ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ
ମିସାଇଲ ଅଗ୍ନି ପ୍ରାଇମ୍ ପରୀକ୍ଷଣ କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗେଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଓଡିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଅଗ୍ନି ପ୍ରାଇମ୍ ହେଉଛି ଅଗ୍ନି ସିରିଜର ଏକ ଆଧୁନିକ କ୍ଷେପଣାସ୍ତ୍ର । ଏହି କ୍ଷେପଣାସ୍ତ୍ର ୧୦୦୦ ରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ପକ୍ଷଙ୍କୁ ଆକ୍ରମଣ କରିପାରିବ । ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରକୁ ଆଜି ଦ୍ୱିତୀୟ ଥର ପାଇଁ ସଫଳ ପରୀକ୍ଷଣ କରାଯାଇଛି […]