ଓଡିଶା

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ସୋସିଆଲ ମିଡିଆ ଏକ୍ସରେ ‌ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଏହି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା ।“ ଏହି ଅବସରରେ ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ […]

ଓଡିଶା

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍…

ଓଡ଼ିଶାରୁ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ ଭର୍ଚୁଆଲ୍ ମୋଡରେ କରିଛନ୍ତି । ଆଜି ଦେଶରେ ମୋଟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୋଦି । ସେଥିମଧ୍ୟରେ ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା, ଟାଟାନଗର-ପାଟନା ଏବଂ ଗୟା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଛି। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, […]

ଓଡିଶା

ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଆସନ୍ତା ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖ (ସମସ୍ତ ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସଂପ୍ରତି ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ, ନୂଆଖାଇ ପରିପ୍ରେକ୍ଷୀରେ ସେପ୍ଟେମ୍ବର ୯ ତାରିଖରେ ସ୍ୱତନ୍ତ୍ର ସରକାରୀ ଛୁଟି ଏବଂ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସେପ୍ଟେମ୍ବର ୧୬ ତାରିଖରେ ସରକାରୀ ଛୁଟି ଥିବାରୁ ଉପରୋକ୍ତ ଦିବସମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି […]

ଓଡିଶା

ନିଷ୍ପତ୍ତି ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ମୋହନ ସରକାରଙ୍କ…

କନ୍ଧମାଳ, (ଏଫ୍ଟୁଏସ୍) ୧୩/୦୭ : ରାଜ୍ୟରେ ମୋହନ ସରକାରଙ୍କ ଜବରଦଖଲ ନିଷ୍ପତ୍ତିକୁ ବୁଝିପାରିନାହାନ୍ତି ଗରିବ ଜନତା । ଫଳରେ ସେମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି । ଏ ନେଇ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କୁ ଆଶ୍ୱସ୍ତି କରାନ୍ତୁ ବୋଲି ମନ୍ତବ୍ୟ ରଖିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ । ସୂଚନା ଅନୁସାରେ, ମୋହନ ସରକାରରେ ଗୋଟିଏ ମାସ ନ […]

ଓଡିଶା

ହେ ସରକାର ! ଆମେ କୁଆଡେ ଯିବୁ…

ଢେଙ୍କାନାଳ, (ଏଫ୍ଟୁଏସ୍) ୦୬/୦୭ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଅନ୍ତର୍ଗତ ଧୁବୋଣିନନ୍ଦର ଗ୍ରାମର ଯୁଧିଷ୍ଠିର ସାହୁ ନାମକ ବ୍ୟକ୍ତିଙ୍କ ଘରକୁ ଗତ ୨୬ ତାରିଖ ବୁଧବାର ଦିନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହିନ୍ଦୋଳ ତହସିଲଦାର ଜେସିପି ଲଗାଇ ଭାଙ୍ଗି ଦେବା ଘଟଣାର ସପ୍ତାହେ ପରେ ବି ବିପନ୍ନ ପରିବାରକୁ ଥଇଥାନ କରିବା ତ ଦୂରର କଥା ତହସିଲଦାର ସରକାରୀସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ଦେଇଥିବା ପ୍ରତିଶ୍ରୁତି ଆସ୍ଫଳନ ପାଲଟିଛି । […]

ଓଡିଶା

ଦୀର୍ଘ ୫୩ ବର୍ଷ ପରେ ବିରଳ ରଥଯାତ୍ର । ରାଜ୍ୟରେ ୨ ଦିନ ଛୁଟି ଘୋଷଣା…

ଚଳିତ ବର୍ଷ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା । ଏଥର ରଥଯାତ୍ରା ଦୁଇ ଦିନ ଧରି ଚାଲିବ । ପୁରୀରେ ସମୀକ୍ଷା ବୈଠକରେ ଏ ନେଇ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫଳରେ ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ଛୁଟି ରହିବ । ରଥ ଯାତ୍ରାର ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୀର୍ଘ ୫୩ ବର୍ଷ […]

ଓଡିଶା

କୁମ୍ଭୀର ଆକ୍ରମଣରେ ମୃତ ନାବାଳକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସମବେଦନା…

ବ୍ୟୁରୋ ରିପୋର୍ଟ, ୨୯/୬ : ମହାନଦୀ କୂଳରେ ଖେଳୁଥିବା ସମୟରେ ୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର । ଅନୁଗୁଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଗାଁରେ କୁମ୍ଭୀର ଆତଙ୍କ । ମୃତ ନାବାଳକ ହେଉଛନ୍ତି ସେହି ଗାଁର ସମୀର ନାୟକ । କୁମ୍ଭୀର ଟାଣିନେବା ସମୟରେ ସ୍ଥାନୀୟ ଲୋକେ ଶିଶୁକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ ମଧ୍ୟ ତାର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା […]

ଓଡିଶା

ସରକାର ବଦଳିଗଲା, ମାତ୍ର ପ୍ରଶାସନିକ ଅଧିକାରୀଙ୍କ ତାଉ ଯାଉନି…

କୋଦଳା, ୨୯/୬ : ଜଣେ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ । ଫୋନରେ ଅଶାଳୀନ ବ୍ୟବହାରରେ ବାର୍ତ୍ତାଳାପ ହେଉଥିବା ଅଡିଓ କଲ୍ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ହେଉଛି ଭାଇରଲ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର ଓ କୋଦଳା ବିଜେପି ନେତା ତଥା ଏନଏସି ଅଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଧ୍ୟକ୍ଷଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି ପ୍ରଶାସନିକ ଅଧିକାରିଣୀ ତଥା […]

ଓଡିଶା

ବିଧାୟକ ଭାବେ ଶପଥ ନେଲେ ୫ଟି ପାଳିର ମୁଖ୍ୟମନ୍ତ୍ରୀ ନବୀନ…

ବଦଳିଛି ସରକାର । ଆଉ ବଦଳିଛି ପଦବୀ । ଏହାରି ଭିତରେ ଗତ ୫ଟି ପାଳିରେ ମୁଖ୍ୟମନ୍ତ୍ରୀ ଗାଦିରେ ବସୁଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ବିରୋଧୀ ଦଳ ଆସନରେ ବସିଛନ୍ତି । ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଶପଥ ଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କୁ ବିଧାୟକ ଭାବେ ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା […]

ଓଡିଶା

ବିଧାନସଭାରେ ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ, ଆରମ୍ଭ ହେଲା ପ୍ରଥମ ଅଧିବେଶନ…

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଏହି ଅବସରରେ ଶପଥ ନେଉଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ନେତାମାନେ ବିଧାନସଭାକୁ ମୁଣ୍ଡିଆ ମାରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା ।ପ୍ରଥମେ ବିଧାୟକ ଭାବେ ଶପଥ […]