ପଦ୍ମ ଛାଡିଲେ ସୁକାନ୍ତ । ଜୋର ଧରିଲା ଘରବାହୁଡିବା ଚର୍ଚ୍ଚା…
ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । ଆଜି ବିଜେପି ଛାଡିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ । ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସୁକାନ୍ତ । କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ […]