ଓଡିଶା

ଫେବୃୟାରୀ ୨ରେ ପରଦାକୁ ଆସିବ “ଶାନ୍ତି ଆପାର୍ଟମେଣ୍ଟ’…

ଭୁବନେଶ୍ୱର, ୨୧/୧ (ଅଭିଜିତ୍ ସିଂ) : ଭିନ୍ନ ଏକ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ର ମ୍ୟୁଜିକ ଓ ଟ୍ରେଲର ରିଲିଜ୍ ହୋଇଯାଇଛି । ସିନେମାରେ ରହସ୍ୟ, ରୋମାଂଚ ଭରି ରହିବା ସହ ଏହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ନିଦେ୍ର୍ଦଶକ ଅଶ୍ୱିନୀ ତ୍ରିପାଠୀ କହିଛନ୍ତି । ବିକ୍ରମ ଶଙ୍କରଙ୍କ ପ୍ରଯୋଜିତ ଚଳଚ୍ଚିତ୍ରରେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ । ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ ସହିତ ନିଦେ୍ର୍ଦଶନାର […]

ଓଡିଶା ମନୋରଞ୍ଜନ

ନୂଆବର୍ଷରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭’…

ଭୁବନେଶ୍ୱର, ୨୬/୧୨ (ଅଭିଜିତ୍ ସିଂ) : ସାଇ ଲୁମ୍ବିନୀ ପ୍ରଡ଼କସନ୍ସରେ ନିର୍ମିତ ସିନେମା “ଅପରେସନ୍ ୧୨/୧୭ ସାଇ ଶରଣଂ’ ର ଅଡିଓ ରିଲିଜ୍ ରାଜଧାନୀର ଚଳଚଂଚଳ ୨ ନମ୍ବର ମାର୍କେଟ ବିଲଡିଂ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ରାଜ୍ୟ ପ୍ଲାନିଂ ବୋର୍ଡ ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ଉନ୍ମୋଚନ କରିଥିଲେ । “ଅପରେସନ ୧୨/୧୭” ଏକ ବିଗ୍ ବଜେଟର ସିନେମା ହୋଇଥିବା ବେଳେ ଏହାର ପ୍ରଯୋଜନା […]

ଓଡିଶା ମନୋରଞ୍ଜନ

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ‘ବାରଙ୍ଗ ୧୯୯୯’…

ଭୁବନେଶ୍ୱର, ୨୧/୧୨ (ଅଭିଜିତ୍ ସିଂ) : ‘କଞ୍ଚା ଲଙ୍କା’ ର ନୂତନ ୱେବ୍ ସିରିଜ୍, ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ମହାଗାଥାକୁ ନିଦେ୍ର୍ଦଶନା ଦେଇଛନ୍ତି ଯୁବ ନିଦେ୍ର୍ଦଶକ ଅଜୟ ପାଢ଼ୀ । ୭ ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ ଦର୍ଶାଇବ ।ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍ ସିରିଜ୍ ନୁହେଁ […]

ଓଡିଶା ମନୋରଞ୍ଜନ

ରିଲିଜ୍ ହେଲା ‘ଡ଼ିଅର୍ ପୁରୁଷ’ ସିନେମାର ଅଡିଓ…

ଭୁବନେଶ୍ୱର, ୨୧/୧୨ (ଅଭିଜିତ୍ ସିଂ) : ଭୁବନେଶ୍ୱରସ୍ଥିତ ନୋ ଲିମିଟ କ୍ଲବରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ର ସମସ୍ତ କାଷ୍ଟ ଏବଂ କ୍ରୁ ମେମ୍ବର୍ସଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ସିନେମାର ଅଡିଓ ରିଲିଜ୍ ସମାରୋହ । ସମାଜରେ ନାରୀ-ପୁରୁଷର ସମ୍ପର୍କ ତଥା ଏଥିରେ ପୁରୁଷ ସାମ୍ନା କରୁଥିବା ଆହ୍ୱାନ ସହ ହାସ୍ୟରସକୁ ନେଇ ସମୃଦ୍ଧ ହୋଇଥିବା ଏହି ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ରେ ୬ ଜଣ ଦମ୍ପତ୍ତିଙ୍କ ଜୀବନଯାତ୍ରା ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ । […]

ଓଡିଶା ମନୋରଞ୍ଜନ

ରିଲିଜ ହେଲା ସ୍ବର୍ଗତ ରାଇମୋହନଙ୍କ ଶେଷ ଚଳଚ୍ଚିତ୍ର “ଓଁ ସ୍ୱାହା”ର ଅଡିଓ…

ଭୁବନେଶ୍ବର : ସିଆର୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏଲ୍.ଟି ପ୍ରଡ଼କସନ୍ ସହଯୋଗିତାରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ୍. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର “ଓଁ ସ୍ୱାହା”ର ଅଡିଓ ରିଲିଜ ହୋଇଯାଇଛି । ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର ବାରିକଙ୍କ ରଚିତ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର । ଏଥିରେ କଣ୍ଠଦାନ କରିଛନ୍ତି ଓଲିଉଡ଼ର ନାମୀଦାମୀ କଳାକାର ହ୍ୟୁମାନ ସାଗର, ଇରା ମହାନ୍ତି, କୁଲଦୀପ ପଟ୍ଟନାୟକ […]

