ଓଡିଶା

ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜ୍ଜନ ଚେତାବନୀ…

ଦୂଷିତ ପାଣି ପିଉଛନ୍ତି ଗାଁ ଲୋକେ, ନାମକୁ ମାତ୍ର ରହିଛି ପାନୀୟଜଳ ପ୍ରକଳ୍ପ ମାହାଙ୍ଗା, (ଅଭୟ ଜେନା) : ସବୁବେଳେ ବିକାଶର କଥା କହୁଥିବା ସରକାର ଲୋକଙ୍କ ମୌଳିକ ସମସ୍ୟା ପ୍ରତି କେତେ ଉଦାସୀନ ସେକଥା ନ କହିବା ଭଲ । ବିଜୁଳି ପାଣି ସଡ଼କ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ନ ଥିବାବେଳେ, ସରକାର ଯୋଜନା ପରେ ଯୋଜନା ଘୋଷଣା କରି ନିର୍ବାଚନୀ ବୈତରଣୀ ପାରହେବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି […]

ଓଡିଶା

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଦୃଢ ପ୍ରତିବାଦ…

ମାହାଙ୍ଗା, ୧୨/୨୪ (ଅଭୟ ଜେନା) : ଜଣେ ଯୁବ ସାମ୍ବାଦିକଙ୍କୁ ରାସ୍ତା ମଝିରେ ଖଣ୍ଡା ଓ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ ଘଟଣାରେ ସ୍ଥାନୀୟ ପୋଲିସ ନିରବଦ୍ରଷ୍ଟା ସାଜିବାରୁ ଏହାକୁ ସବୁ ମହଲରୁ ଦୃଢ଼ ନିନ୍ଦା କରାଯିବା ସହ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଭୁବନେଶ୍ୱରରେ କାର୍ଯ୍ୟରତ ବଡ଼ ଖବର ଚ୍ୟାନେଲର ସାମ୍ବାଦିକ ଜ୍ୟୋତି ରଞ୍ଜନ ମହାପାତ୍ର ତାଙ୍କ ଡ୍ୟୁଟି ସାରି ଅଫିସରୁ […]

ଓଡିଶା

ଶିକ୍ଷାବିତ କୃଷ୍ଣଚନ୍ଦ୍ର ସାହୁଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା…

ମାହାଙ୍ଗା, ୫/୧ (ଅଭୟ ଜେନା) : ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁଙ୍କ ଏକାଦଶାହ ତିଥିରେ ରଘୁନାଥ ନଗର ନିକଟସ୍ଥ ଉଷୁମାପାଟଣା ଗ୍ରାମରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ସମାଜସେବୀ ହେମନ୍ତ କୁମାର ଦାସଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସାହୁ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ଏବଂ ଆଧ୍ୟାତ୍ମିକବାଦୀ ପୁରୁଷ ଭାବେ ମାହାଙ୍ଗା ସାଲେପୁର ଅଂଚଳରେ ବେଶ ସୁଖ୍ୟାତି ଅର୍ଜ୍ଜନ କରିଥିଲେ । ତାଙ୍କ ଅମ୍ଲାନ ସ୍ମୁତିରେ ଆୟୋଜିତ ସଭାରେ ମୁଖ୍ୟ […]

ଓଡିଶା କଳା ସଂସ୍କୃତି

ଚିର ନିଦ୍ରାରେ ପ୍ରଖ୍ୟାତ ବେତାର କଣ୍ଠଶିଳ୍ପୀ ଅନିମା କର…

ମାହାଙ୍ଗା, ୨୯/୧୧ (ଅଭୟ ଜେନା) : ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିମା କର । କଟକ ଜିଲ୍ଲା ମାହାଙ୍ଗାର ଘରେ ଘରେ ପରିଚିତ ଥିଲେ ଶରତ କର ଓ ଅନିମା କର l ଜଣେ ରାଜନୀତିରେ ଧୂରୀଣ ଓ ସାହିତ୍ୟ ସଂସ୍କୃତିରେ ପ୍ରବୀଣ, ଆଉ ଜଣେ କଳା ସଂଗୀତ ଓ ଶିକ୍ଷା  ସଂସ୍କାର କ୍ଷେତ୍ରରେ ଅନନ୍ୟ ଅନୁପମ ସ୍ୱର l ଅନିମା କରଙ୍କ ଦେହାନ୍ତ ଓଡ଼ିଆ ସଂଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି l ଶହଶହ ଭକ୍ତି […]

