ଓଡିଶା

ଗୋଟେ ପଟେ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶ, ଅନ୍ୟପଟେ ବିଜେଡିର ସାଂଗଠନିକ ଶକ୍ତି ପ୍ରଦର୍ଶନ

ଆଜି ରାଜ୍ୟରେ ଶକ୍ତି ପ୍ରଦର୍ଶନ କରୁଛି ବିଜେପି । ଜନତା ମଇଦାନରେ ବିଜେପି କରୁଛି ବଡ ସମାବେଶ । ଏ ନେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ଏକ ବିଶାଳ ବାଇକ୍‌ ରାଲିରେ ତାଙ୍କୁ ପାଛୋଟି ନେଇଛନ୍ତି ଦଳୀୟ ନେତା ଓ କର୍ମୀ । ମଧ୍ୟାହ୍ନରେ ଜନତା ମଇଦାନରେ ହେବାକୁ ଥିବା ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ […]

ଓଡିଶା

ଯୁବ ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ !

ଢେଙ୍କାନାଳ: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଢେଙ୍କାନାଳ ଜିଲ୍ଲାର ଯୁବ ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇଛି । ଏ ନେଇ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଯୁବ ବିଜେଡି ଜିଲ୍ଲା ଉପସଭାପତି ଭାବେ ସୁବ୍ରତ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ଭାବେ ପ୍ରଦ୍ୟୁମ୍ନ କୁମାର ବେହେରା, ହିନ୍ଦୋଳ ବ୍ଲକ ସଭାପତି ଦୁଖବନ୍ଧୁ ପ୍ରଧାନ, ହିନ୍ଦୋଳ ଏନ୍ଏସି ଯୁବ ବିଜେଡି ସଭାପତି ଭାବେ […]

ଓଡିଶା

ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ  ନିର୍ବାଚିତ ହୋଇଥିବା ଶ୍ରୀ ଆରୁଖ ଶାସକ ଦଳ ପକ୍ଷରୁ ବାଚସ୍ପତି ପାଇଁ ନାମାଙ୍କନ ଦାଖଲ କରିଥିଲେ । ଏଥିପାଇଁ ଆଜି ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଗୃହରେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଣିଥିଲେ । ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ, ଶ୍ରୀ ଆରୁଖଙ୍କ […]

ଓଡିଶା

ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି । ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି, ସେମାନେ ହେଉଛନ୍ତି- ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସସ୍ମିତ ପାତ୍ରଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ପଠାଯାଉଛି । ଏହା ପୂର୍ବରୁ ସେ ୩ […]

ଓଡିଶା

ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଲା ! ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଛି । ଏ ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା । ରାମକୃଷ୍ଣଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ […]

ଓଡିଶା

ଆମେ କେମିତି ପାଠ ପଢିବୁ ସେ ବ୍ୟବସ୍ଥା ବୁଝ ସରକାର !

ଆମ ଭବିଷ୍ୟତ ସହିତ ସରକାର କାହିଁକି ଖେଳୁଛନ୍ତି । ଆମକୁ ପାଠ ପାଢାଇବା ପାଇଁ ତୁରନ୍ତ ଶିକ୍ଷକ ନିଯୁକ୍ତ କରାନ୍ତୁ, ନ ହେଲେ ଆମ ହକ୍ ପାଇଁ ଆମେ ଏମିତି ଆନ୍ଦୋଳନ କରିବୁ । ଏ କଥା ହେଉଛି ସ୍କୁଲ ଆଗରେ ଧାରଣା ଦେଇଥିବା ଛୋଟ ଛୋଟ ପିଲାଙ୍କ କଥା । ହାଇସ୍କୁଲରେ ମାତ୍ର ଜଣେ ଶିକ୍ଷକ । ଆଗରୁ 3 ଜଣ ଥିଲେ, ହେଲେ ସେଥିରୁ ଦୁଇ ଜଣଙ୍କ ବଦଳି ହେବା ପରେ ଏବେ ମାତ୍ର […]