ଓଡିଶା

ନୀଳଗିରିର ନିଆରା ବଳିନାୟକ ଖେଳ । କାହାଣୀ ନରବଳିରୁ ପାଣିକଖାରୁ !

ନୀଳଗିରି, (ଏଫ୍ଟୁଏସ୍/ ସଚିଦାନନ୍ଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ଗଡ଼ଜାତରେ ଦୀର୍ଘ ଚାରି ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପାଳିତ ହୋଇଆସୁଛି ନିଆରା ବଳି ନାୟକ ପର୍ବ । ସେଦିନର ବଳିନାୟକ ଖେଳ ଏବେକାର ବଳିନାୟକ ଖେଳ ଅନେକ ପ୍ରଭେଦ । ଏହା ଶାରଦୀୟ ଦୁର୍ଗାପୂଜା ସମୟରେ ହୋଇଥାଏ । ପୂର୍ବରୁ ନୀଳଗିରି ଗଡ଼ଜାତ ରାଜ୍ୟରେ ମୂଳାଷ୍ଟମୀ ଠାରୁ ମହାସପ୍ତମୀ ପର୍ଯ୍ୟନ୍ତ ବଳିନାୟକ ଖେଳ ହେଉଥିବା ବେଳେ ବର୍ତ୍ତମାନ ମାତ୍ର ପାଞ୍ଚ ଦିନ ହେଉଅଛି […]

ଓଡିଶା କଳା ସଂସ୍କୃତି

ଦଶହରାରେ ଘୋଡ଼ା ଆରୋହଣ କରି ବୁଲନ୍ତି ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଉଲି ମାଁ…

କୋଟପାଡ଼ : ରୀତିନୀତି ଅନୁଯାୟୀ ପୂଜା ପାଉଛନ୍ତି କୋଟପାଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଁ ମାଉଲି । କୋଟପାଡ଼ରେ ରାଜାରାଜୁଡା ସମୟରୁ ସ୍ଥାପିତ ହୋଇ ରହିଛି ପ୍ରତ୍ୟେକ୍ଷ ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଁ ମାଉଲିଙ୍କ ଶକ୍ତିପୀଠ । ବିଶେଷ କରି ଦଶହରା ସମୟରେ ଏହି ପୀଠରେ ଦୂର ଦୁରାନ୍ତରରୁ ହୋଇଥାଏ ଭକ୍ତଙ୍କ ସମାଗମ l ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି କରୁଣାମୟୀ ମାଉଲି ମାଁ l କେଉଁ ଆବାହନ କାଳରୁ […]

ଓଡିଶା କଳା ସଂସ୍କୃତି

ଶାରଦୀୟ ଆଗମନରେ ଖିଲି ଖିଲି ହୋଇ ନାଚି ଉଠୁଛି କାଶତଣ୍ଡୀ…

ସାଲେପୁର : ନିର୍ମଳ ଆକାଶରେ ଭସା ବାଦଲର ଛାୟାରେ ଖିଲି ଖିଲି ହୋଇ ହସୁଛି କାଶତଣ୍ଡୀ । ଦଦୁଲ୍ୟମାନ ଅବସ୍ଥାରେ କାଶତଣ୍ଡୀ ନାଚି ନାଚି ଶରତ ଋତୁ ସାଙ୍ଗରେ ଶାରଦୀୟ ସମ୍ଭାର ନେଇ ଆସିଛି । ଧରିତ୍ରୀ ମାତାର ବକ୍ଷକୁ ଧୋବଳ ଚାଦରରେ ଢାଙ୍କି ମା ଦଶଭୁଜା ଦୁର୍ଗାଙ୍କୁ ଆମନ୍ତ୍ରଣ କରିଥାଏ କାଶତଣ୍ଡି ରାଣୀ । କାଶତଣ୍ଡୀ ଫୁଲ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି l ଶରତ ଆସିଲେ ରାସ୍ତା କଡ଼ ନଈ ପଠାମାନଙ୍କରେ ଦେଖିବାକୁ ମିଳିଥାଏ […]