ଓଡିଶା

କଳାନୁରାଗୀ ଧର୍ମପ୍ରାଣା ଗୋଲାପ ଦେବୀଙ୍କ ସ୍ମୃତି ଦିବସ ପାଳିତ…

ମାହାଙ୍ଗା, ୨୭/୧୧ (ଅଭୟ ଜେନା) : ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ୱିପାଂଚଳ ଅନ୍ତର୍ଗତ କଲ୍ୟାଣପୁରରେ କଳାନୁରାଗୀ ଯଶସ୍ୱୀ ଧର୍ମପ୍ରାଣା ମହିଳା ଗୋଲାପ ମହାନ୍ତିଙ୍କ ସ୍ମୃତି ଦିବସ ପାଳିତ ହୋଇଯାଇଛି । ପିଲାଟି ଦିନରୁ ଗୋଲାପ ଦେବୀ ଜଣେ ଭଲ ଅଭିନେତ୍ରୀ ଭାବେ ନିଜ କଳା ନୈପୁଣ୍ୟତାର ପରିଚୟ ସୃଷ୍ଟି କରିପାରିଥିଲେ । ଅନେକ ନାଟକ ଓ ସୁଆଙ୍ଗରେ ସେ ଅଭିନୟ କରି ପ୍ରଶଂସିତ ହୋଇପାରିଥିଲେ । ଓଡ଼ିଆ ଯାତ୍ରା ନାଟକ ପାଇଁ ଜୀବନବ୍ୟାପୀ ନିଜକୁ ସମର୍ପିତ […]

ଓଡିଶା କଳା ସଂସ୍କୃତି

ଅସୁରେଶ୍ୱର ଗୋରକ୍ଷଣିର ୮୧ ତମ ବାର୍ଷିକ ଉତ୍ସବ ଓ ଗୋ ପୂଜନ ସମାରୋହ ଅନୁଷ୍ଠିତ…

ସାଲେପୁର, ୨୧/୧୧ (ଅଭୟ ଜେନା) : ପବିତ୍ର ଗୋଷ୍ଠାଷ୍ଟମୀ ତିଥିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱରଠାରେ ରାଜ୍ୟର ସର୍ବ ବୃହତ ଗୋରକ୍ଷଣି ପ୍ରାଙ୍ଗଣରେ ଅନୁଷ୍ଠାନର ୮୧ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଷ୍ଟିଭିକ୍ଷା ଦ୍ୱାରା ପରିଚାଳିତ ଏହି ଗୋରକ୍ଷଣିରେ ଶହଶହ ଅବହେଳିତ, ପଙ୍ଗୁ, ଅସହାୟ ଗୋରୁ ଗାଈମାନଙ୍କ ସେବା ଯନô ନିଆଯାଇ ଆସୁଥିବାବେଳେ, ଏହି ଅନୁଷ୍ଠାନ ହିନ୍ଦୁ-ମୁସଲମାନ୍ ଭାଇଚାରାର ପ୍ରତୀକ ଭାବେ ନିଆରା ପରିଚୟ ସୃଷ୍ଟି କରିଆସିଛି । ଗୋ’ମଙ୍ଗଳ ସମିତି […]

ଓଡିଶା

ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚସଙ୍ଗ ବଳରାମପୁରରେ ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାକୁ ସାମ୍ବାଦିକ ବିନୟ କୁମାର ଦାସ ସଂଚାଳନ କରିଥିଲେ l କାର୍ଯ୍ୟକ୍ରମରେ ଶିକ୍ଷାବିତ ବଂଶୀଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ଭଲ ମଣିଷ ତିଆରି କରିବାକୁ ସ୍ବର୍ଗତ ବସନ୍ତରାୟଙ୍କ ଜୀବନବ୍ୟାପି ଉତ୍ସର୍ଗ ବିଷୟରେ କହିଥିଲେ […]

