ମହାନଦୀରେ ବଢୁଛି ବନ୍ୟାଜଳ ପ୍ରବାହ, ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ
ବ୍ୟୁରୋ ରିପୋର୍ଟ : ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀରେ ବଢୁଛି ବନ୍ୟାଜଳ ପ୍ରବାହ । ଫଳରେ କଟକ ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ । ବାଙ୍କୀର ତଳିଆ ଅଞ୍ଚଳମାନଙ୍କରେ ବନ୍ୟାଜଳ ପ୍ରବାହିତ ହେଉଛି । ଏବେ ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀର ୫ଟି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ସେପଟେ ଶିମିଳିପୁର ବିଲିପଡ଼ା ରାସ୍ତାର କଇଁଆ ନାଳ […]