ଓଡିଶା

ନୀଳଗିରିରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ…

ନୀଳଗିରି, ୦୬/୫ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ଉପରେ ଭରସା କରି ଦଳ ତାଙ୍କୁ ଟିକେଟ ପ୍ରଦାନ କରିଛି । ଅକ୍ଷୟଙ୍କୁ ଟିକେଟ୍ ମିଳିବା ପରେ ନୀଳଗିରି କଂଗ୍ରେସ ମହଲରେ ଖୁସିର ଲହରି ଖେଳିଯାଇଛି । ଅକ୍ଷୟ କୁମାର ଆଚାର୍ଯ୍ୟ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ବିଧାୟକ […]

ଓଡିଶା

କାହାକୁ ପସନ୍ଦ କରିବେ ଭୋଟର । ପ୍ରାର୍ଥୀ ନା ଦଳ…

ନୀଳଗିରିରେ ଏଥର ଜନତା କାହାକୁ ନିଜର ନେତା କରିବେ । ଏଥର ପାର୍ଟି ଦେଖି ଭୋଟ ଦେବେ ନା ପ୍ରାର୍ଥୀ ଦେଖି ଭୋଟ ଦେବେ ଜନତା । ବାଲେଶ୍ବର ଜିଲ୍ଲାର ନୀଳିଗିରି ଅଙ୍କ ରୋଚକ ମୋଡ ନେଇଛି । ୨୦୧୯ରେ ଜନତା ଦେଖିଥିଲେ ସୁକାନ୍ତ ବନାମ ସନ୍ତୋଷ ଲଢେଇ । ଏଥର ମଧ୍ୟ ସମାନ ସ୍ଥିତି । ମାତ୍ର ଦଳ ଭିନ୍ନ । ୨୦୧୯ ନିର୍ବାଚନରେ ସନ୍ତୋଷ ଖଟୁଆ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ସୁକାନ୍ତ ନାୟକ ବିଜେପି […]

ଓଡିଶା

ନୀଳଗିରିରେ ବିଜେଡି ଦୁଇ ଫାଳ; ସୁକାନ୍ତ ଶିବିରରେ ଖୁସି ସନ୍ତୋଷ ଶିବିରରେ ନିରାଶ…

କର୍ମୀଙ୍କ କ୍ଷୋଭରେ ବିଜେଡି ପୋଷ୍ଟର ଜଳାପୋଡ଼ାନୀଳଗିରି, ୩/୫ : ନୀଳିଗିରି ଆସନ ପାଇଁ ବିଜେଡି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିବା ପରେ ପୁରୁଣା କର୍ମୀଙ୍କ ମଧ୍ୟରେ ଦେଖବାକୁ ମିଳିଛି ଅସନ୍ତୋଷ । ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ ଦୀର୍ଘ ପାଞ୍ଚ ବର୍ଷ ଧରି ଦଳକୁ ଚଳାଇ ଆସିଥିବା ସନ୍ତୋଷ ଖଟୁଆଙ୍କ ଶିବିରରେ ଏଭଳି ଅସନ୍ତୋଷ ଦେଖାଦେଇଛି । ବିଜେଡି ନିଜର ନୀଳଗିରି ଆସନ ପାଇଁ ନିକଟରେ ପଦ୍ମ ଛାଡି ଶଙ୍ଖ ଧରିଥିବା ପ୍ରାର୍ଥୀଙ୍କୁ ଭରସା କରିଛି । […]