ଓଡିଶା

ନୃତ୍ତାଙ୍ଗରେ ଉଡିଲା ବିଜେଡି ବାନା, ଭାଙ୍ଗିଲା ପଦ୍ମ ଦୁର୍ଗ…

ସାଲେପୁର : ମାହାଙ୍ଗାରେ ଦୁଇଟି ପଞ୍ଚାୟତ ଉପନିର୍ବାଚନୀ ଫଳାଫଳ ଘୋଷିତ ହୋଇଛି । ଗୋଟିକରେ ବିଜେଡି ଓ ଅନ୍ୟଟିରେ ବିଜେପି ବିଜୟ ହାସଲ କରିଛି । ତେବେ ବହୁ ଚର୍ଚ୍ଚିତ ନୃତ୍ତାଙ୍ଗ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳରେ ବିରୋଧି ବିଜେପି ଓ କଂଗ୍ରେସକୁ ଶକ୍ତ ଧକ୍କା ମିଳିଛି । ଲଗାତରଭାବେ କଂଗ୍ରେସ ଓ ବିଜେପି ଦଖଲରେ ଥିବା ଏହି ପଞ୍ଚାୟତକୁ ଏବେ ବିଜେଡି ଦଖଲକୁ ନେଇଛି । ଦିନେ ରାଜ୍ୟ ରାଜନୀତିରେ ହଇଚଇ […]

ଓଡିଶା

ଲୋକଙ୍କୁ ଭୂଆଁ ବୁଲାଇବାକୁ ମିିଛି ମିଛିକା ତଦନ୍ତ କରୁଛନ୍ତି ତହସିଲଦାର…

ସାଲେପୁର : ଆଦର୍ଶ ସ୍କୁଲ ପରିସରରେ କଟା ଯାଇଛି ୫୦ରୁ ଉର୍ଦ୍ଧ୍ବ ମୂଲ୍ୟବାନ ଗଛ । ହେଲେ ଗଛ କାହିଁକି କଟାଗଲା ତାର ଉତ୍ତର କାହା ପାଖରେ ନାହିଁ । ଏପରିକି ମୂଲ୍ୟବାନ ଗଛ କାଟିବା ପାଇଁ ଅନୁମତି ମଧ୍ୟ ମିଳିନଥିବା ଜଣାପଡିଛି । ବୃକ୍ଷ ହିଁ ଜୀବନ ବୋଲି କହି ଆମେ ପିଲାମାନଙ୍କୁ ବୃକ୍ଷରୋପଣର ପାଠ ପଢାଉଥିବାବେଳେ ବିଦ୍ୟାଳୟ ପରିସରରେ ଅନାଶୟରେ ଗଛ କଟାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ଘଟଣା ଦେଖିବାକୁ ମିଳିଛି […]

ଓଡିଶା

ଶତାୟୁ ମହିଳାଙ୍କ ଦ୍ବାଦଶାହରେ ଶ୍ରଦ୍ଧାସୁମନ ଅର୍ପଣ…

ସାଲେପୁର (ଅଭୟ ଜେନା): ଶତାୟୁ ମନ୍ଦିରୀ ଦେବୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ । ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ ଶଙ୍ଖପୁର ଗ୍ରାମରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପରୋପକାରୀ, ଧର୍ମପ୍ରାଣା ଶତାୟୁ ମହିଳା ମନ୍ଦିରୀ ଦେବୀଙ୍କ ଦ୍ଵାଦଶାହ ଅବସରରେ ସାମାଜିକକର୍ମୀ ଅଖିଳେଶ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ, ଜନନୀ ଜନ୍ମଭୂମି ପ୍ରତ୍ୟେକ ସନ୍ତାନ ସନ୍ତତିଙ୍କ […]