ଓଡିଶା ମନୋରଞ୍ଜନ

ସଙ୍ଗୀତ ହିଁ ଥିଲା ଖୋକା ଭାଇଙ୍କ ପରିଚୟ । ଲୋକଙ୍କ ହୃଦୟରେ ଘର କରିବ “ଖୋକା ଭାଇ ତମ ପାଇଁ” …

ଭୁବନେଶ୍ୱର : ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତି ନୁହନ୍ତି । ସେ ହେଉଛନ୍ତି ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’ ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ଆମମାନଙ୍କ ଭିତରେ ଜୀବିତ । ଅକ୍ଷୟ ମହାନ୍ତିଙ୍କ ସ୍ବର୍ଣ୍ଣିମ ଇତାହାସର ଯାତ୍ରାକୁ ନେଇ କୁହୁ ସିନେ ଫ୍ଲିକ୍ସ ଭଦ୍ର ମୋସନ ଷ୍ଟୁଡିଓର […]

ଓଡିଶା ମନୋରଞ୍ଜନ

ସ୍ବର୍ଗତଃ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର “କର୍ତ୍ତବ୍ୟ”…

ଭୁବନେଶ୍ବର : ମୁକ୍ତିଲାଭ କଲା ସ୍ବର୍ଗତଃ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର “କର୍ତ୍ତବ୍ୟ” । ଏହି ଚଳଚ୍ଚିତ୍ର କେବଳ ସ୍ବର୍ଗତ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ନବାଗତ ସ୍ବର୍ଗତ ସତ୍ୟଙ୍କ ମଧ୍ୟ ଏହା ହେଉଛି ଶେଷ ଚଳଚ୍ଚିତ୍ର । ଦୁଃଖର କଥା ଦୁହେଁ ଏହି ଚଳଚ୍ଚିତ୍ରରେ ଓକିଲ ଚରିତ୍ରରେ ଅଭିନୟ କରିଥିଲେ । ତେବେ କରୋନା ହିଁ ଦୁହଁଙ୍କ ଜୀବନରେ ଯବନିକା ପକାଇଥିଲା । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶ୍ରୀ ଜଗନ୍ନାଥ ମୁଭିଜର ପ୍ରଥମ […]

ଓଡିଶା ମନୋରଞ୍ଜନ

ରିଲିଜ୍ ହେଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ । ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ୟାବ୍ ଡ୍ରାଇଭର୍ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର…

ଭୁବନେଶ୍ୱର : ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ପ୍ରଥମ ଥର ପାଇଁ ରିଲିଜ୍ ହେଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ । ଜିତେଶ କୁମାର ପରିଡାଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଟି’ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଗ୍ରାମର କାହାଣୀ । ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ପଛର ଦୁଃଖ ଏବଂ ସଂଘର୍ଷ ଖୁବ ସୁନ୍ଦର ଭାବରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ର ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ୟାବ୍ ଡ୍ରାଇଭର୍ ମେଘନା ସାହୁଙ୍କ ଜୀବନୀ ଉପରେ […]

ଓଡିଶା ମନୋରଞ୍ଜନ

ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ”ରେ ନାୟିକା ହୋଇଛନ୍ତି କିନ୍ନର

ଭୁବନେଶ୍ବର : ଫ୍ୟୁଜନ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ”ର ପୋଷ୍ଟର ଲୋକର୍ପିତ ହୋଇଯାଇଛି । ଦର୍ଶକ ଏଥିରେ ଜଣେ କିନ୍ନରଙ୍କୁ ନାୟିକା ଭାବେ ଦେଖିବେ । ଯାହା ସର୍ବଭାରତୀୟସ୍ତରରେ ପ୍ରଥମ । ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ମୀରା ପରିଡା ଏବଂ ସମ୍ମାନିତ ଅତିଥି ଭାବେ ସାଧନା ମିଶ୍ର, ଲୋରା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ସଂଘମିତ୍ରା ଭଞ୍ଜ ଏହାର କାହାଣୀ ଲେଖିଥିବାବେଳେ ଚିତ୍ରନାଟ୍ୟ, ସଂଳାପ […]

ଓଡିଶା ମନୋରଞ୍ଜନ

ଜୀବନ ଯୁଦ୍ଧରେ ହାରିଗଲେ ଗଉରା … ପରପାରିରେ ପିଣ୍ଟୁ ନନ୍ଦ

ପରପାରିରେ ପିଣ୍ଟୁ ନନ୍ଦ । ଆଉ ଦେଖିବାକୁ ମିଳିବନି ରାଣ୍ଡି ପୁଅ ଅନନ୍ତାର ଅଭିନେତା ପିଣ୍ଟୁ ନନ୍ଦଙ୍କ ଅଭିନୟ । ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ । ଓଡିଆ ଆଲବମ ହେଉ ବା ଫିଲ୍ମରେ ନିଜର ଅଭିନୟର ଯାଦୁଗିରିରେ ସେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ପିଣ୍ଟୁ ନନ୍ଦଙ୍କ ଅଭିନୟ ସବୁବେଳେ […]