ଓଡିଶା

ନୀଳଗିରି ବିକାଶର ସାରଥୀ ସୁକାନ୍ତ ନାୟକ…

ନୀଳଗିରି, ୨୫/୦୪ : ବିଜେଡିର ଦକ୍ଷ ସଂଗଠକ ହେଉଛନ୍ତି ସୁକାନ୍ତ । ଦିନେ ବିକାଶ ପାଇଁ ଦଳ ଛାଡିଥିଲେ, ଏବେ ପୁଣି ଦଳରେ ସଂଗଠିତ ହୋଇ ନୀଳଗିରିର ବିକାଶର ସାରଥୀ ସାଜୁଛନ୍ତି ସୁକାନ୍ତ । ନୀଳଗିରି ରାଜନୀତିର ପୋଖତ ଖେଳାଳୀ ସୁକାନ୍ତ ନାୟକ ବିଜେଡ଼ି ଟିକେଟ ହାତେଇବା ଚର୍ଚ୍ଚା ଜୋର ଧରିଛି । ୨୦୧୪ରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ । ତେବେ ଦଳରେ କିଛିଟା ମନମାଳିନ୍ୟ କାରଣରୁ ୨୦୧୯ରେ ଦଳ ଛାଡି ସେ […]

ଓଡିଶା

ବିଜୁଜନତା ଦଳ ପକ୍ଷରୁ ବିଜୁ ଶ୍ରାଦ୍ଧ ଦିବସ ପାଳିତ

ନୀଳଗିରି, ୧୮/୪ : ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୨୭ ତମ ଶ୍ରାଦ୍ଧତ୍ସୋବ ବିଜୁଜନତା ଦଳ ପକ୍ଷରୁ ନୀଳଗିରି ଏନ୍ଏସି କଲ୍ୟାଣ ମଣ୍ଡପରେ ବିଜୁଜନତା ଉପସଭାପତି ସନ୍ତୋଷ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ସଂକରାଖୁଣ୍ଟା ପୋଖରାରେ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପରେ ଜଗନ୍ନାଥ ମନ୍ଦିରରେ ମା ଲକ୍ଷ୍ମୀ ମନ୍ଦିରରେ ପୂଜା ଅର୍ଚନା କରାଯାଇଥିଲା । ପରେ ବାଇପାସ୍ ସ୍ଥିତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି […]

ଓଡିଶା

ଆଇଏଏସ୍ ପରୀକ୍ଷାରେ ସଫଳତା ହାସଲ କଲେ ନୀଳଗିରିର ଝିଅ ଆୟୁଷି…

ନୀଳଗିରି, ୧୮/୪ : ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନେ । ଏହି କଥାକୁ ସତ୍ୟରେ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ତେନ୍ତୁଳିଆ ପଞ୍ଚାୟତ ଅଧିନସ୍ଥ ବାଲିସାହି ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ଝିଅ ଆୟୁଷି ପ୍ରଧାନ । ଆୟୁଷିଙ୍କ ଏକାଗ୍ରତା, କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି । ନିକଟରେ ପ୍ରକାଶିତ ହୋଇଛି ଆଇଏଏସ୍ ପରୀକ୍ଷାଫଳ । ଏଥିରେ ୩୪ତମ ର୍ୟାଙ୍କ ହାସଲ କରିଛନ୍ତି ଆୟୁଷି ପ୍ରଧାନ । […]

ଓଡିଶା

ନୀଳଗିରିରେ ଚାଲିଛି ମାଫିଆ ରାଜ୍, ପଦକ୍ଷେପ ପାଇଁ ପ୍ରଶାସନକୁ ଗୁହାରୀ

ନୀଳଗିରି : ବ୍ଳାଷ୍ଟିଙ୍ଗ ପ୍ରତିବାଦରେ ଥାନାରେ ଅଭିଯୋଗ କଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲ ଅଞ୍ଚଳରେ ବେଆଇନ ପଥର ଖାଦାନରେ ଚାଲିଛି ବେଧଡ଼କ ପଥର ଚୋରି ସାଙ୍ଗକୁ ବେଆଇନ ପଥର ବ୍ଳାଷ୍ଟିଙ୍ଗ । ବ୍ଳାଷ୍ଟିଙ୍ଗ ଯୋଗୁଁ ଦେଢ଼ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଅଧିକାଂଶ ପକା ଘରର କାନ୍ଥ ସବୁ ଫାଟି ଗଲାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ନୀଳଗିରି ତହସିଲ୍ ଅଧୀନ ଜାମୁଡିହl ମୌଜାର ବାଘମରା  ଗ୍ରାମରେ । ପଥରେ […]

