ଓଡିଶା ଟ୍ରେଣ୍ଟିଂ

ଉପ ନିର୍ବାଚନରେ ନିୟୋଜିତ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ । ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଧାମନଗର ଉପ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ନଟବର ମୁଣ୍ଡା । ତାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଅଞ୍ଚଳରେ ବୋଲି ସୂଚନା ମିଳିଛି । ୧୩୯ ନମ୍ବର ବୁଥର ପୋଲିଂ ଅଫିସର ଭାବେ ନିୟୋଜିତ ଥିଲେ ନଟବର ମୁଣ୍ଡା । ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏସସିବି ପଠାଯାଇଥିଲା । […]