଣୀ ସମ୍ପୂର୍ଣ୍ଣ ରୋମାଂଟିକ ହୋଇଥିବା ବେଳେ ଭାଲେଂଟାଇନ ୱିକରେ ଏହା ରିଲିଜ୍ ହେବ ବୋଲି ପ୍ରକାଶ କରିଛନ୍ତି ଫିଲ୍ମର ନିର୍ମାତା ରାଜା […]

ଓଡିଶା ମନୋରଞ୍ଜନ

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଦଶମର ଅଡିଓ…

ଭୁବନେଶ୍ୱର, ୧୬/୧ (ଅଭିଜିତ୍ ସିଂ) : ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲଠାରେ ଓଡିଶାର ପ୍ରଥମ ମ୍ୟୁଜିକାଲ ଚଳଚ୍ଚିତ୍ର “ଦଶମ” ର ମ୍ୟୁଜିକ୍ ଲଂଚ ଇଭେଣ୍ଟ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗ ଦେଇଥିଲେ । ଦଶମ ଚଳଚ୍ଚିତ୍ରରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠ ସ୍ୱରର ଯାଦୁ ଶ୍ରୋତାଙ୍କୁ ବିମୋହିତ କରିବ । ଗୋଟିଏ ପରେ ଗୋଟିଏ ହିଟ୍ ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ରାଜା ଡି ଙ୍କର ଏକ ନିଆରା […]

ଓଡିଶା ମନୋରଞ୍ଜନ

ନୂଆବର୍ଷରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭’…

ଭୁବନେଶ୍ୱର, ୨୬/୧୨ (ଅଭିଜିତ୍ ସିଂ) : ସାଇ ଲୁମ୍ବିନୀ ପ୍ରଡ଼କସନ୍ସରେ ନିର୍ମିତ ସିନେମା “ଅପରେସନ୍ ୧୨/୧୭ ସାଇ ଶରଣଂ’ ର ଅଡିଓ ରିଲିଜ୍ ରାଜଧାନୀର ଚଳଚଂଚଳ ୨ ନମ୍ବର ମାର୍କେଟ ବିଲଡିଂ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ରାଜ୍ୟ ପ୍ଲାନିଂ ବୋର୍ଡ ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ଉନ୍ମୋଚନ କରିଥିଲେ । “ଅପରେସନ ୧୨/୧୭” ଏକ ବିଗ୍ ବଜେଟର ସିନେମା ହୋଇଥିବା ବେଳେ ଏହାର ପ୍ରଯୋଜନା […]

ଓଡିଶା ମନୋରଞ୍ଜନ

ଧର୍ମପଦର ସତ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର…

ଭୁବନେଶ୍ୱର, ୨୩/୧୧ (ଅଭିଜିତ୍ ସିଂ) : ‘୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ’, ଏ ଉକ୍ତିଟି ଶୁଣିଲେ ଧର୍ମପଦ କଥା ମନେ ପଡ଼ିଯାଏ । ଇତିହାସରେ ପ୍ରଥମ ସହୀଦର ମାନ୍ୟତା ପାଇଥିବା ଧର୍ମପଦ – କେବଳ ଜଣେ ୧୨ ବର୍ଷର ପିଲାର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଜାତି, କଳା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ ଯାହା ଆଜି କୋଣାର୍କ ମନ୍ଦିର ରୂପେ ଠିଆ ହୋଇଛି । ୧୨୦୦ କାରିଗରଙ୍କ ଜୀବନ […]