ଓଡିଶା

ଧାନ କିଣାରେ ଅନିୟମିତତା ଅଭିଯୋଗ; ସିବିଆଇ ତଦନ୍ତ ଦାବି କଲା ବିଜେପି କୃଷକ ମୋର୍ଚ୍ଚା…

ନୀଳଗିରି, ୨/୨ (ସତ୍ୟାନନ୍ଦ ପାତ୍ର) : ରାଜ୍ୟରେ ଖରିଫ ଧାନ କିଣା କାରବାରରେ ବ୍ୟାପକ ଅନିୟମିତତା ହୋଇଥିବାରୁ ସିବିଆଇ ତଦନ୍ତ ଦାବିନେଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଦାନ କରାଯାଇଛି । ରାଜ୍ୟରେ ଖରିଫ ଋତୁର ଧାନ କିଣା କାରବାରରେ ବ୍ୟାପକ ଅନିୟମିତତା ସାଙ୍ଗକୁ କୁଇଂଟାଲ ପିଛା ୭ କେଜିରୁ ୮ କେଜି କଟନୀ ଛଡିନି କରୁଛି ମିଲର । ଏଥି ସହିତ ୯୮ ଭାଗ ମଣ୍ଡିର […]

ଓଡିଶା

ନୀଳଗିରିରେ ପକ୍ଷୀ ମଡକ, ବାର୍ଡ ଫ୍ଲୁ ଆଶଙ୍କା…

ନୀଳଗିରି, ୨୧/୧ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ଗ୍ରାମରେ ପକ୍ଷୀ ମଡକ, ଦେଖା ଦେଇଛି । ଏଯାବତ ପ୍ରାୟ ୪ ପ୍ରଜାତିର ୧୮ରୁ ଉର୍ଦ୍ଦ୍ୱ ପକ୍ଷୀ ମରିଥିବା ସୂଚନା ମିଳିଛି । ଜାମୁଡିହା ଗ୍ରାମର ସଅରସାହିରେ ସକାଳେ ଏକ ସିମୁଳିଆ ଗଛ ଉପରୁ ପକ୍ଷୀମାନେ ଅସୁସ୍ଥ ହୋଇ ତଳକୁ ଖସିଥିଲେ । ସ୍ଥାନୀୟ ପିଲାମାନେ କୋଳି ଖାଇବାକୁ ଯାଇଥିବା ବେଳେ ପକ୍ଷୀମାନେ ପଡିଥିବାର ଦେଖି ଗାଁର ବଡ ଲୋକଙ୍କୁ ଜଣାଇଥିଲେ । […]

ଓଡିଶା

ମାଣ୍ଡିଆ କ୍ରୟ ପାଇଁ ବାହାରିଲା ରଥ…

ନୀଳଗିରି, ୨୧/୧ (ସଚିଦାନଁଦ ପାତ୍ର) : ରାଜ୍ୟସରକାର ମାଣ୍ଡିଆ କ୍ରୟ କରିବା ପାଇଁ ମିଲଟ୍ ମିସନ ପକ୍ଷରୁ ବାହାରିଲା ପ୍ରଚାର ରଥ । ନୀଳଗିରି କୃଷି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଖରିଫ ଋତୁରେ ଚାଷ କରାଯାଇଥିବା ମାଣ୍ଡିଆକୁ ରାଜ୍ୟ ସରକାର କିଣିବା ପାଇଁ ପ୍ରଚାର ରଥ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ ଜଣାଯାଇଛି । ଏହି ରଥର ଶୁଭାରମ୍ଭ କରିଥିଲେ କୃଷି ଜିଲ୍ଲା ଅଧିକାରୀ ସୁମନ୍ତ ନାୟକ । ଏହି ଶୁଭାରମ୍ଭ ଉତ୍ସବରେ ନୀଳଗିରି କୃଷି ଜିଲାର କର୍ମଚାରୀ […]