ଉନ୍ମୋଚିତ ହେଲା ମର୍ସିଡିଜ୍-ବେଞ୍ଜର ବହୁପ୍ରତିକ୍ଷିତ ମିଡ୍-ସାଇଜ୍ ଲକଜରୀ ଏସ୍ୟୁଭି ନୂଆ ଜିଏଲ୍ସି
ଭୁବନେଶ୍ୱର : ଉନ୍ମୋଚିତ ହେଲା ମର୍ସିଡିଜ୍-ବେଞ୍ଜର ବହୁପ୍ରତିକ୍ଷିତ ମିଡ୍-ସାଇଜ୍ ଲକଜରୀ ଏସ୍ୟୁଭି, ନୂଆ ଜି.ଏଲ୍ସିର ୨ୟ ପିଢି । ନୂଆ ଜିଏଲ୍ସି ହେଉଛି ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକଜରୀ ଏସ୍ୟୁଭି । ଉନ୍ମୋଚନ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି । ଏହି ଏସ୍ୟୁଭିକୁ ଭୁବନେଶ୍ବରରେ ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସନ୍ତୋଷ ଆୟର୍ ଏବଂ ଟିଆଣ୍ଡଟି ମୋଟର୍ସର ଅଧ୍ୟକ୍ଷ ବିଦୁର ତଲୱାର ଉନ୍ମୋଚିତ କରିଛନ୍ତି । […]