ଓଡିଶା

ୱେଲକମ୍ କଲିକତା ତୋରଣ ସହ ଭକ୍ତଙ୍କୁ ସ୍ବାଗତ କରିବ ପୁରୁଣା ଷ୍ଟେସନ ବଜାରରେ ସାର୍ବଜନୀନ ଦୁର୍ଗା ପୂଜା କମିଟି…

ଭୁବନେଶ୍ବର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବରସ୍ଥିତ ପୁରୁଣା ଷ୍ଟେସନ ବଜାରରେ ସାର୍ବଜନୀନ ଦୁର୍ଗା ପୂଜା ଖୁବ୍ ଧୁମଧାମର ସହିତ ପାଳିନ ହେବ । ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା ଚଳିତ ଥର ୱେଲକମ୍ କଲିକତା ତୋରଣ ପ୍ରସ୍ତୁତ କରିବାକୁ ଯାଉଛି । ଯାହାର ଦୈର୍ଘ୍ୟ ୧୫୪ ଫୁଟ୍ ଏବଂ ଉଚ୍ଚତା ୪୦ ଫୁଟ୍ ରହିବ । ଏଥରର ବିଶେଷ ଆକର୍ଷଣ ସମୁଦ୍ର ମଧ୍ୟରେ ବୁଡି ଯାଇଥିବା ଦ୍ବାରକା ନଗରୀ ଆଦୃତ କରାଯାଇଛି […]

ଓଡିଶା

ଇକୋ- ଫ୍ରେଣ୍ଡଲୀ ତୋରଣରେ ସୁସଜ୍ଜିତ ହେବ ସହିଦନଗର ପୂଜା ମଣ୍ଡପ…

ଭୁବନେଶ୍ବର : ଏଥର ଜମିବ ଜଗତ ଜନନୀ ମା ଦୁର୍ଗାଙ୍କ ପାର୍ବଣ ପର୍ବ । ଇକୋ- ଫ୍ରେଣ୍ଡଲୀ ତୋରଣରେ ସୁସଜ୍ଜିତ ହେବ ସହିଦନଗର ପୂଜା ମଣ୍ଡପ । କଲିକତା କାରିଗରଙ୍କୁ ନେଇ ପ୍ରସ୍ତୁତି ଜୋରଦାର ଚାଲୁଥିବା ଦେଖିବାକୁ ମିଳିଛି । ତେବେ ପାର୍ବଣକୁ ଦୃଷ୍ଟିରେ ରଖି ସହିଦନଗର ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ କମିଟି ପକ୍ଷରୁ ଆୟୋଜିତ ହୋଇଯାଇଛି । ଏଥିରେ କମିଟିର ସଭାପତି, ଉପସଭାପତି, ଉପଦେଷ୍ଟା, […]

ଓଡିଶା

ଝାରପଡା ଦୁର୍ଗାପୂଜାର ବିଶେଷ ଆକର୍ଷଣ ୪୦ ଫୁଟ ଉଚ୍ଚର ରାବଣ…

ଭୁବନେଶ୍ବର : ଧୁମଧାମର ସହ ପାଳିତ ହେବ ଝାରପଡା ଦୁର୍ଗାପୂଜା ମଣ୍ଡପ । ଚଳିତଥର ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ପ୍ରତାପ ଗିରିଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢମାସ ଧରି ତୋରଣ ନିର୍ମାଣ ଦାୟିତ୍ବରେ ରହିଛନ୍ତି । ଏଥର ପରିକଳ୍ପିତ ଗୋଲ୍ଡେନ ପ୍ୟାଲେସ୍ ତୋରଣ ବିଶେଷ ଆକର୍ଷଣ ପାଲଟିବ । ଏଥିରେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିବ ଏବଂ ଭିତରେ ପଟେ ୪ଟି ପ୍ରସ୍ଥାନ ପଥ ରଖାଯାଇଛି । ଏହା […]

