ଓଡିଶା

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଅଧକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା 

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ରୋଜୀ ସେଠୀଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନ ତରଫରୁ  ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ରୋଜି ସେଠୀଙ୍କ ବିରୁଦ୍ଧରେ ୩୧ ଜଣ ସରପଞ୍ଚ, ସମିତି ସଭ୍ୟ, କଟକ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଅଭିଯୋଗ କରିଥିଲେ । କଟକ ଉପଜିଲ୍ଳାପାଳ ଏହି ଅନାସ୍ଥା ପ୍ରସ୍ତାବର ଦସ୍ତଖତ ଯାଞ୍ଚ କରିବା ପରେ ୧୩ ତାରିଖକୁ […]

ଓଡିଶା

ମାହାଙ୍ଗାରେ ବିଜେପିର ସଦସ୍ୟତା ସଂଗ୍ରହ ସମାବେଶରେ ସାରଦାଙ୍କ ଅନୁଗତ…

ଦଳର ମୁଖ୍ୟ ସ୍ରୋତକୁ ଫେରିବେ କି ସାରଦା ?ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗାରେ କିଏ ହେବେ ବିଜେପିର ମଙ୍ଗୁଆଳ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ବିଧାୟକ ସାରଦା ପ୍ରଧାନଙ୍କ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଗତ ସାଧାରଣ ନିର୍ବାଚନରେ ବିଜେପି ନେତା ସାରଦା ପ୍ରଧାନଙ୍କୁ ଦଳ ଟିକେଟ ନଦେବାରୁ ସେ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ । ଦଳରୁ ନିଲମ୍ବିତ ହେବା ସତ୍ୱେ ସାରଦା ନିର୍ବାଚନ ଜିତିବା, […]

ଓଡିଶା

ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ବିପଦ ସଂକୁଳ…

ସ୍ଥିତି ଅନୁଧ୍ୟାନ କଲେ ବିଧାୟକ, ପୂର୍ତ୍ତ ଓ ଜଳସମ୍ପଦ ଅଧିକାରୀମାହାଙ୍ଗା, (ଏଫ୍ଟୁଏସ୍ / ଅଭୟ ଜେନା) : ବିପଦ ସଂକୁଳ ଅବସ୍ଥାରେ ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ । ପାଖାପାଖି ୬୦ ମିଟରରୁ ଉର୍ଦ୍ଧ୍ୱ ମୁଖ୍ୟ କେନାଲ ବନ୍ଧ ହଠାତ୍ ୪ ଫୁଟ ତଳକୁ ଦବି ଯାଇଛି । ଅଳ୍ପ ଦିନ ତଳେ ନିର୍ମିତ ଏହି ପିଚୁରାସ୍ତା ଏବେ ଫାଟି ଆଁ’ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । […]

ଓଡିଶା

ଶଙ୍ଖ ଶିବିରରେ ଭାଳେଣି…

ବିଜେଡିରୁ ୧୧ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଇସ୍ତଫା ପରେ  ଆଲୋଡନ  ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ସାଧାରଣ ନିର୍ବାଚନକୁ ଦିନ କେଇଟା ନପୁରୁଣୁ, ଉପକୂଳ ଜିଲ୍ଲାରେ ବିଜେଡିକୁ ପୁଣି ଶକ୍ତ ଧକ୍କା ଲାଗିଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିରୁ ୫ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଇସ୍ତଫା ଘୋଷଣା କରିଥିବା ବେଳେ ସେମାନଙ୍କ ସହିତ ଆହୁରି ୬ ଜଣ ସରପଞ୍ଚ ମଧ୍ୟ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି l ଦଳ […]

ଓଡିଶା

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ ମିଶନ 2023 କାର୍ଯ୍ୟକ୍ରମ ଅନୁଷ୍ଠିତ…

ନିଶ୍ଚିନ୍ତକୋଇଲି : ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ ମିଶନ 2023 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ କଳାତ୍ମକ ଗୁଣବତ୍ତା ତଥା ବୌଦ୍ଧିକ ବିକାଶରେ ସହାୟକ […]