ଓଡିଶା ବ୍ୟବସାୟ

ନୂଆ ରୂପରେ ପୁଣି ଖୋଲିଲା ‘ଶିଶା’ ରେଷ୍ଟୁରାଣ୍ଟ…

ଭୁବନେଶ୍ବର (୧୯/୧୧) : ଖୁବ୍ କମ୍ ଦିନରେ ଖାଦ୍ୟପ୍ରେମୀଙ୍କ ପସନ୍ଦର ଠିକଣା ପାଲଟିଥିବା SESHA ‘ଶିଶା’ ରେଷ୍ଟୁରାଣ୍ଟ ନୂଆ ରୂପରେ, ନୂଆ ସାଜସଜ୍ଜାରେ ରି-ଓପନିଂ ହୋଇଛି । ଇନଫୋସିଟି ଗାଲାକ୍ସିଆ ଗାର୍ଡେନ ନିକଟରେ ଥିବା ଏହି ରେଷ୍ଟୁରାଣ୍ଟର ରି-ଓପନିଂ କାର୍ଯ୍ୟକ୍ରମରେ ଓଲିଉଡ୍ କଳାକାରମାନେ ଯୋଗ ଦେଇଥିଲେ । ଆସନ୍ତା ୨୪ ତାରିଖରେ ରିଲିଜ୍ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆପଣ ମାନେ ଖୁସୀ ତ?’ ର ପୁରା ଟିମ୍ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ […]

ଓଡିଶା ମନୋରଞ୍ଜନ

ରିଲିଜ ହେଲା ସ୍ବର୍ଗତ ରାଇମୋହନଙ୍କ ଶେଷ ଚଳଚ୍ଚିତ୍ର “ଓଁ ସ୍ୱାହା”ର ଅଡିଓ…

ଭୁବନେଶ୍ବର : ସିଆର୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏଲ୍.ଟି ପ୍ରଡ଼କସନ୍ ସହଯୋଗିତାରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ୍. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର “ଓଁ ସ୍ୱାହା”ର ଅଡିଓ ରିଲିଜ ହୋଇଯାଇଛି । ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର ବାରିକଙ୍କ ରଚିତ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର । ଏଥିରେ କଣ୍ଠଦାନ କରିଛନ୍ତି ଓଲିଉଡ଼ର ନାମୀଦାମୀ କଳାକାର ହ୍ୟୁମାନ ସାଗର, ଇରା ମହାନ୍ତି, କୁଲଦୀପ ପଟ୍ଟନାୟକ […]

ଓଡିଶା ମନୋରଞ୍ଜନ

ସଙ୍ଗୀତ ହିଁ ଥିଲା ଖୋକା ଭାଇଙ୍କ ପରିଚୟ । ଲୋକଙ୍କ ହୃଦୟରେ ଘର କରିବ “ଖୋକା ଭାଇ ତମ ପାଇଁ” …

ଭୁବନେଶ୍ୱର : ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତି ନୁହନ୍ତି । ସେ ହେଉଛନ୍ତି ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’ ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ଆମମାନଙ୍କ ଭିତରେ ଜୀବିତ । ଅକ୍ଷୟ ମହାନ୍ତିଙ୍କ ସ୍ବର୍ଣ୍ଣିମ ଇତାହାସର ଯାତ୍ରାକୁ ନେଇ କୁହୁ ସିନେ ଫ୍ଲିକ୍ସ ଭଦ୍ର ମୋସନ ଷ୍ଟୁଡିଓର […]

ଓଡିଶା ମନୋରଞ୍ଜନ

ଚଳଚ୍ଚିତ୍ର “ସମ୍ପର୍କ, ଛାଇ ଆଲୁଅର” ଶୁଭ ମହୁରତ ଅନୁଷ୍ଠିତ…

ଭୁବନେଶ୍ବର : ଜେଜେଏନଜେ ଦ୍ବାରା ପ୍ରସ୍ତୁତ ଚଳଚ୍ଚିତ୍ର “ସମ୍ପର୍କ, ଛାଇ ଆଲୁଅର” ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଦୁଇ ଜଣ କର୍କଟ ରୋଗୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଚଣ୍ଡୀ ପରିଜା । ଅଭିଜିତ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତି ସ୍ବୟଂ ପାଢୀ, ସତ୍ୟଜିତ ପ୍ରଧାନ, ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ଶୁଭଲକ୍ଷ୍ମୀ ଦାସ ଏବଂ ସ୍ବର୍ଣ୍ଣମୟୀ । […]