ଓଡିଶା କଳା ସଂସ୍କୃତି

ହିନ୍ଦୁ ପଞ୍ଜିକା ଅନୁସାରେ କାର୍ତ୍ତିକ ମାସ ହେଉଛି ଧର୍ମମାସ । ଏହି ମାସର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀ ରାଧା ଦାମୋଦର ।

ହିନ୍ଦୁ ପଞ୍ଜିକା ଅନୁସାରେ କାର୍ତ୍ତିକ ମାସକୁ ଧର୍ମମାସ କୁହାଯାଏ । କାରଣ ଏହିମାସରେ ପ୍ରତ୍ୟେକ ହିନ୍ଦୁ ନରନାରୀ ଧର୍ମୀୟ ଭାବନାରେ ଅନେକ ରୀତି-ନୀତି ପାଳନ କରିଥାନ୍ତି । ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ । ଏହି ମାସର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀରାଧା ଦାମୋଦର ।ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା […]

ଓଡିଶା କଳା ସଂସ୍କୃତି

ଆଜି ଶାରଦୀୟ ଦୁର୍ଗାପୂଜା ବା ଶକ୍ତି ଉପାସନାର ପରିପୂର୍ଣ୍ଣ ପର୍ବ ଦଶହରା ।

ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ […]

ଓଡିଶା କଳା ସଂସ୍କୃତି

ମା ମରିଚେଇ । ଶ୍ରୀକ୍ଷେତ୍ରର ଅଷ୍ଟଚଣ୍ଡୀମାନଙ୍କ ଭିତରୁ ଅନ୍ୟତମ ମା ମରିଚେଇଙ୍କ ମନ୍ଦିର ।

ଶ୍ରୀମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯିବା ରାସ୍ତାରେ ଆମର ଡାହାଣ ପଟରେ ମରିଚିକୋଟ ର ମରିଚି ଠାକୁରାଣୀ ଙ୍କ ମନ୍ଦିର ଦୃଷ୍ଟିଗୋଚର ହୋଇଥାଏ। ରାସ୍ତା ରୁ ମା ଙ୍କ ଦର୍ଶନ ହୋଇ ପାରୁଥିଲେ ହେଁ ଭିତରକୁ ଯାଇ ମା ଙ୍କୁ ପାଖରୁ ଦର୍ଶନ କରିବାରେ ଅପୂର୍ବ ଆନନ୍ଦ ମିଳିଥାଏ। ମା ଙ୍କ ମନ୍ଦିର ର ପାର୍ଶ୍ୱ ଦେବାଦେବୀ ଭାବରେ ବରାହୀ,ଗଣେଶ ଏବଂନରସିଂହୀ ବିଦ୍ୟମାନ ।ମା ଙ୍କ ମନ୍ଦିର ପରିସର ରେ ନବ ଦୁର୍ଗା, ଦଶ ମହାବିଦ୍ୟା, […]

ଓଡିଶା କଳା ସଂସ୍କୃତି

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ଦେବୀ ଦୁର୍ଗା ଆଜି ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଆଜି ନବରାତ୍ରି ପୂଜାର ଅନ୍ତିମ ଦିନ । ସିଦ୍ଧିଦାତ୍ରୀ ରୂପରେ ଭକ୍ତମାନେ ଆଜି ମାଆ ଦୁର୍ଗାଙ୍କୁ ଭକ୍ତି ଅର୍ପଣ କରିବେ । ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା କରାଯାଇଛି । ଆଜି ହେଉଛି ପୂଜାର ଅନ୍ତିମ ଦିନ । ୯ବମୀ ତିଥିରେ ଦେବୀ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ଯେହେତୁ ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ୯ ଦିନର ଅନ୍ତିମ ଦିନ ହେଉଛି […]